ETV Bharat / state

ଇଟିଭି ଭାରତରେ ବାଜିଲା ଖବର ମିଳିଲା ରାସନ କାର୍ଡ, ଅସହାୟ ମହିଳାକୁ ସହାୟ ହେଲେ ଡ଼ାକ୍ତର ଅର୍ଣ୍ଣଦାତା - ETV BHARAT IMPACT

author img

By ETV Bharat Odisha Team

Published : Jun 30, 2024, 5:29 PM IST

ETV BHARAT IMPACT: ନୂଆପଡାର ଜଣେ ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇଛନ୍ତି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅର୍ଣ୍ଣଦାତା ଶଙ୍କର ଦାସ । ଏହାସହ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମଧ୍ୟ ସେ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

DOCTOR ARNADATA SANKAR DAS HELPED THE HELPLESS WOMAN IN NUAPADA
DOCTOR ARNADATA SANKAR DAS HELPED THE HELPLESS WOMAN IN NUAPADA (ETV Bharat Odisha)

ନୂଆପଡା: ଇଟିଭି ଭାରତର ମହାପ୍ରଭାବ । ଅସହାୟ ମହିଳାକୁ ସହାୟ ହେଲେ ଡ଼ାକ୍ତର । ଖବର ପ୍ରସାରଣ ପରେ ନୂଆପଡା ଜିଲ୍ଲା ଜୁନାପାଣି ଖଲିଆଭଟା ଗାଁର ଅସହାୟ ବିଧବା ମହିଳା ପାଖରେ ପହଞ୍ଚିଲେ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅର୍ଣ୍ଣଦାତା ଶଙ୍କର ଦାସ । ଏକ ମାସର ଚାଉଳ, ଡାଲି ସହ ଅନ୍ୟାନ୍ୟ ରାସନ ସାମଗ୍ରୀ,ପୋଷାକ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ସେ ।

ନୂଆପଡା ଜିଲ୍ଲା ଜୁନାପାଣି ଖଲିଆଭଟା ଗାଁର ଅସହାୟ ବିଧବା ମହିଳା ତିନି ନାବାଳକ ଶିଶୁ ଟିକେରାମ, ଧନେଶ୍ୱର, ମଞ୍ଜୁଳାକୁ ନେଇ ଦୁର୍ବିସହ ଜୀବନ ଯାପନ କରୁଥିଲେ । 2023 ମସିହା ଡିସେମ୍ବରରେ ମମତାଙ୍କ ସ୍ୱାମୀ ବଲମତ ମାଝୀ ଅଜଣା ରୋଗରେ ପୀଡିତ ହୋଇ ସାମାନ୍ୟ ଜ୍ଜ୍ୱରରେ ମୃତ୍ୟୁବରଣ କରିଥିଲେ । ସ୍ୱାମୀଙ୍କ ଦେହାନ୍ତ ପରେ ବିଚାରି ମମତା ମାଝୀ 3 ନାବାଳକ ଶିଶୁ ସହିତ ଜୀବନ ଜଞ୍ଜାଳରେ ଛନ୍ଦି ହୋଇପଡିଛନ୍ତି । ଛୋଟ ଛୋଟ ଶିଶୁକୁ ଘରେ ଛାଡ଼ି ପର ଘରେ ମୂଲଲାଗି ଜୀବିକା ନିର୍ବାହ କରୁଛନ୍ତି ଏହି ମହିଳା ।

ବିଧବା ମମତା ମାଝୀଙ୍କ ପାଖକୁ ପହଞ୍ଚି ପାରିନାହିଁ ସରକାରୀ ଯୋଜନା । ପ୍ରଥମେ ଆମ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଖଡ଼ିଆଳ ବ୍ଲକ ପ୍ରଶାସନ ଖଣ୍ଡିଏ ରାସନକାର୍ଡ ପ୍ରଦାନ କରିଥିବା ବେଳେ ଏବେ ମଧ୍ୟ ସେ ବିଧବା ଭତ୍ତା ଏବଂ ଆବାସ ଗୃହରୁ ବଞ୍ଚିତ । ଘଟଣା ସମ୍ପର୍କରେ ଆମ ନୂଆପଡ଼ା ପ୍ରତିନିଧି ସରପଞ୍ଚ, ସ୍ଥାନୀୟ ବିଡ଼ିଓ, ବ୍ଲକ ଯୋଗାଣ ଅଧିକାରୀଙ୍କୁ ଅବଗତ କରିବା ପରେ ଗତକାଲି ରାସନକାର୍ଡ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ...ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଶୁଭାରମ୍ଭ ହେବ 'ସୁଭଦ୍ରା' ଯୋଜନା - Subhadra Yojana Lunch Date

ସେହିପରି ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅର୍ଣ୍ଣଦା ଶଙ୍କର ଦାସ ମାନବିକତାର ପରିଚୟ ଦେଇ ଖଲିଆଭଟା ଗାଁକୁ ଯାଇ ମମତା ଏବଂ ତାର 3 ନାବାଳକ ଶିଶୁକୁ ସହାୟତା ଯୋଗାଇ ଦେଇଛନ୍ତି ।ଏହା ସହିତ ଅସହାୟ ମହିଳାଙ୍କୁ ବିଧବା ଭତ୍ତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଗାଇଦେବା ପାଇଁ ସରକାର ଏବଂ ଜନ ପ୍ରତିନିଧିଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.