ETV Bharat / state

ପୂର୍ବତଟ ରେଳପଥ ଆରମ୍ଭ କଲା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ - SPECIAL TRAIN FOR SUMMER

author img

By ETV Bharat Odisha Team

Published : May 12, 2024, 9:03 AM IST

East Coast Railway starts Summer Special Train: ପୂର୍ବତଟ ରେଳପଥ ଆରମ୍ଭ କଲା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ । ଯାତ୍ରୀଙ୍କ ଚାହିଦା ଦେଖି ଏକାଧିକ ଲୋକପ୍ରିୟ ଟ୍ରେନରେ ଲାଗିବ ଅତିରିକ୍ତ କୋଚ । ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

ପୂର୍ବତଟ ରେଳପଥ ଆରମ୍ଭ କଲା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ
ପୂର୍ବତଟ ରେଳପଥ ଆରମ୍ଭ କଲା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ (PIC-ETV Bharat Odisha)

ଭୁବନେଶ୍ବର: ସମଗ୍ର ଦେଶରେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଗ୍ରୀଷ୍ମ ସମୟରେ ନିୟମିତ ଟ୍ରେନଗୁଡିକକୁ ସ୍ୱତନ୍ତ୍ର ଭାବରେ ବ୍ୟବସ୍ଥିତ କରାଇଛି । ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ ସେବା ଘୋଷଣା କରିଛି । ଏହି ଟ୍ରେନଗୁଡିକ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳକୁ ସଂଯୋଗ କରିବା ସହ ସୁବିଧାଜନକ, ଆରାମ ଏବଂ ନିରାପଦ ଯାତ୍ରା ପ୍ରଦାନ ମଧ୍ୟ କରୁଛି । ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ସେବା ସୁବିଧାଜନକ କାର୍ଯ୍ୟସୂଚୀରେ ଚଳାଚଳ କରିବା ସହ ଯାତ୍ରୀମାନଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ଯାତ୍ରା ଯୋଜନା କରିବାକୁ ନମନୀୟତା ପ୍ରଦାନ କରିବ । ଏହା ୱିକେଣ୍ଡ ଗେଟୱେ ହେଉ କିମ୍ବା ବର୍ଦ୍ଧିତ ଛୁଟିଦିନ, ସ୍ୱତନ୍ତ୍ର ଟ୍ରେନ୍ ସୁବିଧାଜନକ ଯାତ୍ରା ପାଇଁ ଉପଯୁକ୍ତ ପ୍ରାବଧାନ ପ୍ରଦାନ କରୁଛି ।

ଏହା ପୂର୍ବରୁ ପୂର୍ବତଟ ରେଳପଥ ଦ୍ୱାରା ଘୋଷଣା କରାଯାଇଥିବା ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ବ୍ୟତୀତ ଆହୁରି ଅଧିକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ପଦକ୍ଷେପ ଗ୍ରହଣ କରିଛି । ଯାହାକି ବର୍ତ୍ତମାନ ଯାତ୍ରୀମାନଙ୍କ ଯାତ୍ରା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ ମାର୍ଗରେ ଚଳାଚଳ କରାଇବାକୁ ଯୋଜନା କରାଯାଇଅଛି । ଏହି ଟ୍ରେନଗୁଡିକ ହେଉଛି ଭୁବନେଶ୍ୱର-ମୁମ୍ବାଇ ଏଲଟିଟି, ବ୍ରହ୍ମପୁର-ସିକନ୍ଦରାବାଦ, ବ୍ରହ୍ମପୁର-ସୁରଟ ଇତ୍ୟାଦି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ । ଏହା ବ୍ୟତୀତ ନିୟମିତ ଟ୍ରେନ ସହିତ ସ୍ୱତନ୍ତ୍ର ଟ୍ରେନଗୁଡିକରେ ଯାତ୍ରୀ ପ୍ରୋଫାଇଲକୁ ସମୀକ୍ଷା କରି ପୂର୍ବତଟ ରେଳପଥ ମଧ୍ୟ ନିୟମିତ ଟ୍ରେନରେ ଯାତ୍ରୀଙ୍କ ଭିଡ଼ ଏଡ଼ାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟ ସ୍ଥଳକୁ ସିଙ୍ଗଲ ଟ୍ରିପ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି ।

ଭୁବନେଶ୍ୱର-ମୁମ୍ବାଇ (08420/08419), LTT- ଭୁବନେଶ୍ୱର ସାପ୍ତାହିକ ଗ୍ରୀଷ୍ମ ସ୍ପେଶାଲ୍ 8 ମେ’ରୁ 26 ଜୁନ ମଧ୍ୟରେ ପ୍ରତ୍ୟେକ ବୁଧବାର ଦିନ ଭୁବନେଶ୍ୱରରୁ ରାତ୍ରି ୧୧ ଘଟିକାରେ ଛାଡିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ମୁମ୍ବାଇ LTTରୁ 10 ମେ’ରୁ 28 ଜୁନ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଅପରାହ୍ନ 1ଟା 20 ମିନିଟରେ ଛାଡିବ ।

