ETV Bharat / state

‘ଏକ ନୟି କାହାନୀ ଲିଖି ହେ ଓଡିଶା’କୁ ଶ୍ରେଷ୍ଠ ମ୍ୟୁଜିକ ଭିଡିଓ ପୁରସ୍କାର - ଏକ ନୟି କାହାନୀ ଲିଖି ହେ ଓଡିଶା

Ek Nayi Kahani Likhi Hai Odisha Music Video: କୋଲକାତା ଆନ୍ତର୍ଜାତିକ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଚମକିଲା "ଏକ ନୟି କାହାନୀ ଲିଖି ହେ ଓଡିଶା" ମ୍ୟୁଜିକ ଭିଡିଓ । ଅଧିକ ପଢ଼ନ୍ତୁ

"ଏକ ନୟି କାହାନୀ ଲିଖି ହେ ଓଡିଶା"
"ଏକ ନୟି କାହାନୀ ଲିଖି ହେ ଓଡିଶା"
author img

By ETV Bharat Odisha Team

Published : Jan 31, 2024, 7:35 AM IST

"ଏକ ନୟି କାହାନୀ ଲିଖି ହେ ଓଡିଶା"

ଭୁବନେଶ୍ବର: କୋଲକାତା ଆନ୍ତର୍ଜାତିକ ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଚମକିଲା "ଏକ ନୟି କାହାନୀ ଲିଖି ହେ ଓଡିଶା" ମ୍ୟୁଜିକ ଭିଡିଓ । ଏହି ମ୍ୟୁଜିକ ଭିଡିଓଟି ଶ୍ରେଷ୍ଠ ମ୍ୟୁଜିକ ଭିଡିଓ ପୁରସ୍କାର ଅକ୍ତିଆର କରିଛି । ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଏହାକୁ ଶ୍ରେଷ୍ଠ ମ୍ୟୁଜିକ ଭିଡ଼ିଓର ପୁରସ୍କାର ଦିଆଯାଇଥିବା ବେଳେ ସବୁ ମହଲରୁ ଏହାର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ପ୍ରଶଂସାର ସୁଅ ଛୁଟିଛି ।

"ଏକ ନୟୀ କାହାଣୀ ଲିଖି ହେ ଓଡିଶା" ମ୍ୟୁଜିକ ଭିଡିଓକୁ ଶ୍ରେଷ୍ଠ ମ୍ୟୁଜିକ ଭିଡିଓ ପୁରସ୍କାର । ଏହି ମ୍ୟୁଜିକ ଭିଡିଓକୁ ଜଣାଶୁଣା ନିର୍ଦ୍ଦେଶକ ସନ୍ତୋଷ ପଣ୍ଡା ରଚନା କରିଛନ୍ତି । ଭିଡ଼ିଓଟି ୭ ମିନିଟ ଅବଧିର ହୋଇଥିବା ବେଳେ ଆନ୍ତର୍ଜାତିକ କୋଲକାତା ସର୍ଟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ମ୍ୟୁଜିକ ଭିଡ଼ିଓର ପୁରସ୍କାର ଦିଆଯାଇଛି । ଅଜିତ ସାହୁ ଏବଂ ସନ୍ତୋଷ ପଣ୍ଡାଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ମ୍ୟୁଜିକ ଭିଡିଓରେ କ୍ରୀଡା ପ୍ରତି ବିଶେଷ କରି ଭାରତର ହକି ପାଇଁ ଥିବା ଅବଦାନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ଗୀତକୁ ବଲିଉଡର ଖ୍ୟାତନାମା ଓ ଜଣାଶୁଣା ଗାୟକ ଅଭିଜିତ ଭାଟ୍ଟାଚାର୍ଯ୍ୟ କଣ୍ଠଦାନ କରିଛନ୍ତି । ଅଭିଜିତ ଭାଟ୍ଟାଚାର୍ଯ୍ୟ ଏହି ଗୀତଟିକୁ ଅତି ଚମତ୍କାର ଭାବେ ଗାଇଥିବା ବେଳେ ବିଶ୍ୱରେ ଏହି ଗୀତଟି ବେଶ ପ୍ରଶଂସା ସାଉଁଟିଛି ।

ଏହା ମଧ୍ୟ ପଢ଼ନ୍ତୁ.....ଦାଦାସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ: ସାଲାରକୁ 'ଫିଲ୍ମ ଅଫ ଦ ଇୟର' ଆୱାର୍ଡ

ସେପଟେ ଗତକାଲି ଏହି ଭିଡ଼ିଓଟି ଏକ ଜାତୀୟ ପୁରସ୍କାର ସାଉଁଟି ଥିବାବେଳେ ସବୁ ସ୍ତରରୁ ଏହାର ପ୍ରଯୋଜକ ସନ୍ତୋଷ ପଣ୍ଡାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି ମ୍ୟୁଜିକ ଭିଡ଼ିଓଟି ହକି ବିଶ୍ୱକପରେ ଓଡ଼ିଶାର ଅବଦାନ ପ୍ରୋତ୍ସାହନ ସହ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ସ୍ଵତ ସହଭାଗିତା ବିଷୟରେ ସଂଗୀତରେ ସଜାଯାଇଛି । ଏହାସହ ଓଡ଼ିଶାର କଳା ସଂସ୍କୃତିକୁ ମଧ୍ୟ ଏହି ମ୍ୟୁଜିକ ଭିଡିଓରେ ସ୍ଥାନିତ କରାଯାଇଛି ।

ପୂର୍ବରୁ ଏହି ମ୍ୟୁଜିକ ଭିଡିଓ ଅନେକ ପୁରସ୍କାର ସାଉଁଟିଥିବା ବେଳେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପୂର୍ବତନ ହକି ଖେଳାଳି ତଥା ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲୀପ ତିର୍କୀ, ଆନ୍ତର୍ଜାତିକ ହକି ଖେଳାଳି ଅମିତ ରୋହିତ ଦାସ ପ୍ରମୁଖ ଗୀତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କାରଣ ଏହି ଗୀତାର ପ୍ରତିଟି ଶବ୍ଦରେ ଓ ଭିଡ଼ିଓର ଝଲକରେ ଓଡ଼ିଶାର ପାଣି ପବନ ସଂସ୍କୃତି ପରମ୍ପରା କଳା ଓ କ୍ରୀଡାର ଗାଥାକୁ ଦର୍ଶାଯାଇଛି । ଯାହା ପ୍ରତିଟି ଓଡିଶାବାସୀଙ୍କୁ ବେଶ ଗର୍ବିତ କରାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.