ETV Bharat / state

ଇଟିଭି ଭାରତର ପ୍ରଭାବ, ଜାତୀୟସ୍ତରୀୟ କବାଡ଼ି ଖେଳାଳିଙ୍କୁ ମିଳିଲା ଚାକିରି - ଇଟିଭି ଭାରତର ପ୍ରଭାବ

Etv Bharat Impact: ଇଟିଭି ଭାରତରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼ାଇଲା ବଲାଙ୍ଗୀର ପ୍ରଶାସନ । ଜାତୀୟସ୍ତରର କବାଡ଼ି ଖେଳାଳିଙ୍କୁ ମିଳିଲା ଚାକିରି । ଅଧିକ ପଢନ୍ତୁ,

Balangir Kabaddi Player
Balangir Kabaddi Player
author img

By ETV Bharat Odisha Team

Published : Feb 9, 2024, 4:07 PM IST

Balangir Kabaddi Player

ବଲାଙ୍ଗୀର: ଚାକିରି ପାଇଲେ ପେଟ ପାଟଣା ପାଇଁ ସଂଘର୍ଷ କରୁଥିବା ଜାତୀୟସ୍ତରର ଖୋଳାଳି । ଇଟିଭି ଭାରତରେ ଖବର ପ୍ରସାରଣ ପରେ ପଡ଼ିଲା ପ୍ରଭାବ । ବଲାଙ୍ଗୀର ଦୁଇ ଜାତୀୟ କବାଡ଼ି ଖେଳାଳି ଗରିବୀ ଓ ଅଭାବ ଅନାଟନ ଯୋଗୁଁ ଦୁର୍ଦ୍ଦିନରେ ରହିଥିଲେ । ତେବେ ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ କରିବା ପରେ ପ୍ରଶାସନ ସାହାଯ୍ୟର ହାତ ବଢାଇଛି । ଦୁଇ ମହିଳା ଖେଳାଳିିଙ୍କୁ ବିଳମ୍ବରେ ହେଲେ ମଧ୍ୟ ଚାକିରି ଯୋଗାଇ ଦେଇଛି ।

ବଲାଙ୍ଗୀର ଦୁଇ ଜାତୀୟ କବାଡ଼ି ଖେଳାଳି ନମିତା ଭୋଇ ଏବଂ ସୁନିତା ମାଝୀ ଅତି ଅଭାବ ଅନାଟନରେ ଦିନ କାଟୁଥିଲେ । ଦିନ ଥିଲା ତାଙ୍କର ପ୍ରତିଭା ଯୋଗୁଁ ପ୍ରଶଂସାର ପାତ୍ର ହେଉଥିଲେ । ଜାତୀୟ ସ୍ତରରେ କବାଡ଼ି ଖେଳି ଓଡ଼ିଶା ପାଇଁ ଗର୍ବ ଆଣି ଦେଇଥିଲେ । କିନ୍ତୁ ଗରିବୀ ଯୋଗୁଁ ବାଧ୍ୟ ହୋଇ କ୍ରୀଡାରୁ ଦୂରେଇ ଯାଇଥିଲେ । ଖେଳ ଛାଡି ଛେଳି ଚରାଇବାଠୁ ନେଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ।

