ETV Bharat / state

ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା, ଯୋଡ଼ି ହେବେ କାଳିଆରେ ସାମିଲ ଯୋଗ୍ୟ ହିତାଧିକାରୀ - KALIA beneficiaries to get PM Kisan

KALIA beneficiaries to get PM Kisan: ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 6, 2024, 7:56 PM IST

KALIA beneficiaries to get PM Kisan
KALIA beneficiaries to get PM Kisan (ETV Bharat Odisha)

ଭୁବନେଶ୍ବର: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ାଯିବ । କାଳିଆରେ 46 ଲକ୍ଷ ଚାଷୀ ସାମିଲ ଥିବାବେଳେ ପିଏମ୍‌ କିଷାନରେ ମାତ୍ର 31 ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ତେଣୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

କୃଷି ଭବନ ପରିର୍ଦଶନ କରିବା ସହ କୃଷି ବିଭାଗର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କୃଷି ଅଧିକାରୀ ଓ ବିଭିନ୍ନ କୃଷକ ସଙ୍ଗଠନ ସହିତ କରିଛନ୍ତି ଆଲୋଚନା । ତେବେ କୃଷି ବିଭାଗର ସମୀକ୍ଷା ବୈଠକ ପରେ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସାମିଲ ହେବେ ଯୋଗ୍ୟ କାଳିଆ ହିତାଧିକାରୀ । ସେହିଭଳି ପ୍ରାକୃତିକ ଏବଂ ଜୈବିକ କୃଷିର ପ୍ରଚାର ପ୍ରସାର ପାଇଁ ବଳଭଦ୍ର ଜୈବିକ ଚାଷ ମିଶନ ଆରମ୍ଭ ହେବ । ସେଥିପାଇଁ ଖୁବଶୀଘ୍ର ତାଲିମ ଦିଆଯିବ । ସେହିପରି ପ୍ରଥମ ପର୍ଯ୍ୟାୟରେ ସବୁ ସବ୍‌ଡିଭିଜନସ୍ତରରେ 58ଟି ଶୀତଳ ଭଣ୍ଡାର ନିର୍ମାଣ ହେବ । ଚାଷୀ ଆୟ ବୃଦ୍ଧି ପାଇଁ ସମୃଦ୍ଧ କୃଷକ ନୀତି ଆଣିବେ ସରକାର । ଉତ୍ପାଦନ ଠାରୁ ମାର୍କେଟିଂ ଯାଏଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏହାକୁ ଚୂଡ଼ାନ୍ତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ସଚିବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ; ଭିଜନ ୨୦୩୬ ପ୍ରସ୍ତୁତ କରିବାକୁ ମୋହନଙ୍କ ନିର୍ଦ୍ଦେଶ - CM meeting with Secretaries

ଏହା ସହିତ ବିଜେପି ସଂକଳ୍ପ ପତ୍ର କୃଷିର ବିଷୟ ବିନ୍ଦୁ ଉପରେ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ, କୃଷି ବିଭାଗର ସଚିବ ଅରବିନ୍ଦ ପାଢ଼ୀ ଏବଂ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ କୃଷି ଭବନ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମେ କୃଷି ଭବନ ପରିସରରେ ବୃକ୍ଷ ରୋପଣ କରିବା ସହ କୃଷି ଭବନ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ । କୃଷି ଭବନରେ ଥିବା କ୍ରପ କ୍ୟାଲେଣ୍ଡର, କଳିକା କୃଷି ଭବନ କ୍ରେଚ୍‌, କୃଷି ସହାୟତା କେନ୍ଦ୍ର ବା କଲ ସେଣ୍ଟର, ମିଲେଟ କାଫେ, ପ୍ରଦର୍ଶନୀ କକ୍ଷ ଆଦି ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.