ETV Bharat / state

ଚାଉଳିଆଗଞ୍ଜରେ ମାଆ ଦୁର୍ଗାଙ୍କ ମହକ,ଏଲଇଡି ଲାଇଟରେ ଝଲସୁଛି ଚାନ୍ଦିମେଢ଼

ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ସିଲିଭର ସିଟି କଟକ । ଚାନ୍ଦିମେଢରେ ଝଲସୁଛନ୍ତି ମା’ ଜଗତଜନନୀ । ଚାଉଳିଆଗଞ୍ଜ ମଣ୍ଡପରେ ଚାନ୍ଦିମେଢ ସହ ଏଲଇଡି ଲାଇଟ ବ୍ୟବସ୍ଥା

author img

By ETV Bharat Odisha Team

Published : 3 hours ago

ମା’ଙ୍କ ଆବାହନ ପାଇଁ ଚଳଚଞ୍ଚଳ ସିଲିଭର ସିଟି
ମା’ଙ୍କ ଆବାହନ ପାଇଁ ଚଳଚଞ୍ଚଳ ସିଲିଭର ସିଟି (ETV Bharat Odisha)

କଟକ: ଆରମ୍ଭ ହୋଇସାରିଛି ଶାରଦୀୟ ପୂଜା । ବିରାଜିବେ ମା’ ଜଗତଜନନୀ । ଏଥିପାଇଁ ସିଲିଭର ସିଟି କଟକ ଚଳଚଞ୍ଚଳ ହୋଇଉଠିଛି । ମଣ୍ଡପରେ ଶେଷ ସ୍ପର୍ଶ ପାଉଛି ମା’ଙ୍କ ମୂର୍ଣ୍ଣୟୀ ମୂର୍ତ୍ତି । ସୁଉଚ୍ଚ ତୋରଣ ଓ ଆଲୋକମାଳାର ସାଜସଜ୍ଜାକୁ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି କାରିଗର । ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ବସ୍ତ୍ର ଓ ଅଳଙ୍କାର ଆଦି ଲାଗି କରାଯାଇ ସାରିଲାଣି । ଏହା ସହିତ ଚାନ୍ଦି ମେଢ ଥିବା ମଣ୍ଡପଗୁଡ଼ିକରେ ଚାନ୍ଦି ସଫେଇ କରାଯାଇ ସେଗୁଡ଼ିକୁ ମେଢରେ ଖଞ୍ଜିବା କାର୍ଯ୍ୟ ମଧ୍ୟ ପ୍ରାୟତଃ ସମ୍ପନ୍ନ ହୋଇଛି ।

  • ଶ୍ରଦ୍ଧାଳୁଙ୍କୁ ଭିନ୍ନ ଅନୁଭୂତି ଦେବକୁ ଚାଉଳିଆଗଞ୍ଜ ମଣ୍ଡପରେ ପ୍ରସ୍ତୁତି :-

କଟକ ଦଶହାରର ବିଶେଷ ଆକର୍ଷଣ ହେଉଛି ଚାନ୍ଦି ମେଢ । ମା’ଙ୍କ ଚାନ୍ଦିମେଢ ସାଙ୍ଗକୁ ସୁନା ମୁକୁଟ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ । ଏହି ସ୍ବତନ୍ତ୍ରତା ପାଇଁ ପରିଚିତ ଚାଉଳିଆଗଞ୍ଜ ପୂଜା ମଣ୍ଡପରେ ଏଥର କିଛି ଭିନ୍ନତା ଦେଖିବାକୁ ମିଳିବ । ପ୍ରଥମଥର ପାଇଁ ମେଢରେ ଏଲଇଡି(LED) ଲାଇଟ ବ୍ୟବସ୍ଥା କରି ଶ୍ରଦ୍ଧାଳୁଙ୍କୁ ଭିନ୍ନ ଅନୁଭବ ଦେବାକୁ ଅଭିନବ ପ୍ରୟାସ କରିଛି ଚାଉଳିଆଗଞ୍ଜ ପୂଜା କମିଟି । ମେଢ କାମ ସହ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ବସ୍ତ୍ର ଓ ଅଳଙ୍କାର ଲାଗି କାମ ମଧ୍ୟ ଶେଷ ହୋଇଛି ।

  • ମା’ ପିନ୍ଧିବେ ୫ କେଜିର ସ୍ବର୍ଣ୍ଣ ମୁକୁଟ:-

ଏଥର ଚାଉଳିଆଗଞ୍ଜ ମଣ୍ଡପରେ ଦର୍ଶକ ପାଇବେ ଭିନ୍ନ ଅନୁଭୂତି । ମା'ଙ୍କୁ ୫ କେଜି ଓଜନର ସୁନା ମୁକୁଟରେ ଆଭୂଷିତ କରାଯାଇଥିବା ବେଳେ ପାର୍ଶ୍ବ ଦେବାଦେବୀଙ୍କୁ ମଧ୍ୟ ଚାନ୍ଦି ଆଭୁଷଣ ଲାଗି କରାଯାଇଛି । ତେବେ ଚାନ୍ଦିମେଢ ଓ ସୁନା ମୁକୁଟର ସ୍ବତନ୍ତ୍ରତା ନେଇ ପରିଚିତ ଏହି ପୂଜା ମଣ୍ଡପରେ ଚଳିତବର୍ଷ ଚାନ୍ଦିମେଢକୁ ନୂଆ ରୂପରେ ଦେଖିବାକୁ ମିଳିବ । ପ୍ରଥମଥର ପାଇଁ ମେଢରେ ଏଲଇଡି ଲାଇଟ ବ୍ୟବହାର କରାଯାଇଛି । ଫଳରେ ଚାନ୍ଦି ମେଢ ବିଭିନ୍ନ ରଙ୍ଗରେ ଝଲସିବା ସହ ଅଧିକ ଆକର୍ଷଣୀୟ ହେବ ।

