ETV Bharat / state

ଟଙ୍କା ନେଉଥିଲେ ଅସଲି ବ୍ରାଣ୍ଡର, ବିକୁଥିଲେ ପାଣି - Duplicate Liquor Seized

author img

By ETV Bharat Odisha Team

Published : Sep 16, 2024, 4:59 PM IST

Updated : Sep 16, 2024, 5:14 PM IST

Duplicate Liquor Seized: ଅସଲି ବୋତଲ, ନକଲି ମଦ । ମଦ ଦୋକାନରେ ଅବକାରୀ ଚଢାଉ । ନକଲି ମଦ ବିକ୍ରି ଅଭିଯୋଗରେ ଚଢାଉ କରିଛଇ ଅବାକାରୀ ବିଭାଗ । ଅଧିକ ପଢ଼ନ୍ତୁ...

Duplicate Liquor Seized
Duplicate Liquor Seized (ETV Bharat Odisha)

ଭୁବନେଶ୍ବର: ଅସଲି ବ୍ରାଣ୍ଡରେ ନକଲି ମଦ ବିକ୍ରି । ଅସଲି ମଦ ବୋତଲରେ ପାଣି ମିଶାଇ ବିକ୍ରି ହେଉଥିଲା ମଦ । ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ବିକ୍ରି ବେଳେ ରେଡ୍ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ମଦ ଦୋକାନରେ ବଡ଼ ଧରଣର ଚଢ଼ାଉ । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ମୁକୁଲ କାଉଣ୍ଟରରେ ରେଡ । ଅବକାରୀ ସୁପରିଟେଣ୍ଡ ନେତୃତ୍ବରେ ଅବକାରୀ ଟିମ୍ ଚଢ଼ାଉ କରି ଅପମିଶ୍ରିତ ମଦକୁ ଠାବ କରିଛି ।

ଅସଲି ବ୍ରାଣ୍ଡରେ ମଦ ନକଲି :

ସୂଚନା ଅନୁସାରେ, ଭୁବନେଶ୍ବର ବରମୁଣ୍ଡାରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନରେ ନକଲି ଓ ଅପମିଶ୍ରଣ ମଦ ବକ୍ରି ହେଉଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା । ଏନେଇ ଅବକାରୀ ବିଭାଗ ଆଜି ମଦ ଦୋକାନରେ ବଡ଼ ଧରଣର ଚଢାଉ କରିଥିଲା । ଚଢ଼ାଉ ବେଳେ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରିଛି ଅବକାରୀ ବିଭାଗ । ଅସଲି ବ୍ରାଣ୍ଡରେ ପାଣି ମାଶାଯାଇ ଏହାକୁ ଅପମିଶ୍ରିତ କରି ବିକ୍ରି କରାଯାଉଥିଲା । କେତେ ପରିମାଣର ମଦ ଜବତ କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଅବକାରୀ ବିଭାଗର ଚଢ଼ାଉ, ପାରାଦ୍ୱୀପରେ ନକଲି ମଦ କାରଖାନା ଠାବ - LIQUOR SEIZED

ଅସଲି ବ୍ରାଣ୍ଡରେ ନାଁରେ ପାