ETV Bharat / state

ରାଜ୍ୟ ସରକାରଙ୍କ ବିରୋଧରେ ଇସି ମେମ୍ବରଙ୍କ ମେଳି, 'ଆମକୁ ଠକିଦେଲେ'

author img

By ETV Bharat Odisha Team

Published : Mar 14, 2024, 2:03 PM IST

EC Member Stage Protest in Kendrapara: ରାଜ୍ୟ ସରକାରଙ୍କ ବିରୋଧରେ ଇସି ମେମ୍ବରଙ୍କ ମେଳି । ସ୍ଥାୟୀ ଚାକିରି ସହିତ ପାରିଶ୍ରମିକ 10 ହଜାର ଟଙ୍କା ନଦେଲେ ଆଗାମୀ ସାଧାରଣ ନିର୍ବାଚନରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

ଇସି ମେମ୍ବରଙ୍କ ମେଳି
ଇସି ମେମ୍ବରଙ୍କ ମେଳି
ଇସି ମେମ୍ବରଙ୍କ ମେଳି

କେନ୍ଦ୍ରାପଡା: ଇସି ମେମ୍ବରକୁ ରାଜ୍ୟ ସରକାରଙ୍କ ଅଣଦେଖା ଅଭିଯୋଗ । ସମସ୍ତଙ୍କ ପାଇଁ ଘୋଷଣା କଲେ ହେଲେ ଆମ କଥା ଭୁଲିଗଲେ ବୋଲି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ବିରୋଧରେ ମେଳି କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ୨୪୯ ପଞ୍ଚାୟତରେ ମିଶନ ଶକ୍ତି ଅଧୀନରେ ଥିବା ଇସି ମେମ୍ବରମାନେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ହଲ୍ଲାବୋଲ କରିବେ ବୋଲି କହିଛନ୍ତି । ଏହି ଇସି ମେମ୍ବରମାନଙ୍କ କଥାକୁ ବିଚାର କରି ସ୍ଥାୟିତ୍ୱ ପ୍ରଦାନ ନକଲେ ଏବଂ ପାରିଶ୍ରମିକ ଦଶ ହଜାର ଟଙ୍କା ନଦେଲେ ଏମାନେ ଆଗାମୀ ସାଧାରଣ ନିର୍ବାଚନରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ମିଶନ ଶକ୍ତିରେ ବିବାଦ, ରାଜ୍ୟ ସରକାରଙ୍କ ଭୋଟ୍ ବ୍ୟାଙ୍କ କୁହାଯାଉଥିବା ମିଶନ ଶକ୍ତିରେ ପକ୍ଷପାତିତା ହେଉଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର କାହାକୁ ମେଞ୍ଚାଏ ତ ଆଉ କାହାକୁ କେଞ୍ଚାଏ ଦେଉଛନ୍ତି ତ ଆଉ ପୁଣି କାହାକୁ ମୂଳରୁ ଟଙ୍କାଟିଏ ମିଳୁନାହିଁ ବୋଲି ପ୍ରତିବାଦକାରୀ କହିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ପୁର୍ବରୁ ରାଜ୍ୟର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସି.ଆର.ପି, ଏମ.ବି.କେ, ବ୍ୟାଙ୍କ ମିତ୍ରମାନଙ୍କୁ ରାଜ୍ୟ ସରକାର ଦରମା ବା ଅଧିବେଶନ ଖର୍ଚ୍ଚ ବଢ଼ାଇ ଏକ ପ୍ରକାର ଖୁସି କରି ଦେଇଥିବା ବେଳେ ଏମାନଙ୍କ ପଦବୀ ସୃଷ୍ଟି ପଛରେ ରହିଥିବା ଏକଜେକ୍ୟୁଟିଭ କମିଟିର ମେମ୍ବର ବା ଇ.ସି ମେମ୍ବରକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବଢ଼ିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କ ବୈଠକ ଦେୟ, ୫୦୦ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର

ଏନେଇ ଇସି ମେମ୍ବର ଅଭିଯୋଗ କରିଛନ୍ତି, "ମାସିକ ମାତ୍ର 100 ଟଙ୍କା ପାରିଶ୍ରମିକରେ ବର୍ଷ ବର୍ଷ ହେବ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ କାମ କରିଆସୁଛି । ଖରା, ବର୍ଷା, ଶୀତ ସବୁ ସମୟରେ ଏହି ଇସି ମେମ୍ବରମାନେ ହିଁ ମହିଳାମାନଙ୍କ ପାଇଁ ଆସୁଥିବା ସରକାରୀ ସାହାଯ୍ୟ ସୁବିଧା ଉପରେ ଆଲୋଚନା କରି ମିଶନ ଶକ୍ତିର ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାନ୍ତି । ତେବେ ଏହି ଇସି ମେମ୍ବରମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରି କେବଳ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ରମାନଙ୍କ ଦରମା ବୃଦ୍ଧି କରିଛନ୍ତି । "

ଜିଲ୍ଲାର ୯ଟି ବ୍ଲକର ୨୪୯ ପଞ୍ଚାୟତରେ ମିଶନ ଶକ୍ତି ଅଧୀନରେ ଥିବା ଇସି ମେମ୍ବରମାନେ ଆଗାମୀ ଦିନରେ ସରକାରଙ୍କ ବିରୋଧରେ ହଲ୍ଲାବୋଲ କରିବେ ବୋଲି କହିଛନ୍ତି । ଏହି ଇସି ମେମ୍ବରମାନଙ୍କ କଥାକୁ ବିଚାର କରି ଏମାନଙ୍କୁ ସ୍ଥାୟିତ୍ୱ ପ୍ରଦାନ ନକଲେ ଏବଂ ପାରିଶ୍ରମିକ ଦଶ ହଜାର ଟଙ୍କା ନଦେଲେ ଏମାନେ ଆଗାମୀ ସାଧାରଣ ନିର୍ବାଚନରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.