ETV Bharat / state

ସରକାରୀ ଯୋଜନା ମାଳ ମାଳ, ହିତାଧିକାରୀଙ୍କୁ ମିଳୁନି ସୁଫଳ - ବୌଦ୍ଧରେ ଅପହଞ୍ଚ ସରକାରୀ ଯୋଜନା

Beneficiaries Deprived From Social Security Welfare Schemes : ବୌଦ୍ଧ ଜିଲ୍ଲାରେ ସାମାଜିକ ସୁରକ୍ଷା ଯୋଜନାରୁ ଅନେକ ହିତାଧିକାରୀ ବଞ୍ଚିତ ହେଉଥିବାର ଅଭିଯୋଗ । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଜନଶୁଣାଣି ସମୟରେ ଏଭଳି ଅନେକ ମାମଲା ସମ୍ମୁଖକୁ ଆସିଛି । ଅଧିକ ପଢନ୍ତୁ

ସରକାରୀ ଯୋଜନା ମାଳ ମାଳ, ହିତାଧିକାରୀଙ୍କୁ ମିଳୁନି ସୁଫଳ

author img

By ETV Bharat Odisha Team

Published : Feb 8, 2024, 5:17 PM IST

ସରକାରୀ ଯୋଜନା ମାଳ ମାଳ, ହିତାଧିକାରୀଙ୍କୁ ମିଳୁନି ସୁଫଳ

ବୌଦ୍ଧ: ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ ହେଲେ ମିଳୁନି ସରକାରୀ ପକ୍କାଘର ବା ଆବାସ । ପରିଣତ ବୟସରେ ବେସାହାରା ବୁଢୀ ମା’କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ସରକାରୀ ଯୋଜନା ଦିବ୍ୟାଙ୍ଗ ପାଇଁ ପାଲଟିଛି ସାତ ସପନ । ଏଭଳି ସାମାଜିକ ସୁରକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । କେନ୍ଦ୍ର ଓ ରାଜ୍ୟ ସରକାର ବୃଦ୍ଧ ବୃଦ୍ଧା, ଭିନ୍ନକ୍ଷମ, ବିଧବା ଓ ଅସହାୟ ହିତାଧିକାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାରେ ଏହି ସାମାଜିକ ସୁରକ୍ଷା ଯୋଜନାରୁ ଅନେକ ହିତାଧିକାରୀ ବଞ୍ଚିତ ଥିବା ଅଭିଯୋଗ ହୋଇଛି ।

ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ସମେତ ତିନୋଟି ବ୍ଲକର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏଭଳି କଲ୍ୟାଣକାରୀ ଯୋଜନା ଅପହଞ୍ଚ ହୋଇରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଜନଶୁଣାଣି ସମୟରେ ଏଭଳି ଅନେକ ମାମଲା ସମ୍ମୁଖକୁ ଆସୁଛି । କେତେକ ପଞ୍ଚାୟତରେ ଏହି କଲ୍ୟାଣକାରୀ ଯୋଜନାର ଅର୍ଥ ପଞ୍ଚାୟତ ପ୍ରତିନିଧି ହଡ଼ପ କରୁଥିବା ବେଳେ ଅନେକ ହିତାଧିକାରୀ ଅନଲାଇନ ଆବେଦନ ପରେ ମଧ୍ୟ ସେମାନଙ୍କୁ ଭତ୍ତା ଟିକିଏ ପାଇଁ ବାରମ୍ବାର ନିରାଶ ହେବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କଣ୍ଟାମାଳରୁ ଆସିଥିବା ଜଣେ ହିତାଧିକାରୀଙ୍କ ସର୍ଜରୀ ପାଇଁ ୨ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଘରେ ରହିଛନ୍ତି ୫ ପ୍ରାଣୀ ବିଶିଷ୍ଟ କୁଟୁମ୍ବ । ତେବେ ସେମାନଙ୍କ ବିପିଏଲ କାର୍ଡ କଟିଯାଇଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଳ୍ୟାଣ କାର୍ଡ ମଧ୍ୟ ମିଳୁନି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ହିତାଧିକାରୀ ।

ଏହା ମଧ୍ୟ ପଢନ୍ତୁ ... ବହୁବିଧ ସମସ୍ୟା ଘେରରେ ମନମୁଣ୍ଡା, ଏନଏସି ଘୋଷଣା ପାଇଁ ଅଞ୍ଚଳବାସୀଙ୍କ ଦାବି

ସେହିପରି ନିଜ ଭିନ୍ନକ୍ଷମ ସ୍ବାମୀଙ୍କୁ ଧରି ଆସିଥିବା ମହିଳା ଜଣଙ୍କ କହିଛନ୍ତି ଯେ ସ୍ବାମୀଙ୍କ ଭିନ୍ନକ୍ଷମ ହେବା ସତ୍ତ୍ବେ ତାଙ୍କୁ ଭତ୍ତା ମିଳୁନି କି କାଳିଆ ଯୋଜନାରେ ସାମିଲ ମଧ୍ୟ କରାଯାଉନି । ଅନ୍ୟପକ୍ଷେ ଦିନେ ଅନ୍ୟର ଅସୁବିଧାକୁ ପ୍ରଶାସନ ଆଗରେ ଉପସ୍ଥାପିତ କରୁଥିବା ଦିବଙ୍ଗତ ସାମ୍ବାଦିକଙ୍କ ମାଙ୍କୁ ହେବାକୁ ପଡୁଛି ବାର ଦୁଆର ଶୁଣ୍ଢିପିଣ୍ଡା । ଶୁଣ୍ଢିପଦର ଗ୍ରାମର ସାମ୍ବାଦିକ ଦୁର୍ବାକ୍ଷ ବସ୍ତିଆଙ୍କ କୋରୋନା କାଳରେ ସ୍ଵର୍ଗବାସ ହୋଇଥିବା ବେଳେ ତାଙ୍କ ମା’ଙ୍କୁ ବିଧବା ଭତ୍ତା କିମ୍ବା ବୃଦ୍ଧା ଭତ୍ତା ଟିକିଏ ମିଳିପାରିନାହିଁ । ତେବେ ଜିଲ୍ଲା ପ୍ରଶାସନ ତଥା ସରକାର ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.