ETV Bharat / state

ETV Bharat Exclusive: ରାଜ୍ୟପାଳଙ୍କ ପୁଅ ଆକ୍ରମଣ ଘଟଣାରେ ମୁହଁ ଖୋଲିଲେ ASOଙ୍କ ପତ୍ନୀ, ଆଣିଲେ ସଙ୍ଗୀନ ଅଭିଯୋଗ - Reaction of ASO Wife

ETV Bharat Exclusive Interview With ASO Wife: ରାଜ୍ୟପାଳଙ୍କ ପୁଅ ASOଙ୍କୁ ଆକ୍ରମଣ ଅଭିଯୋଗ ଘଟଣାରେ ମୁହଁ ଖୋଲିଲେ ପୀଡ଼ିତ ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ, ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆଣିଛନ୍ତି ଗୁରୁତର ଅଭିଯୋଗ । ଆସନ୍ତୁ ଜାଣିବା ଏକ୍ସକ୍ଲୁସିଭ ଇଣ୍ଟରଭ୍ୟୁରେ କଣ କହିଛନ୍ତି ପୀଡ଼ିତଙ୍କ ପତ୍ନୀ ।

author img

By ETV Bharat Odisha Team

Published : Jul 12, 2024, 11:04 PM IST

Updated : Jul 13, 2024, 12:17 PM IST

Reaction of ASO Wife
Reaction of ASO Wife (ETV Bharat Odisha)

ଭୁବନେଶ୍ବର: ମୁହଁ ଖୋଲିଲେ ASO ବୈକୁଣ୍ଠ ପ୍ରଧାନଙ୍କ ପତ୍ନୀ । ବୈକୁଣ୍ଠଙ୍କ ପତ୍ନୀ ସାୟୁଞ୍ଜୁ କୁମାର ପ୍ରଧାନ କହିଛନ୍ତି, "ସେମାନଙ୍କ ମାନସିକତା ଘୃଣାର ମାନସିକତା । ମୋ ସ୍ବାମୀ ଓ ପରିବାର ଏବେ ଡରରେ ଅଛନ୍ତି । ସେମାନଙ୍କ ଠାରୁ ଡରିକି ଲୁଚିକି ରହିଥିଲେ ସ୍ବାମୀ । ସଚିବ କହିଥିଲେ, ହେଲେ ୪ ଦିନ ବିତିଲା ପରେ ବି ନ୍ୟାୟ ମିଳିଲାନି । ରାଜଭବନ ପର୍ଯ୍ୟନ୍ତ କେହି କିଛି ସହଯୋଗ କରିଲେ ନାହିଁ । ଯେଉଁମାନେ ଆକ୍ରମଣ କରିଛନ୍ତି ପୋଲିସ ସେମାନଙ୍କୁ ଗିରଫ କରୁ । ମୋ ସ୍ବାମୀଙ୍କୁ ନ୍ୟାୟ ମିଳୁ । ସେ ଜଣେ ପୁର୍ବତନ ବାୟୁସେନାର‌ କର୍ମଚାରୀ । ମୋ ସ୍ବାମୀଙ୍କୁ ତାଙ୍କ ସମ୍ମାନ ଫେରାଯାଉ ।"

ମୁହଁ ଖୋଲିଲେ ପତ୍ନୀ (ETV Bharat Odisha)

କଣ ଥିଲା ଘଟଣା: ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିଥିବା ଅଭିଯୋଗ ହୋଇଛି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ରାଜଭବନ କର୍ମଚାରୀ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଡ଼ ମାରିବା ସହ ଗାଳି ଗୁଳଜ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ରାଜ୍ୟପାଳ ଓ ରାଜ୍ୟପାଳଙ୍କ ସଚିବଙ୍କ ପାଖରେ ଲିଖିତ ଭାବେ ଜଣାଇଥିଲେ ପୀଡିତ ଏଏସଓ ବୈକୁଣ୍ଠନାଥ ପ୍ରଧାନ । ହେଲେ ତାଙ୍କ ଗୁହାରି କେହି ଶୁଣି ନଥିଲେ । ଏବେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ମାମଲା ରୁଜୁ କରିବା ସହ NHRCରେ ପହଞ୍ଚିଛି ମାମଲା ।

ଏହା ବି ପଢନ୍ତୁ...ରାଜ୍ୟପାଳଙ୍କ ପୁଅ ନାଁରେ ସଙ୍ଗୀନ ଅଭିଯୋଗ: ଦାମୀ ଗାଡି ନ ପଠାଇବାରୁ ASOଙ୍କୁ ନିର୍ଦ୍ଧୁମ ପିଟିଲେ, ମାମଲା ରୁଜୁ - Complaint against Governor Son

ଅତ୍ୟାଚାର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ରାଜଭବନ କର୍ମଚାରୀ ତଥା ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନ । ତାଙ୍କ ଅଭିଯୋଗ ମୁତାବକ, ଗତ ୭ ତାରିଖରେ ରାଷ୍ଟ୍ରପତି ପୁରୀ ଗସ୍ତ କରିଥିବା ବେଳେ ଡ୍ୟୁଟି ପାଇଁ ସେ ପୁରୀ ରାଜଭବନ ଯାଇଥିଲେ । ସେଠାରେ ସେ ଡ୍ୟୁଟି କରୁଥିବା ସମୟରେ ତାଙ୍କୁ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର, ତାଙ୍କର ଦୁଇ ଜଣ ବନ୍ଧୁଙ୍କ ସହ ୨ଜଣ ପିଏସଓ ରୋଷେୟା ମିଳିମିଶି ତାଙ୍କୁ ରାଜଭବନ ଭିତରେ ମାଡ଼ ମାରିବା ସହ ଲହୁ ଲୁହାଣ କରିଥିଲେ । ସେମାନଙ୍କୁ ଆଣିବା ପାଇଁ କାହିଁକି ଷ୍ଟେସନକୁ ଦୁଇଟି ଦାମୀ ଗାଡି ପଠାଇ ନଥିଲୁ କହି ସେମାନେ ଏଭଳି ମାଡ଼ ମାରିଥିବା ସେ ଅଭିଯୋଗ କରିଥିଲେ । ଏପରିକି ସେ ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସୁଥିବା ବେଳେ ପୁଣି ତାଙ୍କୁ ଦୁଇ ଜଣ ପିଏସଓ ଟେକି ନେଇ ରୁମ୍ ନ୪ରେ ପୁରାଇ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ତାଙ୍କର ପାଟି, ନାକ, ଗୋଡ଼ ଏବଂ ହାତରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 13, 2024, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.