ଜାତୀୟ କବାଡ଼ି ଖେଳାଳି ନମିତା ଓ ସୁନିତା: ବଲାଙ୍ଗୀର କଳାହାଣ୍ଡି ସୀମାରେ ଥିବା ଗୁଡ଼ଭେଳା ବ୍ଲକ ଅନ୍ତର୍ଗତ ଗମ୍ଭାରୀ ଗୁଡା ଗ୍ରାମର ଝିଅ ନମିତା ଭୋଇ । ଦିନେ ସେ ତାଙ୍କର ଉତ୍କୃଷ୍ଟ କବାଡ଼ି ଖେଳ ପାଇଁ ଓଡିଶା ଦଳର କ୍ୟାପଟେନ ହୋଇ ଦଳ ପାଇଁ ଖେଳିଥିଲେ । ଓଡ଼ିଶା ପାଇଁ ଗର୍ବ ଗୌରବ ଆଣି ଦେଇଥିଲେ । ଅନ୍ୟପଟେ ତାଣ୍ଡି ଗ୍ରାମର ସୁନିତା ମାଝୀ ମଧ୍ୟ ରାଜ୍ୟ ଦଳରେ ରହି ଜାତୀୟ ସ୍ତରରେ ଅନେକ କବାଡିରେ ତାଙ୍କର ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ରାଜ୍ୟକୁ ବିଜୟୀ କରିଥିଲେ। ହେଲେ ଅଭାବ ଅନଟନ ବାଟ ହୁଡିଥିଲା । ଫଳରେ ବାଧ୍ୟ ହୋଇ ଉଭୟେ ଖେଳ ଛାଡି ପରିବାରର ଆର୍ଥିକ ସ୍ଥିତି ପାଇଁ ଦିନ ମଜୁରିଆ ଭାବରେ କାମ କରିଲେ । କିଛି ବର୍ଷ ପରେ ଏହି ଖବର ସାମ୍ନାକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ: ଜାତୀୟସ୍ତରର କବାଡ଼ି ଖେଳାଳି ଏବେ ଦିନ ମଜୁରିଆ, ପେଟ ପାଟଣା ପାଇଁ କରୁଛନ୍ତି ସଂଘର୍ଷ

ନଭେମ୍ବରରେ ହୋଇଥିଲା ଖବର ପ୍ରସାରଣ: ଗତ ନଭେମ୍ବର ମାସରେ ଜାତୀୟ କବାଡି ଖେଳାଳି ନମିତା ଭୋଇ ଏବଂ ସୁନିତା ମାଝୀଙ୍କ ଆର୍ଥିକ ସ୍ଥିତି ନେଇ ଖବର ପ୍ରସାରଣ ହୋଇଥିଲା । ସେହି ସମୟରେ ବଲାଙ୍ଗୀର ତତ୍କାଳୀନ ଜିଲ୍ଲାପାଳ ଚଞ୍ଚଳ ରାଣା ଏମାନଙ୍କୁ ଭେଟିବା ସହିତ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ଉଚ୍ଚଶିକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରିବା ନେଇ କହିଥିଲେ । ଏହି କ୍ରମରେ ଓଡ଼ିଶାର ସାମାଜିକ ସଂଗଠନ ପିପୁଲ ଫୋରମ ସହ ଜିଲ୍ଲା ପ୍ରଶାସନ ମିଶି ଏମାନଙ୍କୁ ଚାକିରି ଦେବାର ବ୍ୟବସ୍ଥା କରିଛନ୍ତି। ଭୁବନେଶ୍ୱର ଏକ ସ୍କୁଲରେ ଦୁହିଁଙ୍କୁ ଖେଳ ପ୍ରଶିଶିକ୍ଷ ଭାବରେ ନିଯୁକ୍ତି ମିଳିଛି । ସେପଟେ ଏହି ସୁଯୋଗ ଓ ସାହାଯ୍ୟ ପାଇ ଉଭୟ ଖେଳାଳି ଖୁସି ଜାହିର କରିଛନ୍ତି। ଜିଲ୍ଲା ପ୍ରଶାସନକୁ ବିଶେଷ କରି ଜିଲ୍ଲାପାଳ ଓ ପିପୁଲ ଫୋରମକୁ ଧନ୍ୟବାଦ ଜଣାଇଛନ୍ତି ।

ଏନେଇ ପିପୁଲ ଫୋରମ ସଂଗଠନର ଉପସଭାପତି ସଞ୍ଜୟ ଜେଠି କହିଛନ୍ତି, " ଗଣମାଧ୍ୟମର ରିପୋର୍ଟରୁ ଆମେ ଜାଣିବାକୁ ପାଇଥିଲୁ । ଏହାପରେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲୁ । ତେବେ ଜିଲ୍ଲାପାଲଙ୍କ ସହାୟତାରେ ଉଭୟଙ୍କୁ ଏକ ସ୍କୁଲରେ ମାସିକ 25 ହଜାର ଟଙ୍କା ଦରମାରେ ଚାକିରି ଯୋଗାଇ ଦିଆଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.