ETV Bharat / state

ବିଜ୍ଞାପନ ଦେବା ଆଳରେ 2କୋଟିର ଠକେଇ, ଲକ୍ଷ୍ନୌରୁ ଗିରଫ ହେଲା ଅଭିଯୁକ୍ତ - INVESTMENT SCAM - INVESTMENT SCAM

Investment Scams in Bhubaneswar: ବିଜ୍ଞାପନ ଦେବାକୁ କହି ଲୋକଙ୍କ ଠାରୁ ଠକି ନେଇଥିଲା ଲକ୍ଷାଧିକ ଟଙ୍କା । ଲକ୍ଷ୍ନୌରୁ ଗିରଫ କଲା ଇଓଡବ୍ଲୁ । ଅଧିକ ପଢ଼ନ୍ତୁ

Investment Scams in Bhubaneswar
Investment Scams in Bhubaneswar (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 10:47 PM IST

ଭୁବନେଶ୍ବର: ଧରା ପଡ଼ିଲା ଘରୋଇ କମ୍ପାନୀର ପ୍ରୋପ୍ରାଇଟର ବିମଳାନନ୍ଦ ଭୂୟାଁ । ବିଜ୍ଞାପନ ବ୍ୟବସାୟ ଆଳରେ ଲୋକଙ୍କୁ ମୁନାଫାର କରାଇବା କହି ଠକି ନେଉଥିଲା ଟଙ୍କା। 100 ଜଣ ନିବେଶକାରୀଙ୍କ ଠାରୁ ଠକି ନେଇଥିଲା 2କୋଟି ଟଙ୍କା । ଦୀର୍ଘଦିନ ଧରି ଲୁଚକାଳି ଖେଳିବା ପରେ ଶେଷରେ ଗିରଫ ହୋଇଛି ଠକ । ଘରୋଇ କମ୍ପାନୀର ପ୍ରୋପ୍ରାଇଟର ବିମଳାନନ୍ଦ ଭୂୟାଁଙ୍କୁ ଲକ୍ଷ୍ନୌର ଇନ୍ଦିରାନଗରରୁ ଗିରଫ କରିଛି ଇଓଡବ୍ଲୁ ବଡ଼ି । ଯାହାର ସୂଚନା ଏକ ସାମ୍ବାଦିକ ସମ୍ମିଳନା ଯୋଗେ ଇଓଡବ୍ଲୁ ଏସପି ଦିଲ୍ଲିପ ତ୍ରିପାଠୀ ଦେଇଛନ୍ତି ।

ଦିଲ୍ଲୀପ କହିଛନ୍ତି ଯେ, ବିମଳାନନ୍ଦ ଭୂୟାଁ ଜଣେ ଏମବିଏ ଗ୍ରାଜୁଏଟ । ତାଙ୍କ ଘର ମାଲକାନଗିରି ଜିଲ୍ଲାରେ । ସେ ତାଙ୍କ ପତ୍ନୀ ରମି ଭୂୟାଁଙ୍କ ସହ ମିଶି ଏହି ଘରୋଇ କମ୍ପାନୀ ଫାର୍ମ ଖୋଲିଥିଲେ । ଶ୍ୟାମନଗର, ରାୟପୁର, ଛତିଶଗଡ଼ରେ ହେଡ ଅଫିସ ଥିବା ବେଳେ ଜଗତପୁର ଓ ଭୁବନେଶ୍ୱରର ଜୟଦେବ ବିହାରରେ ମଧ୍ୟ ବ୍ରାଞ୍ଚ ଅଫିସ ରହିଛି । ୨୦୧୭-୧୮ ମସିହାରେ ବିଭିନ୍ନ ଏଜେନ୍ସିର ବିଜ୍ଞାପନ ବ୍ୟବସାୟ କରିବା ନାଁରେ, ବିଭିନ ସ୍ଥାନରେ ହୋର୍ଡିଂ ବା ଏଲଇଡି ସ୍କ୍ରିନ ବିଜ୍ଞାପନ ବ୍ୟବସାୟର ଲୋଭ ଦେଖାଇ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ପ୍ରଭାବିତ କରିଥିଲା । ଏନେଇ ଏଲଇଡି ଲଗାଇବାକୁ ଥିବା ସ୍ଥାନମାନଙ୍କରେ ସେଠାକାର ଲୋକଙ୍କୁ ପ୍ରଭାବିତ କରି ଏଥିପାଇଁ ଟଙ୍କା ବିନିଯୋଗ କଲେ ବିଜ୍ଞାପନରେ ଲାଭ ହେବା ଟଙ୍କାରୁ ମୁନାଫା ପାଇବାର ଲୋଭ ଦେଖାଇଥିଲା । ପରେ ଏଥିପାଇଁ 3ଇଞ୍ଚ ଏଲିଡି ପାଇଁ 54 ହଜାର‌ ଟଙ୍କା ବିନିଯୋଗ କଲା ପରେ ମାସକୁ 3 ହଜାର‌ଲେଖାଏ 3ବର୍ଷ ଯାଏଁ ମୁନାଫା ପାଇବେ । ତେବେ ଅନେକ ସ୍କିମର‌ ଲୋଭ ଦେଖାଇ ଏଲଇଡି ବିଜ୍ଞାପନ ବ୍ୟବସାୟରେ ପୁଞ୍ଜି ନିବେଶ ଆଳରେ ପ୍ରଥମ ପର୍ଯାୟରେ ୫୩ଜଣଙ୍କ ଠାରୁ 1 କୋଟି 20ଲକ୍ଷ ଟଙ୍କା ପରେ ମୋଟ ୧୦୦ ଜଣ ନିବେଶକଙ୍କ ଠାରୁ ମୋଟ ୨ କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ ବିମଳାନନ୍ଦ ।