ସିକନ୍ଦରାବାଦ-ବ୍ରହ୍ମପୁର-ସିକନ୍ଦରାବାଦ(07035/07036) ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ 11 ଏବଂ 14 ମେ’ରେ ସିକନ୍ଦରାବାଦରୁ ରାତ୍ରି 8ଟା 45 ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା ବ୍ରହ୍ମପୁରରୁ 12 ଏବଂ 15 ତାରିଖ ଅପରାହ୍ନ 12ଟା 45 ମିନିଟରେ ଛାଡିବ ।

ସେହିପରି ସୁରଟ-ବ୍ରହ୍ମପୁର-ସୁରଟ ସ୍ପେଶାଲ (09059/09060) 22 ତାରିଖରୁ ଜୁନ 26 ତାରିଖ ମଧ୍ୟରେ ପ୍ରତ୍ୟେକ ବୁଧବାର ସୁରଟରୁ ଅପରାହ୍ନ 2ଟା 20 ମିନିଟରେ ଛାଡିବାକୁ ଥିବାବେଳେ ଏହା ଫେରିବା ରୁଟରେ ମେ’ 24 ତାରିଖରୁ ଜୁନ 28 ତାରିଖ ମଧ୍ୟରେ ବ୍ରହ୍ମପୁରରୁ ଭୋର 4ଟା 30 ମିନିଟରେ ଛାଡିବ ।

ଚେନ୍ନାଇ ଏଗମୋର୍-ଭୁବନେଶ୍ୱର-ଚେନ୍ନାଇ ଏଗମୋର (06107/06108) ସ୍ୱତନ୍ତ୍ର ଟ୍ରେନ ମେ’ 11 ତାରିଖ ଏବଂ ଜୁନ 1 ତାରିଖରେ ଚେନ୍ନାଇ ଏଗମୋରରୁ ପୂର୍ବାହ୍ନ 10ଟା 30 ମିନିଟରେ ଛାଡିବ । ଫେରିବା ରୁଟରେ ଏହି ଟ୍ରେନ ମେ’ 12 ଏବଂ ଜୁନ 7 ତାରିଖରେ ଭୁବନେଶ୍ୱରରୁ ପୂର୍ବାହ୍ନ 9ଟା 30 ମିନିଟରେ ଛାଡି ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିବ ।

ଚେନ୍ନାଇ ଏଗମୋର-ସମ୍ବଲପୁର-ଚେନ୍ନାଇ ଏଗମୋର (06109/06110) ସ୍ପେଶାଲ ଟ୍ରେନ୍ ମେ’ 18 ତାରିଖ ଏବଂ ଜୁନ 7 ତାରିଖରେ ଚେନ୍ନାଇ ଏଗମୋରରୁ ପୂର୍ବାହ୍ନ 10ଟା 30 ମିନିଟରେ ଛାଡିବ । ସେହିପରି ଫେରିବା ରୁଟରେ ଏହି ଟ୍ରେନ ମେ’ 19 ତାରିଖ ଏବଂ 8 ଜୁନରେ ସମ୍ବଲପୁରରୁ ପୂର୍ବାହ୍ନ 11ଟା 35 ମିନିଟରେ ଛାଡି ଚେନ୍ନାଇ ଏଗମୋର ଅଭିମୁଖେ ଯାତ୍ରା ଆରମ୍ଭ କରିବ ।

ଏହା ମଧ୍ୟ ପଢନ୍ତୁ:- ମୋଦିଙ୍କ ସମାଲୋଚନାର ନବୀନଙ୍କ ଦୃଢ଼ ଜବାବ; ‘ମୋର କଣ ମନେ ଅଛି ନାହିଁ ଓଡିଶାବାସୀ ଭଲ ଭାବେ ଜାଣିଛନ୍ତି’ - cm naveen patnaik targets pm modi

ପୂର୍ବତଟ ରେଳପଥ ଯାତ୍ରୀଙ୍କ ବିଭିନ୍ନ ଭ୍ରମଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବା ପ୍ରଦାନ କରୁଛି । ଏହା ତୀର୍ଥଯାତ୍ରା ହେଉ କିମ୍ବା ଏକ ଅବକାଶ ଛୁଟି କିମ୍ବା କମର୍ସିଆଲ ଯାତ୍ରା ପାଇଁ ସୁବିଧା ଯୋଗାଇବ । ସମସ୍ତଙ୍କ ପାଇଁ ଏକ ନିରାପଦ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରିବାକୁ ପୂର୍ବତଟ ରେଳପଥ ପ୍ରତିବଦ୍ଧତା ଭାବେ କାର୍ଯ୍ୟକ୍ରମ ଗ୍ରହଣ କରୁଛି । ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ବ୍ୟତୀତ ପୂର୍ବତଟ ରେଳପଥ ଚାହିଦା ଥିବା ଲୋକପ୍ରିୟ ଟ୍ରେନଗୁଡିକରେ ଅଧିକ କୋଚ ମଧ୍ୟ ସଂଯୋଗ କରାଇ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପ୍ରୟାସ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.