ETV Bharat / state

ବିଲରୁ ଛୁଆ ହାତୀର ମୃତଦେହ ଉଦ୍ଧାର - ହାତୀ ଛୁଆର ମୃତଦେହ ଠାବ

Elephant Died in Dhenkanal: ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି । ବାବନ୍ଧ ସେକ୍ସନ ଗିରିଧର ପ୍ରସାଦ ଗ୍ରାମ୍ୟଜଙ୍ଗଲ ନିକଟରେ ଏହି ଛୁଆ ହାତୀର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Elephant Died in Dhenkanal
Elephant Died in Dhenkanal
author img

By ETV Bharat Odisha Team

Published : Jan 31, 2024, 10:00 AM IST

ଢେଙ୍କାନାଳ: ରାଜ୍ୟରେ ସଙ୍କଟରେ ପଡ଼ିଛନ୍ତି ଗଜରାଜ । କେତେବେଳେ ହାତୀ ମଣିଷର ଜୀବନ ନେଉଛି ତ ଆଉ କେଉଁଠି ମଣିଷ ଯୋଗୁଁ ହାତୀର ମୃତ୍ୟୁ ହେଉଛି । ଏବେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଛି । ମୃତ ହାତୀ ଛୁଆଟି ଏକ ଅଣ୍ଡିରାହାତୀ ଛୁଆ ହୋଇଥିବା ବେଳେ ତାହାର ବୟସ ୨ବର୍ଷ ହେବ ବୋଲି ଅନୁମାନ କରାଯାଇଛି । ହାତୀ ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ ।

ତେବେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଗିରିଧରପ୍ରସାଦ ଗ୍ରାମ ନିକଟସ୍ଥ ଗିରିଧରପ୍ରସାଦ ଗ୍ରାମ ନିକଟ ଧାନ ବିଲରେ ଏହି ହାତୀ ଛୁଆର ମୃତଦେହକୁ ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ମୃତଦେହକୁ ଜବତ କରିବା ସହ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ମୃତ ହାତୀ ଛୁଆର କିଛି ଦୂରରେ ହାତୀ ପଲ ରହିଥିବା ଜଣାପଡିଛି ।

ସେହିପରି ଗତ ମାସରେ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଥିଲା । ହାତୀ ଛୁଆଟି ଧାନ ଖାଇବାକୁ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା । ହିନ୍ଦୋଳ ରେଞ୍ଜ ରାସୋଳ ସେକ୍ସନର ରାମପାଳ ନିକଟରେ ଧାନ ବିଲରେ ହାତୀ ଛୁଆର ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଏନେଇ ଖବରପାଇ ଘଟଣାସ୍ଥଳରେ ବନବିଭାଗ ଟିମ ପହଞ୍ଚି ହାତୀ ଛୁଆର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା । ଏଥିସହ ମୃତ ହାତୀ ଛୁଆ ପାଖରୁ କିଛି ବିଦ୍ୟୁତ ତାର ଜବତ କରିଥିଲା ବନ ବିଭାଗ l

ଏହା ମଧ୍ୟ ପଢନ୍ତୁ - ହାତୀ ମୃତ୍ୟୁରେ ଲାଗୁନି ବ୍ରେକ୍‌, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଛୁଆ ମୃତ

ଜିଲ୍ଲାର ହିନ୍ଦୋଳ ବନାଞ୍ଚଳରେ ବଣୁଆ ହାତୀମାନଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଆଉ ଏହି ବଣୁଆ ହାତୀମାନେ ଏକର ଏକର ଫସଲ ଉଜାଡୁଥିବା ବେଳେ ଗାଁ ଗାଁରେ ଉତ୍ପାତ କରୁଛନ୍ତି । ଯାହାକୁ ନେଇ ହିନ୍ଦୋଳ ବାସୀ ଚିନ୍ତାରେ ପଡି ଯାଇଛନ୍ତି । ସନ୍ଧ୍ୟା ହେଲେ ଅଞ୍ଚଳରେ ହାତୀକୁ ନେଇ ଆତଙ୍କ ଖେଳି ଯାଉଛି । ଆଉ ଏହି ହାତୀ ମଣିଷ ଛକାପଞ୍ଝାରେ କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ବଳି ପଡୁଥିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । ମାତ୍ର ବନ ବିଭାଗ ସେଥିପାଇଁ କିଛି ଆଖିଦୃଶିଆ ପଦକ୍ଷେପ ନେଉ ନଥିବାରୁ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.