ETV Bharat / state

ଆରମ୍ଭ ହେଲା ହାତୀ ପାଠଶାଳା, ପାଠ ପଢିଲେ ମାମା-ଜଗନ୍ନାଥ

author img

By ETV Bharat Odisha Team

Published : Mar 8, 2024, 10:33 PM IST

Elephant Training: ଚନ୍ଦକା ଡମପଡ଼ା ଅଭୟାରଣ୍ୟର କୁମାର ଖୁଣ୍ଟିଠାରେ ହାତୀ ପାଠଶାଳା ଆରମ୍ଭ ହୋଇଛି । ଛୁଆ ହାତୀ ଜଗନ୍ନାଥ ଓ ଛୁଆ ହାତୀ ମାମାଙ୍କୁ ପ୍ରଥମ ପର୍ଯ୍ୟାୟରେ ପାଠ ପଢାଯାଇଛି। ଅଧିକ ପଢନ୍ତୁ

Elephant Training
Elephant Training
Elephant Training

ଭୁବନେଶ୍ବର: ଚନ୍ଦକା ଡମପଡ଼ା ଅଭୟାରଣ୍ୟର କୁମାର ଖୁଣ୍ଟିଠାରେ ଆରମ୍ଭ ହୋଇଛି ହାତୀ ପାଠଶାଳା । ମନୁଷ୍ୟ, ବନ୍ୟଜନ୍ତୁ ଏବଂ ଜଙ୍ଗଲ ସୁରକ୍ଷିତ ରଖିବା ଏହାର ମୂଳ ଲକ୍ଷ୍ୟ ରହିଛି । ପ୍ରଥମ ପର୍ଯ୍ୟାୟରେ ଶିମିଳିପାଳ ଯୋନାବିଲିରୁ ଆସିଥିବା ଛୁଆ ହାତୀ ଜଗନ୍ନାଥ ଓ ନନ୍ଦନକାନନରୁ ଆସିଥିବା ଛୁଆ ହାତୀ ମାମାଙ୍କୁ ନେଇ ଆରମ୍ଭ ହୋଇଛି ପାଠପଢା । ଏହାସହ ବର୍ଷା ଦିନରେ ଶିମିଳିପାଳରେ ଟାଇଗର ରିଜର୍ଭ ଫୋର୍ସ ଏହି ହାତୀଙ୍କ ପିଠି ଉପରେ ବସି ଜଙ୍ଗଲର ସୁରକ୍ଷା ଦେବେ ।

ଦୁଇ ଦିନ ମଧ୍ୟରେ ଢେଙ୍କାନାଳ କପିଳାସରୁ ଉମା, ପଦ୍ମା, ଶ୍ୟାମା ଏବଂ ଶିବା ନାମକ ହାତୀଙ୍କୁ ଚନ୍ଦକା ଅଣାଯିବାର ବ୍ୟବସ୍ଥା କରାଯାଉଛି। ଆସାମ ଏବଂ ତାମିଲନାଡୁରୁ ଦକ୍ଷ ମାହୁନ୍ତ ଆସିଛନ୍ତି । ଏନେଇ ଜଙ୍ଗଲ ବିଭାଗର ସଚିବ ସତ୍ୟବ୍ରତ ସାହୁ କହିଛନ୍ତି , "ଅନ୍ୟ ରାଜ୍ୟରେ ଯେଉଁ ଭଳି ଭାବରେ ହାତୀଙ୍କୁ ପାଠ ପଢାଯାଉଛି ଆମ ରାଜ୍ୟ ପକ୍ଷରୁ ମଧ୍ୟ ସେପରି କରିବାକୁ ପ୍ରୟାସ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସୁରକ୍ଷା। ଜଙ୍ଗଲ ରହିବ ବନ୍ୟଜନ୍ତୁ ରହିବେ ତା ସହିତ ଲୋକମାନେ ମଧ୍ୟ ରହିବେ। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହେଉଛି ଆମର ଲକ୍ଷ୍ୟ ।"

ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, "ବାହାର ରାଜ୍ୟରେ ବିଶେଷ ଭାବରେ ଯେଉଁ ହାତୀମାନେ ଅନାଥ ହୋଇଥାନ୍ତି ବା ସେମାନଙ୍କ ହାତୀ ଗୋଷ୍ଠୀରୁ ବାହାରକୁ ଆସିଯାଇଥାନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ। ବିଶେଷ ଭାବରେ ହାତୀ ମନୁଷ୍ୟ ସଂଘର୍ଷ ହେଉଥିବା ସମୟରେ ଏହି ପ୍ରଶିକ୍ଷଣ ହାତୀଙ୍କୁ ସେଠାରେ ନିୟୋଜିତ କରାଯାଇଥାଏ । ଏହାଦ୍ବାରା ସମାଧାନର ବାଟ ବାହାରିଥାଏ। ଏହାସହ ବିଭିନ୍ନ ସ୍ଥାନରେ ମଧ୍ୟ ଟାଇଗର ମନିଟରିଂ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଶିମିଳିପାଳରେ ଯେଉଁ କ୍ୟାମ୍ପ ଚାଲିଛି ସେଥିରେ ଟାଇଗର ମନିଟରିଂ ପାଇଁ କରାଯାଉଛି । ଯେହେତୁ ବାଘ ସଂଖ୍ୟା ବୃଦ୍ଧି ପାଉଛି।"

ଏହା ମଧ୍ୟ ପଢନ୍ତୁ...ହାତୀ ପଢିବେ ପାଠ, ନନ୍ଦନକାନନରୁ ଗଲା ହାତୀ ଛୁଆ ‘ମାମା’

ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଆହୁରି ମଧ୍ୟ କହିଛନ୍ତି, "ଜଙ୍ଗଲ ନିକଟରେ ଥିବା ଜନବସତିରେ ହାତୀମାନେ ବିଭିନ୍ନ ପ୍ରକାରର ଭଙ୍ଗାରୁଜା କରିଥାନ୍ତି ଓ ଧାନ ଫସଲ ନଷ୍ଟ କରିଥାନ୍ତି । ତେଣୁ ଦୁଷ୍ଟ ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ପଠାଇବେ ଏହି ପ୍ରଶିକ୍ଷିତ ହାତୀ । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସାଧାରଣ ଭାବରେ ବର୍ଷା ଋତୁରେ ଶିମିଳିପାଳ ଅଭୟାରଣ୍ୟରେ ହାତୀ ପିଠିରେ ବସି କରି ଟାଇଗର ରିଜର୍ଭ ଫୋର୍ସ ଅଭୟାରଣ୍ୟର ସୁରକ୍ଷା କରିବାରେ ସାହାଯ୍ୟ କରିବ।" ହାତୀ ପାଠଶାଳା ଦ୍ବାରା ଉଭୟ ବନ୍ୟଜନ୍ତୁ ଓ ମନୁଷ୍ୟଙ୍କ ସୁରକ୍ଷା ହୋଇପାରିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.