ETV Bharat / state

ବିଧାନସଭା ନିର୍ବାଚନ 2024: ବରଗଡ଼ ହେବ କାହାର, ବିଜେଡ଼ି ମାରିବ ବାଜି ନା ଆସିବ ପରିବର୍ତ୍ତନ

Assembly Election 2024: ଗତ ଶନିବାର ନିର୍ବାଚନର ବିଗୁଲ ବାଜି ସାରିଛି । 2024 ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ସାରିଛନ୍ତି । ଆସନ୍ତୁ ଜାଣିବା ବିଗତ ୧୦ ବର୍ଷରେ ବରଗଡ ବିଧାୟକଙ୍କ କାର୍ଯ୍ୟକାଳରେ କଣ ସବୁ ବିକାଶ ହୋଇଛି ଏବଂ କେଉଁ କ୍ଷେତ୍ରରେ ବରଗଡ଼ ପଛୁଆ ରହିଛି । ଅଧିକ ପଢ଼ନ୍ତୁ,

ବିଧାନସଭା ନିର୍ବାଚନ 2024
ବିଧାନସଭା ନିର୍ବାଚନ 2024
author img

By ETV Bharat Odisha Team

Published : Mar 19, 2024, 4:38 PM IST

Updated : Mar 19, 2024, 4:51 PM IST

ବିଧାନସଭା ନିର୍ବାଚନ 2024

ବରଗଡ଼: ଗତ ଶନିବାର ନିର୍ବାଚନର ବିଗୁଲ ବାଜି ସାରିଛି । 2024 ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ସାରିଛନ୍ତି । ଆସନ୍ତା ମେ 20 ତାରିଖରେ ବରଗଡ ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ୨୬ ଏପ୍ରିଲ ୨୦୨୪ରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ଓ ଏହାର ଶେଷ ତାରିଖ ୩ ମଇ ରଖାଯାଇଛି । ୬ ମଇ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରହିଥିବା ବେଳେ ମଇ ୨୦ରେ ହେବ ମତଦାନ । ୪ ଜୁନରେ ହେବ ଭୋଟ ଗଣତି | ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଦଳ ନିଜ ନିଜର ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ସମସ୍ତେ ଅପେକ୍ଷା କରିଛନ୍ତି ଉଭୟ ବିଜେପି ଓ ବିଜେଡି ଦଳର ମେଣ୍ଟକୁ । ତେବେ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୧୦ ବର୍ଷ ଧରି ଲଗାତାର ବିଧାୟକ ଭାବେ ବିଜୟୀ ହୋଇ ଆସୁଥିବା ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ । ତେବେ ଆସନ୍ତୁ ଜାଣିବା ବିଗତ ୧୦ ବର୍ଷରେ ବରଗଡ ବିଧାୟକଙ୍କ କାର୍ଯ୍ୟକାଳରେ କଣ ସବୁ ବିକାଶ ହୋଇଛି ଏବଂ କେଉଁ କ୍ଷେତ୍ରରେ ବରଗଡ଼ ପଛୁଆ ରହିଛି ।

୨୦୧୯ରେ ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟର ସଂଖ୍ୟା 2,16,358 ରହିଥିବା ବେଳେ 1,61,640 ଭୋଟର ଅର୍ଥାତ 72. 84% ଭୋଟର ନିଜର ମତଦାନ କରିଥିଲେ । ବିଜେଡ଼ିରୁ ଦେବେଶ ଆଚାର୍ଯ୍ୟ 75,133 ଭୋଟ ଅକ୍ତିଆର କରିଥିବା ବେଳେ ବିଜେପି ଦଳର ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀ 68,681 ଭୋଟ ଏବଂ କଂଗ୍ରେସ ଦଳର ପ୍ରାର୍ଥୀ ନିପନ ଦାସ ମାତ୍ର 16,305 ଭୋଟ ଅକ୍ତିଆର କରିଥିଲେ । ଗତ ୨୦୧୯ ମସିହାରେ ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ 8452 ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଅଶ୍ଵିନୀ ଷଡଙ୍ଗୀଙ୍କୁ ହରାଇ ବିଜୟୀ ହୋଇଥିଲେ । ତେବେ ୨୦୧୪ରେ ପରେ ପୁଣି ୨୦୧୯ରେ ମଧ୍ୟ ଭୋଟର ବିଜେଡି ଦଳର ପ୍ରାର୍ଥୀ ଦେବେଶ ଆଚାର୍ଜ୍ୟଙ୍କୁ ପସନ୍ଦ କରିଥିଲେ ଏବଂ ବିଜୟୀ କରିଥିଲେ । ତେବେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ବିଜେଡିର ଦଳୀୟ ପ୍ରାର୍ଥୀ ଭାବେ ଟିକେଟ ପାଇଁ ଆଶାବାଦୀ ଅଛନ୍ତି |