ଏହା ମଧ୍ୟ ପଢନ୍ତୁ- ପାର୍ବଣ ଋତୁରେ ବାହାରକୁ ବାହାରୁଥିଲେ ହୋଇଯାଆନ୍ତୁ ସତର୍କ, ମାତିପାରନ୍ତି ଲୁଟେରା-ଅପରାଧୀ ଗ୍ୟାଙ୍ଗ - Crime during puja

ଏହା ମଧ୍ୟ ପଢନ୍ତୁ- ଦୂର୍ଗାପୂଜାରେ ଝଲସିବ ଝାରସୁଗୁଡ଼ା, ଶୋଭା ପାଇବ ଆଖି ଲାଖିଯିବା ପରି ତୋରଣ

ଏହା ମଧ୍ୟ ପଢନ୍ତୁ- ହାଇକୋର୍ଟଙ୍କ ରାୟ, 'ହେବ ରାବଣପୋଡ଼ି, ହେବନି ବାଣ ପ୍ରତିଯୋଗିତା' - HC On Ravan Podi

ମଣ୍ଡପେ ଷଷ୍ଠୀ:

ଆସନ୍ତାକାଲି (ବୁଧବାର) ମଣ୍ଡପରେ ପାଳିତ ହେବ ସପ୍ତମୀ ପୂଜା । ଆଜି ଷଷ୍ଠୀ ଅବସରରେ ସଂନ୍ଧ୍ୟା ସମୟରେ ବିଲ୍ବବରଣ, ବୋଧନ ଓ ଦେବୀଙ୍କୁ ଆମନ୍ତ୍ରଣ ଅଧିବାସ ଭଳି ନିତିକାନ୍ତି ରହିଛି । ଆସନ୍ତାକାଲି ମହାସପ୍ତମୀରେ ମା’ଙ୍କ ଚକ୍ଷୁଦାନ ନୀତି ସମ୍ପନ୍ନ ହେବ । ଏହା ପରେ ମହାଷ୍ଟମୀ ପୂଜା, ମହାନବମୀ ଓ ୧୨ ତାରିଖରେ ଦଶହରା ବା ବିଜୟା ଦଶମୀ ପାଳିତ ହେବ ।

  • ଏଥର ୩୪ ଚାନ୍ଦି ମେଢ଼:

ସମଗ୍ର ଦେଶରେ ଭାଇଚାରାର ସହର କଟକ ଦୂର୍ଗାପୂଜାର ଏକ ଭିନ୍ନ ପରିଚୟ ରହିଛି । ହଜାର ବର୍ଷ ପୂରୁଣା ୫୨ ବଜାର ୫୩ ଗଳିର ସହର କଟକରେ ଶତାଧିକ ମଣ୍ଡପରେ ମା’ଙ୍କ ପୂଜା ହୋଇଥାଏ । କଟକର ପ୍ରମୁଖ ଆକର୍ଷଣ ହେଉଛି ଚାନ୍ଦିମେଢ । ମା’ ଜଗତଜନନୀଙ୍କ ବିଶାଳ ମୃଣ୍ଣୟୀ ପ୍ରତିମା, ଚାନ୍ଦି ମେଢ଼, ସୁନା ମୁକୁଟ ଓ ପାର୍ଶ୍ବଦେବୀଙ୍କ ମନଲୋଭା ଦୃଶ୍ୟ ସହ ବିଶାଳ ତୋରଣ ଓ ଆଲୋକମାଳା ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ମନ ମୋହିଥାଏ ।

  • କଟକରେ ହୁଏ ଲକ୍ଷ ଲକ୍ଷ ଲୋକଙ୍କ ଭିଡ:-

ଏହି ଅବସରରେ କଟକରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ହୁଏ । ରାଜ୍ୟର ବିଭିନ୍ନ ସ୍ଥାନ ସହ ବାହାର ରାଜ୍ୟରୁ ମଧ୍ୟ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଓ ବ୍ୟବସାୟୀ କଟକ ଆସିଥାନ୍ତି । ତେଣୁ ବ୍ୟବସ୍ଥିତ ଭାବେ ଦଶହରା ଶେଷ କରିବା ପାଇଁ ପ୍ରଶାସନ ଓ ପୋଲିସ ସମସ୍ତ ଅନେକ ପଦକ୍ଷେପ ଗ୍ରହଣ କରିଥାନ୍ତି । ଏଥର ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଟ୍ରାଫିକ, ଭିଡ ନିୟନ୍ତ୍ରଣ ଓ ପରିବେଶ ଅନୁକୂଳ ଭାବେ ପୂଜା ଶେଷ କରିବା ପାଇଁ ପୂଜା କମିଟି ଓ ସ୍ଥାନୀୟ ପ୍ରଶାସନ ଯଥେଷ୍ଟ ପ୍ରୟାସ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.