ETV Bharat / state

ରାଜ୍ୟରେ ସରିଲା ହାତୀ ଗଣନା, କ୍ୟାମେରା କଏଦ ହେଲା କୌତୁହଳ ଦୃଶ୍ୟ - Elephant census in Odisha - ELEPHANT CENSUS IN ODISHA

Elephant census in Odisha: ରାଜ୍ୟରେ ସରିଲା ହାତୀ ଗଣନା । ୩ଦିନ ଧରି ଏହି ଗଣନା କାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ସମୟରେ ହାତୀଙ୍କ କୌତୁହଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଅଧିକ ପଢନ୍ତୁ

Elephant census in Odisha
Elephant census in Odisha (ETV Bharat Odisha)
author img

By ETV Bharat Odisha Team

Published : May 25, 2024, 4:20 PM IST

ଭୁବନେଶ୍ୱର: ରାଜ୍ୟରେ ସରିଲା ହାତୀ ଗଣନା । ଗଣନା ବେଳେ ଜଙ୍ଗଲ ମଧ୍ୟରେ କ୍ୟାମେରାରେ କଏଦ ହେଲା ହାତୀ ପଲଙ୍କ ଦୃଶ୍ୟ । ୩ ଦିନ ଧରି ଏହି ଗଣନା କାର୍ଯ୍ୟ କରାଯାଇଥିବା ବେଳେ ବିଭିନ୍ନ ସମୟରେ ହାତୀଙ୍କ କୌତୁହଳ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ହାତୀଙ୍କ ଉପସ୍ଥିତ ଥିବା ରାଜ୍ୟର ୪୬ଟି ଡିଭିଜନ୍‌ରେ ଗଣନା କରାଯାଇଥିଲା । ଏଥିପାଇଁ ଜଙ୍ଗଲରେ ୧ ହଜାର ୧୩୬ଟି ମଞ୍ଚା ନିର୍ମାଣ କରାଯାଇଥିଲା । ଏହା ସହ ବାରାକ, ୱାଚ ଟାୱାରଙ୍କ ସମେତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଉଚ୍ଚା ସ୍ଥାନକୁ ଗଣନା କାର୍ଯ୍ୟ ସମୟରେ ବ୍ୟବହାର କରାଯାଇଥିଲା । ତେବେ ଏହି ଗଣନା ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୪ ତାରିଖ ଶେଷ ହୋଇଛି ।

Elephant census in Odisha (ETV Bharat Odisha)

ବନ୍ୟପ୍ରାଣୀ ପିସିସିଏଫଙ୍କ ସୂଚନା ମୁତାବକ, ହାତୀ ଗଣନା ଶେଷ ହୋଇଛି । ଏହି ସମୟରେ ଜଙ୍ଗଲ ମଧ୍ୟରେ ହାତୀଙ୍କ କୌତୁହଳ ଦୃଶ୍ୟ ମଧ୍ୟ କଏଦ ହୋଇଛି । ଦୁଇଟି ମଧ୍ୟ ବୟସ୍କ ହାତୀ ଏକ ଜଳ ଗାଡ଼ିଆରେ ଖେଳୁଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଉ ଏକ ହାତୀ ପଲ ଗାଁଠାରୁ ଅଳ୍ପ କିଛି ଦୂରରେ ଥିବା ଜଙ୍ଗଲରେ ରହିଥିବାର ଦେଖିବାକୁ ମିଳିଛି । ପ୍ରଥମ ଦିନ ଠାରୁ ଆରମ୍ଭ କରି ତୃତୀୟ ଦିନ ପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟରେ ହାତୀ ପଲମାନଙ୍କର ଚିତ୍ର ଭଲ ଭାବରେ ଜଣାପଡ଼ୁଥିଲା । ଅନେକ ସମୟରେ ସେମାନେ ଜଙ୍ଗଲରେ ଏକତ୍ରିତ ରହୁଥିବାର ନଜରକୁ ଆସୁଥିଲା ।