ଏହା ମଧ୍ୟ ପଢ଼ନ୍ତୁ..... ନିର୍ବାଚନକୁ ନେଇ ଉତ୍ସାହିତ ନୂଆ ଭୋଟର, ଗୁଜବକୁ ବିଶ୍ବାସ ନକରିବାକୁ ଅନୁରୋଧ

ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ କୃଷକ ଓ କୃଷି ସମସ୍ୟା ସବୁବେଳେ ଲାଗି ରହିଥାଏ । ଏହି ଅଞ୍ଚଳରେ ଚାଷୀ, ବୁଣାକାର ଏବଂ ବେକାରୀଙ୍କ ସମସ୍ୟା ଉପରେ ଗୁରୁତ୍ଵ ଦେଉଥିବା ନେତା ଓ ମନ୍ତ୍ରୀଙ୍କ ଭବିଷ୍ୟ ଉଜ୍ଵଳ ରହିଥାଏ । ବରଗଡରେ ବିଗତ ପାଞ୍ଚ ବର୍ଷରେ ନିଶ୍ଚିତ ରୂପେ ଅନେକ ବିକାଶ ଓ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ହେଲେ ଅନ୍ୟପଟରେ ଶିଳ୍ପ କ୍ଷେତ୍ରରେ ଧୀରେ ଧୀରେ ବରଗଡ ଶିଳ୍ପ ଶୂନ୍ୟ ହେବାରେ ଲାଗିଛି ଯାହା ଦ୍ଵାରା ବେକାରି ସମସ୍ୟା ବଢୁଥିବା ଦେଖାଯାଇଛି । ବରଗଡରେ ଏବେ ଏହାକୁ ମୁଦ୍ଦା କରି ପ୍ରଶ୍ନବାଣରେ ଘେରୁଛନ୍ତି ବିରୋଧୀ । ପୂର୍ବରୁ ବରଗଡରେ ସୂତାକଳ, ଚିନିକଳ, ସାର କାରଖାନା ଆଦି ଅନେକ କଳକାରଖାନା ରହିଥିବା ବେଳେ ବର୍ତ୍ତମାନ ସଂପୂର୍ଣ୍ଣ ବନ୍ଦ ହୋଇପଡିଛି ଏହି ସମସ୍ତ ଶିଳ୍ପ । ସ୍ବାସ୍ଥ୍ୟ କ୍ଷେତ୍ରରେ ବରଗଡ ଜିଲ୍ଲାରେ 7 ମହଲା ବିଶିଷ୍ଟ ବିରାଟ ଜିଲ୍ଲା ହସ୍ପିଟାଲ ନିର୍ମାଣ ସହିତ ଅତି ଜରୁରୀ ଥିବା କ୍ୟାନ୍ସର ହସ୍ପିଟାଲ ମଧ୍ୟ ନିର୍ମାଣ ହୋଇଛି । ମାତ୍ର ସହରରୁ 10 କିଲୋମିଟର ଦୂରକୁ ହସ୍ପିଟାଲ ସ୍ଥାନାନ୍ତରିତ ହେବା ଓ ଆଗପରି ସମାନ ଚିକିତ୍ସା ସୁବିଧା ଲୋକେ ପାଇ ନପାରିବାକୁ ନେଇ ଲୋକଙ୍କ ମଧ୍ୟରେ ବଢିଛି ଅସନ୍ତୋଷ । ତେବେ ଅନେକ ବିକାଶ ଓ ଉନ୍ନତି ମୂଳକ କାର୍ଯ୍ୟ ମଧ୍ୟରେ ରହିଥିବା ଅସନ୍ତୋଷକୁ ଲୋକେ ଭୁଲି ବିକାଶକୁ ମନେକରିବେ ନାଁ କଣ ତାହା ଜନତା ହିଁ ବିଚାର କରିବେ ।

ଇଟିଭି ଭାରତ, ବରଗଡ଼

Last Updated : Mar 19, 2024, 4:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.