ETV Bharat / state

ରାଜ୍ୟ ଷ୍ଟିୟରିଂ କମିଟି ବୈଠକ, ଭିନ୍ନକ୍ଷମ ମତଦାତାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା - election commission - ELECTION COMMISSION

Election Commission Meeting: ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବସିଲା ଷ୍ଟିୟରିଂ କମିଟିର ବୈଠକ । ଭିନ୍ନକ୍ଷମ ମତଦାତାଙ୍କ ପାଇଁ ମତଦାନ ପ୍ରକ୍ରିୟାକୁ ସୁଗମ କରିବା ବିଷୟରେ ହେଲା ଆଲୋଚନା । ଅଧିକ ପଢନ୍ତୁ

ରାଜ୍ୟ ଷ୍ଟିୟରିଂ କମିଟିର ବୈଠକ, ଭିନ୍ନକ୍ଷମ ମତଦାତାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

author img

By ETV Bharat Odisha Team

Published : Mar 31, 2024, 9:14 AM IST

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ-୨୦୨୪କୁ ଏକ ସମ୍ମିଳିତ ମତଦାନର ପର୍ବ ରୂପେ ପାଳନ କରିବା ପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେହି କ୍ରମରେ ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାରେ ସବୁ ବର୍ଗର ମତାଦାତାଙ୍କୁ ଯେଭଳି ଭାବରେ ସାମିଲ କରାଯାଇପାରିବ, ସେନେଇ ପଦକ୍ଷେପ ନିଆଯାଉଛି । ସେହି ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ରାଜ୍ୟ ଷ୍ଟିୟରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଗତକାଲି ଆୟୋଜିତ ହୋଇଛି ରାଜ୍ୟ ଷ୍ଟିୟରିଂ କମିଟିର ବୈଠକ । ବୈଠକରେ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ମତଦାନ ପ୍ରକ୍ରିୟାକୁ ସୁଗମ କରିବା ବିଷୟରେ ଆଲୋଚନା ହୋଇଛି ।

ମତଦାତା ତାଲିକାରେ ଭିନ୍ନକ୍ଷମ ମତଦାତାଙ୍କୁ ସାମିଲ କରିବାରେ ଓଡ଼ିଶାର ହାର ଜାତୀୟ ହାରଠୁ ଉପରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫.୪୭ ଲକ୍ଷ ଭିନ୍ନକ୍ଷମ ଭୋଟର ମତଦାନ ପାଇଁ ମାର୍କିଂ ହୋଇଛନ୍ତି । ସେମାନଙ୍କୁ ସମସ୍ତଙ୍କୁ ଘରୁ ମତଦାନ କେନ୍ଦ୍ରକୁ ଆଣିବା ଓ ମତଦାନ କେନ୍ଦ୍ରରୁ ନେଇ ଘରେ ଛାଡ଼ିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ହ୍ୱିଲ ଚେୟାରର ବନ୍ଦୋବସ୍ତ କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ ହ୍ୱିଲ ଚେୟାର ନେବା ପାଇଁ ସ୍ୱତନ୍ତ୍ର ରାମ୍ପର ବ୍ୟବସ୍ଥା ରହିବ । ସମସ୍ତ ବୁଥରେ ଭିନ୍ନକ୍ଷମ ମତଦାତାମାନେ ଅଗ୍ରାଧିକାର ଭିତ୍ତିରେ ମତଦାନ କରିବେ ।

ଭିନ୍ନକ୍ଷମ ମତଦାତାମାନେଙ୍କୁ ସାହାଯ୍ୟ କରିବା ପାଇଁ ୧୪ରୁ ୧୮ ବର୍ଷ ବୟସର ସ୍ୱେଚ୍ଛାସେବୀଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଉଛି । ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ସମୟରେ ମଧ୍ୟ ଭିନ୍ନକ୍ଷମ ମତଦାତାଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁଗମ ମତଦାନର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ସେକ୍ଟର ଅଫିସର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ବୁଥସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି । ଦୃଷ୍ଟିବାଧିତ ମତଦାତାଙ୍କ ପାଇଁ ବ୍ରେଲି ଅକ୍ଷରରେ ମୁଦ୍ରିତ ବାଲାଟ ପେପର ସମସ୍ତ ବୁଥରେ ରଖାଯିବ । ମତଦାନ ପାଇଁ ରାଜ୍ୟର ସମସ୍ତ ବୁଥକୁ ତଳ ମହଲାରେ କରାଯାଇଛି ।

