ETV Bharat / state

ଏକାମ୍ର ଉତ୍ସବର ଚତୁର୍ଥ ସନ୍ଧ୍ୟା: ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ

author img

By ETV Bharat Odisha Team

Published : Feb 7, 2024, 8:14 AM IST

Updated : Feb 7, 2024, 1:50 PM IST

Ekamra Utsav 2024: ଏକାମ୍ର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ । ମୁଖ୍ୟ ଆକର୍ଷଣ ସାଜିଥିଲା ବୁଢ଼ାବୁଢ଼ୀ ନାଟକ । ନାଟକ ମାଧ୍ୟମରେ ମାତୃଭାଷାକୁ ନେଇ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା । ଅଧିକ ପଢନ୍ତୁ

Ekamra Utsav 2024
ଏକାମ୍ର ଉତ୍ସବ
ଏକାମ୍ର ଉତ୍ସବ

ଭୁବନେଶ୍ୱର: ଏକାମ୍ର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନୃତ୍ୟରେ ପ୍ରଦର୍ଶିତ ହେଲା ଓଡ଼ିଶାର ଇତିହାସ । ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ( ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ 'ଭାଷା ହିଁ ଭବିଷ୍ୟତ' ଉପରେ କାର୍ଯ୍ୟକ୍ରମ ରହିଥିଲା । ଏହି ଅବସରରେ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ତାଙ୍କ ସାଥୀ କଳାକାରଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ହୋଇଥିଲା । ଓଡ଼ିଶୀର ଉଚ୍ଚକୋଟୀର ପ୍ରଦର୍ଶନ ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲା । ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଓଡ଼ିଶାର ଇତିହାସଠୁ ନେଇ ରୂପାନ୍ତରଣର ଓଡ଼ିଶା ଦେଖିବାକୁ ମିଳିଥିଲା ।

ବିଶିଷ୍ଟ କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା ଜଗନ୍ନାଥଙ୍କ ଭଜନରୁ ତାଙ୍କ ପରିବେଷଣ ଆରମ୍ଭ କରିଥିଲେ । ଏହାପରେ ଓ ସାଥିୟା, ମୌଲା ମେରେ ଭଳି ଗୀତ ଗାଇଥିଲେ । ସେହିପରି ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ ମଜାଳିଆ ଢଙ୍ଗରେ ଭାଷାକୁ ନେଇ ବେଶ୍ ରୋଚକ କଥା କହିଥିଲେ । ଓଡ଼ିଶାର ବିଭିନ୍ନ ଭାଷାକୁ ସେ ଦର୍ଶକଙ୍କ ପାଖେ କହିଥିଲେ । ଭାଷା ହିଁ ଭବିଷ୍ୟତ ବୋଲି ତାଙ୍କ କଥାରେ ସେ ପ୍ରତିପାଦିତ କରିଥିଲେ । ତେବେ ଚତୁର୍ଥ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ବୁଢ଼ାବୁଢ଼ୀ ନାଟକ । ନାଟକ ମାଧ୍ୟମରେ ମାତୃଭାଷାକୁ ନେଇ ଏକ ସୁନ୍ଦର ବାର୍ତ୍ତା ଦିଆଯାଇଥିଲା । ମାତୃଭାଷା ସହ ଓଡ଼ିଶାର ପ୍ରତିଟି ଜିଲ୍ଲାର ଝଲକକୁ ନେଇ ସୁନ୍ଦର କଥାର ଅବତାରରେ କରିଥିଲେ କଳାକାର । ଏହି ନାଟକରେ ପ୍ରଜ୍ଞାରଞ୍ଜନ ଖଟୁଆ, ଶଙ୍କର, ଅନ୍ତର୍ଯ୍ୟାମୀ ପଣ୍ଡା, ବ୍ରଜ ସିଂହ, ଦେବୁ ବ୍ରହ୍ମା, ହାଡୁ, ଟୁକୁନା, ସ୍ମୃତି, ଚିରଞ୍ଜିବ, ଐଶ୍ୱର୍ଯ୍ୟା ପ୍ରମୁଖ ଅଭିନୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଏକାମ୍ର ମହୋତ୍ସବ: ସନମ୍ ପୁରୀଙ୍କ ଗୀତରେ ଝୁମିଲେ ରାଜଧାନୀବାସୀ

ସେହିପରି ଏହି ଅବସରରେ କଳା କ୍ଷେତ୍ରରେ ଅବଦାନ ରଖିଥିବା ବିଶିଷ୍ଠ ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ପଦ୍ମ ବିଭୂଷଣ ହରିପ୍ରସାଦ ଚୌରାସିଆ, ଦେବାଶିଷ ମହାପାତ୍ର, ଗୀତା ଦାଶ, ଘନଶ୍ୟାମ ମହାପାତ୍ର, ସବ୍ୟସାଚୀ ମହାପାତ୍ର ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିଥିଲେ 5T ଅଧ୍ୟକ୍ଷ ପାଣ୍ଡିଆନ । ଚତୁର୍ଥ ସନ୍ଧ୍ୟାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ଵ ଦର୍ଶକଙ୍କ ଖଚାଖଚ ଭିଡ ଲାଗିଥିବା ବେଳେ ଉପସ୍ଥିତ ଦର୍ଶକମାନେ କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ ।

ଶେଷରେ କୃଷ୍ଣ ବେଉରାଙ୍କ ଗୀତରେ ଝୁମିଥିଲେ ଦର୍ଶକ । ଓଡ଼ିଆ ହିନ୍ଦୀ ଗୀତ ସହ ମ୍ୟାସପ ଗୀତ ଗାଇ ସେ ଦର୍ଶକଙ୍କୁ ନଚେଇବା ସହ ସମସ୍ତଙ୍କ ହୃଦୟକୁ ଛୁଇଁ ପାରିଥିଲେ । ତେବେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ହସ୍ତଶିଳ୍ପ ବୟନ ଓ ହସ୍ତତନ୍ତ ବିଭାଗର ମନ୍ତ୍ରୀ ରୀତା ସାହୁ, ସମ୍ମାନିତ ଅତିଥି ଖୋର୍ଦ୍ଧା ବିଧାୟିକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ବିଡ଼ିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 7, 2024, 1:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.