ଏହା ମଧ୍ୟ ପଢ଼ନ୍ତୁ.. ଆପଣ ମଧ୍ୟ ପୁଞ୍ଜି ନିବେଶ କରୁଛନ୍ତି କି? ଏଭଳି କଲେ ହେବେନି ଠକେଇର ଶିକାର - Investment Scams

ଏହିପରି ଅନେକ ଲୋକଙ୍କୁ ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ରାଉରକେଲା, ସମ୍ବଲପୁର ଓ ଗଞ୍ଜାମର ଲୋକମାନେ ଏହି ଠକେଇର ଶିକାର ହୋଇଛନ୍ତି । ଠକେଇର ଶିକାର ବ୍ୟକ୍ତି ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ୨କୋଟି ଟଙ୍କା ଠକେଇ ଘଟଣା ସାମ୍ନାକୁ ଆସିଥିଲା । ତଦନ୍ତ ପରେ ଜଣାପଡିଥିଲା ଯେ ଅଭିଯୁକ୍ତ ବିମାଳାନନ୍ଦର ଯୋଗ୍ୟତା ଏମବିଏ । ପୂର୍ବରୁ ଏହି ଠକେଇ ଘଟଣାରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ହେଲେ ବିମଳାନନ୍ଦ କେବେଠୁ ଫେରାର ଥିଲା । ପରେ ସେ ଦୁବାଇ ଯାଇ ସେଠାରେ ମଧ୍ୟ କିଛି ବ୍ୟବସାୟ କରୁଥିଲା । ସେଠାରୁ ଆସି ଲକ୍ଷ୍ନୌରେ ଏକ ସ୍ନାକ୍ସ କମ୍ପାନୀରେ ବ୍ୟବସାୟ କରୁଥିବା ବେଳେ ତାକୁ ଗିରଫ କରିଛି ଇଓଡବ୍ଲୁ । ଏନେଇ ଠକେଇ ଟଙ୍କାରେ ଦୁବାଇରେ ମଉଜ କରୁଥିବା ଜାଣିବାକୁ ପାଇଛି ଇଓଡବ୍ଲୁ । ଆବଶ୍ୟକ ସ୍ଥଳେ ଦୁବାଇ ଲିଙ୍କ ନେଇ ଅଧିକ ଖୋଳତାଡ଼ ହେବ ବୋଲି ଏସପି କହିଛନ୍ତି । ଏବେ ତାକୁ ଗିରଫ ପରେ କେସ ନମ୍ବର ୧୦ ଆଧାରରେ ୪୦୬, ୪୨୦, ୪୬୭, ୪୬୮ ଓ ୧୨୦ ବିରେ କୋର୍ଟ ଚାଲାଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.