ଏହାମଧ୍ୟ ପଢନ୍ତୁ.. ଶିମିଳିପାଳରେ ଏକାଠି ବୁଲିଛନ୍ତି ମହାବଳ ଓ କଳାବାଘ, ଫଟୋ ପୋଷ୍ଟ କଲେ PCCF - Similipal Wildlife Sanctuary

ସୂଚନା ଅନୁଯାୟୀ, ଶେଷ ଥର ପାଇଁ ରାଜ୍ୟରେ ୨୦୧୭ ମସିହା ମେ ମାସରୁ ଜୁଲାଇ ମାସ ମଧ୍ୟରେ ହାତୀ ଗଣନା କରାଯାଇଥିଲା । ଏହାପର ଠାରୁ ହାତୀ ଗଣନା ଆଉ ହୋଇ ନାହିଁ । ୨୦୧୫ ଗଣନା ସମୟରେ ରାଜ୍ୟରେ ୧ ହଜାର ୯୫୪ ଟି ହାତୀ ରହିଥିବା ବେଳେ ୨୦୧୭ ମସିହାରେ ତାହା ବୃଦ୍ଧି ପାଇ ୧ ହଜାର ୯୭୬ରେ ପହଞ୍ଚିଥିଲା । ସେହି ସମୟର ସର୍ବମୋଟ ୨୨ଟି ହାତୀ ବୃଦ୍ଧି ଘଟିଥିଲା । ରାଜ୍ୟର ୪୩ଟି ବନ୍ୟପ୍ରାଣୀ ଡିଭିଜନରେ ଏହି ହାତୀ ଗଣନା କରାଯାଇଥିଲା ।

ଏହା ସହ ହାତୀ ଗଣନା ସମେତ କଲରାପତରିଆ ବାଘର ମଧ୍ୟ ଗଣନା ଆରମ୍ଭ ହୋଇଛି । ୪୦ ଦିନ ଧରି ଏହି ଗଣନା କରାଯିବ । ଏଥିରେ ଟ୍ରାପ୍‌ କ୍ୟାମେରା ବ୍ୟବହାର କରାଯାଉଛି । ଏଥିପାଇଁ ରାଜ୍ୟରେ ଥିବା ୫୧ ଟି ଡିଭିଜନ୍‌ରେ ୩ ହଜାର ୩୧୨ ଟି କ୍ୟା‌ମେରା ଲଗାଯାଇଛି । ବ୍ୟାଘ୍ର ଅଭୟାରଣ୍ୟ ଭିତରେ କଲରାପତରିଆଙ୍କ ଯାଞ୍ଚ କରିବାକୁ ପ୍ରତି ଦୁଇ ବର୍ଗ କିଲୋମିଟର ବ୍ୟବଧାନରେ କ୍ୟାମେରା ବ୍ୟବସ୍ଥା କରାଯାଇଛି ।

ଅନ୍ୟାନ୍ୟ ବନ୍ୟପ୍ରାଣୀ ଅଭୟାରଣ୍ୟ ଗୁଡ଼ିକରେ ୨୫ ବର୍ଗ କିଲୋମିଟରରେ ୫ ଯୋଡ଼ା ଟ୍ରାପ୍‌ କ୍ୟାମେରା ବ୍ୟବହାର କରାଯାଇଛି । ୨୦୨୩ ସେପ୍ଟେମ୍ବର ୧୫ ତାରିଖରୁ ଜାନୁଆରୀ ୩୧ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ବାଘ ଗଣନା ପାଇଁ ‌ଲଗାଯାଇଥିବା ଟ୍ରାପ୍‌ କ୍ୟାମେରାରେ ରହିଥିବା ଚିତ୍ର ଗୁଡ଼ିକୁ ରେଫରେନ୍ସ ଭାବେ ବ୍ୟବହାର କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.