ଯେଉଁ ଭିନ୍ନକ୍ଷମ ମତଦାତାଙ୍କର ୪୦ ପ୍ରତିଶତରୁ ଊର୍ଦ୍ଧ୍ବ ବେଞ୍ଚମାର୍କ ଭିନ୍ନକ୍ଷମତା ରହିଥିବ ଏବଂ ତତସଂକ୍ରାନ୍ତୀୟ ପ୍ରମାଣପତ୍ର ଥିବ ସେମାନେ ଫର୍ମ ୧୨ (ଡି) ମାଧ୍ୟମରେ ଆବେଦନ କରିପାରିବେ । ଏବଂ ନିଜ ଘରେ ଥାଇ ପୋଷ୍ଟାଲ ବାଲାଟ ଜରିଆରେ ମତଦାନ କରିପାରିବେ । ଏହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଦ୍ୱାରା ସମସ୍ତ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସୁଗମ ମତଦାନର ପରିବେଶ ସୃଷ୍ଟି କରାଯାଇଛି । ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।ସମସ୍ତ ବିଭାଗ ରାଜ୍ୟସ୍ତରରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ସମନ୍ୱିତ ଭାବରେ କାର୍ଯ୍ୟ କରିବେ ।

ଏହା ମଧ୍ୟ ପଢନ୍ତୁ......କଟକରେ ଆଲର୍ଟ କମିଶନରେଟ ପୋଲିସ, ନିର୍ବାଚନ ଶାନ୍ତି ଶୃଙ୍ଖଳାରେ କରିବାକୁ ପ୍ରସ୍ତୁତି ଜୋରଦାର - Police Tightens Security In Cuttack

ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନକୁ ସମସ୍ତ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ସୁଗମ ଓ ସ୍ମରଣୀୟ ମତଦାନର ବ୍ୟବସ୍ଥା ଦ୍ୱାରା ଗଣତନ୍ତ୍ରର ମହାପର୍ବରେ ସହଭାଗିତା ଓ ସମଭାଗିତାର ପରିବେଶ ସୃଷ୍ଟି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ବ୍ୟବସ୍ଥା ଦ୍ୱାରା ହିଁ ‘ପ୍ରତିଟି ଭୋଟ ମୂଲ୍ୟବାନ’ର ଲକ୍ଷ୍ୟ ହାସଲ ହୋଇପାରିବ । ନିର୍ବାଚନ ଦେଶର ଜାତୀୟ ଉତ୍ସବ ରୂପେ ପ୍ରତିଷ୍ଠିତ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଉଲ୍ଲେଖ କରିଛନ୍ତି । ରାଜ୍ୟ ଷ୍ଟିୟରିଂ କମିଟିର ଏହି ବୈଠକରେ କମିଟିର ସଭ୍ୟା ଡାକ୍ତର ଶ୍ରୁତି ମହାପାତ୍ର ଭିସି ମାଧ୍ୟମରେ ସାମିଲ ହୋଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଏହି ସମସ୍ତ ପ୍ରଚେଷ୍ଟାକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ଏହା ସହିତ ଜିଲ୍ଲାସ୍ତରୀୟ କମିଟିରେ ଏସବୁ ନେଇ ଉଚିତ ପ୍ରଶିକ୍ଷଣ ପାଇଁ ପ୍ରସ୍ତାବ ଦେଇଛନ୍ତି ।

ତେବେ ବୈଠକ ପ୍ରାରମ୍ଭରେ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାସ ଏକ ପିପିଟି ପ୍ରେଜେଣ୍ଟେସନ୍‌ ମାଧ୍ୟମରେ ସମ୍ମିଳିତ ଭୋଟର ତାଲିକା ଓ ଭିନ୍ନକ୍ଷମ ମତଦାତା ସଂକ୍ରାନ୍ତୀୟ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଛନ୍ତି । ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ଏନ. ତିରୁମାଲା ନାଏକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି, ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଓସେପା ଆଦିର ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.