ETV Bharat / state

ପୋଚ ଖାଇବାକୁ ସହର ମୁହାଁ ହାତୀ, ଆତଙ୍କିତ ଲୋକେ

author img

By ETV Bharat Odisha Team

Published : Feb 7, 2024, 1:06 PM IST

Elephant Terror: ରାଜଧାନୀ ମୁହାଁ ହେଉଛନ୍ତି ହାତୀ । ପୁଣି ରାମୁ ହାତୀ ଖେଳାଇଛି ଆତଙ୍କ । ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହାତୀକୁ ସହର ମୁହାଁ କରିଛି । ଅଧିକ ପଢ଼ନ୍ତୁ

ହାତୀ ଖେଲାଉଛି ଆତଙ୍କ,
ହାତୀ ଖେଲାଉଛି ଆତଙ୍କ,

ଭୁବନେଶ୍ୱର: ରାଜଧାନୀ ମୁହାଁ ହେଉଛନ୍ତି ହାତୀ । ପୁଣି ରାମୁ ହାତୀ ଖେଳାଇଛି ଆତଙ୍କ । ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହାତୀକୁ ସହର ମୁହାଁ କରିଛି । ପୋଚ ବାଡ଼ ବାହାରକୁ ଫିଙ୍ଗୁଥିବାରୁ ତାକୁ ଖାଇବାକୁ ହାତୀ ଆସୁଥିବା କହିଛନ୍ତି ଚନ୍ଦକା DFO । ବାରମ୍ବାର ସଚେତନ କରାଯାଉଥିବା ବେଳେ ସ୍ଥାନୀୟ ଲୋକ କୌଣସି ପ୍ରକାରର ସହଯୋଗ କରୁନାହାନ୍ତି ।

ମଙ୍ଗଳବାର ରାଜଧାନୀରେ ଦେଖିବାକୁ ମିଳିଥିଲା ହାତୀ ଆତଙ୍କ । ଭରତପୁର ଜଙ୍ଗଲ ମଧ୍ୟରୁ ହାତୀ ଆସି ସହରରେ ବୁଲୁଥିବା ଦେଖିବାକୁ ମିଳିଥିଲା । ମୈତ୍ରୀ ବିହାର, ହାତୀଆସୁଣି ଏବଂ 2ଶହ ଫୁଟିଆ ରାସ୍ତାରେ ହାତୀ ବୁଲୁଥିଲା । ପାଚେରୀ ପାର୍ଶ୍ଵରେ ଲାଗିଥିବା ଗଛ ଡ଼ାଳ ଭାଙ୍ଗି ଖାଇବା ସହ ଲୋକଙ୍କୁ ଗୋଡାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଖବର ପାଇ ପିସିଆର୍, ସ୍ଥାନୀୟ ମୈତ୍ରୀ ବିହାର ପୋଲିସ ଏବଂ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଆସିଥିଲେ । ହାତୀ ଆତଙ୍କ ଖେଳାଉ ଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ମୁତୟନ ରହି ରାମୁ ହାତୀକୁ ଘଉଡାଇ ଥିଲେ । ତେବେ ବାରମ୍ବାର ହାତୀ ଜଙ୍ଗଲ ବାହାରକୁ ବାହାରି ସହର ମୁହାଁ ହେବା ଚିନ୍ତାର ବିଷୟ ପାଲଟିଛି । ଫଳରେ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହେଉଛି । ଭରତପୁର ଅଞ୍ଚଳରେ ଏଭଳି ଦୃଶ୍ୟ ଯେପରି ନିତିଦିନିଆ ହୋଇଗଲାଣି । ସେପଟେ ହାତୀ ବାରମ୍ବାର ସହର ମୁହାଁ ହେଉଥିବାରୁ ବନ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢ଼ନ୍ତୁ... ରାସ୍ତାରେ ବୁଲୁଛି ଗଜରାଜ, ଅଟକି ରହିଲା ଯାନବାହନ

ମଙ୍ଗଳବାର ଚନ୍ଦକା ଡିଏଫଓଙ୍କ ନେତୃତ୍ୱରେ ଏକ ଟିମ ହାତୀ ଚଲାବାଟକୁ ନେଇ ସମୀକ୍ଷା କରିଛନ୍ତି । ଡ଼ିଏଫଓ ଶରତ ବେହେରା କହିଛନ୍ତି, ‘‘ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ପୋଚ ଖାଇବାକୁ ହାତୀ ଆସୁଛି । କାରଣ ସ୍ଥାନୀୟ ଅଞ୍ଚଳରେ ଦେଶୀ ମଦ ପ୍ରସ୍ତୁତ ହେଉଥିବାରୁ ପୋଚ ବାଡ଼ ବାହାରକୁ ଫିଙ୍ଗାଯାଉଛି । ସେହି ପୋଚ ଖାଇବାକୁ ହାତୀ ଆସୁଛି ।’’ ତେଣୁ ଲୋକେ ଏଥିପ୍ରତି ସଚେତନ ନହେଲେ କୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ରହୁଛି । ତେବେ ସ୍ଥାନୀୟ ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିବା ବେଳେ ସେମାନେ ଏହାକୁ ନେଇ କୌଣସି ପ୍ରକାରର ସହଯୋଗ କରୁନାହାନ୍ତି ।

ସୂଚନା ଅନୁଯାୟୀ, ୩ ଦିନ ତଳେ ରାମୁ ପଥରଗାଡ଼ିଆ ଅଞ୍ଚଳକୁ ପଶିଯିବା ସହ ଲୋକଙ୍କ ଘରଦ୍ଵାର ପାଚେରୀ ଭଙ୍ଗାରୁଜା କରିଥିଲା । ବନ ବିଭାଗ ବହୁ ପରିଶ୍ରମ କରି ରାମୁକୁ ଜଙ୍ଗଲକୁ ଘଉଡାଇ ନେବାର ସକ୍ଷମ ହୋଇଥିଲା । ଖୋର୍ଦ୍ଧା ଅଞ୍ଚଳକୁ ପଳାଇଥିବା ରାମୁ ପ୍ରାୟ ସାପ୍ତାହେ ହେବ ଭରତପୁର ଜଙ୍ଗଲକୁ ଆସି ଆତଙ୍କ ଖେଲାଇଛି । ତିନି ଦିନ ଧରି ଭରତପୁର ଜଙ୍ଗଲ ପାଖାପାଖି ଅଞ୍ଚଳରେ ତାକୁ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.