ETV Bharat / state

ଇଦଘାଠାରେ ଇଦ୍ ପର୍ବ ପାଳନ, ପରସ୍ପରକୁ ଶୁଭେଚ୍ଚା ଜଣାଇଲେ ହିନ୍ଦୁ-ମୁସଲିମ - Eid Celebration In Bhadrak - EID CELEBRATION IN BHADRAK

Eid Celebration In Bhadrak: କୁଆଁସ ସ୍ଥିତ ଇଦଘାଠାରେ ୧୦ ହଜାରରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଉଭୟ ହିନ୍ଦୁ-ମୁସଲିମ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇବା ସହ ଭାଇଚାରାର ନିଦର୍ଶନ ଦେଇଛନ୍ତି । ଅଧିକ ପଢନ୍ତୁ

Eid Celebration
Eid Celebration
author img

By ETV Bharat Odisha Team

Published : Apr 11, 2024, 6:32 PM IST

Eid Celebration

ଭଦ୍ରକ: ଆଜି ପବିତ୍ର ଇଦ୍-ଉଲ ଫିତର । ଏହି ପର୍ବ ପାଳନ ଅବସରରେ ଭଦ୍ରକ ଅନ୍ତର୍ଗତ କୁଆଁସ ସ୍ଥିତ ଇଦଘାଠାରେ ୧୦ ହଜାରରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇ ପରସ୍ପରକୁ 'ଇଦ ମୁବାରକ' ଜଣାଇଛନ୍ତି । ‘ଆଲ୍ଲା ହୋ ଆକବର’ ଶବ୍ଦରେ କମ୍ପୁଛି ଭଦ୍ରକର କୁଆଁସ ସ୍ଥିତ ଇଦଘା। ମୁସଲିମ ଜମାତ ପକ୍ଷରୁ ଆୟୋଜିତ ଏହି ଆଡମ୍ବରପୂର୍ଣ୍ଣ ସମାରୋହରେ ଦଶ ହଜାରରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। କୋରାନ ପାଠ ସାଙ୍ଗକୁ ଜମିଛି ସମୂହ ନମାଜ ପାଠର ମାହୋଲ। ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ୍ ଜଣାଇଛନ୍ତି। ଇଦଘା ବ୍ୟତୀତ ଭଦ୍ରକର ଅନ୍ୟ ମସଜିଦରେ ମଧ୍ୟ ଇଦ ଉପଲକ୍ଷେ ଧର୍ମ ସଭା ସହ ସମୂହ ନମାଜ ପାଠର ଆୟୋଜନ କରାଯାଇଛି। ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ବେଶ ଆଡମ୍ବରରେ ଏହି ପର୍ବ ପାଳନ କରାଯାଉଛି ।

ଇସଲାମିକ ଧର୍ମର ପବିତ୍ର ମାସ ରମଜାନ। ମାସ ସାରା ରଖି ଆସୁଥିବା ଉପବାସ ବା ରୋଜା ଏହି ଦିନରେ ଶେଷ ହୋଇଥାଏ। କୁହାଯାଏ ମାସକ ପାଇଁଉପବାସ ରଖିଲେ ଶ୍ରଦ୍ଧାଳୁଙ୍କ ପାଇଁ ଏହା ପାଲଟେ ରକ୍ଷା କବଚ। ପ୍ରତିଦିନ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ନିର୍ଜ୍ବଳା ଉପବାସ ରଖିବା ସହ 5 ଇନ୍ଦ୍ରିୟରେ ସଂଯମ ରଖି ରୋଜା ପାଳିଥାନ୍ତି ମୁସଲିମ ସମ୍ପ୍ରଦାୟ। କେବଳ ଗୋଟିଏ ପ୍ରହର ଖାଇ ଉପବାସ ବ୍ରତ ଭାଙ୍ଗିଥାନ୍ତି ଶ୍ରଦ୍ଧାଳୁ। ମଧ୍ୟରାତ୍ରରୁ ଆରମ୍ଭ ହୋଇଥାଏ ରାଜା। ଦିନ ତମାମ ଉପବାସ ରଖିବା ପରେ ସଂଧ୍ୟାରେ ରୋଜା ଭାଙ୍ଗିଥାନ୍ତି ଶ୍ରଦ୍ଧାଳୁ। ପରେ ମସଜିଦରେ ହୁଏ ସମୂହ ନମାଜ ପାଠ। ରୋଜା ଭାଙ୍ଗିବା ପରେ ସନ୍ଧ୍ୟାରେ ଜମେ ଇଫତାର ପାର୍ଟିର ଆସର।

ଏହା ମଧ୍ୟ ପଢନ୍ତୁ...କଟକରେ ଧୁମଧାମରେ ଇଦ ପାଳିଲେ ମୁସଲମାନ ସମ୍ପ୍ରଦାୟ - Eid Celebration In Cuttack

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତ୍ରିତ ହୋଇ ସୁସ୍ବାଦୁ ଖାଦ୍ୟ ସହ ମାହୋଲକୁ ବେଶ ଉପଭୋଗ କରନ୍ତି ସଭିଏଁ। ରୋଜା ଖୋଲିବା ପରେ ଯେଉଁ ଭୋଜନ କରାଯାଏ ତାହାକୁ ଇଫତାର କୁହାଯାଏ। 30ଦିନ ରୋଜା ରଖିବା ପରେ ଶେଷ ରାତିରେ ଜହ୍ନ ଦେଖିବା ସହ ପର ଦିନ ଇଦ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ନମାଜ ଏବଂ ତରାବି ପାଠରେ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ମହିଳାମାନେ ମଧ୍ୟ ଘରେ ନମାଜ ପାଠ କରିବା ସହ କୋରାନ ପାଠ କରିଛନ୍ତି । ପ୍ରତ୍ୟେକ ସକ୍ଷମ ବ୍ୟକ୍ତି ଫିତରା ଏବଂ ଜକାତ ଆକାରରେ ଦୁଇ ପ୍ରକାରର ଦାନ କରିଥାନ୍ତି। ମୁସଲମାନଙ୍କ ପାଇଁ ଏହା ସବୁଠୁ ବଡ଼ ପର୍ବ ଭାବରେ ବିବେଚନା କରାଯାଏ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.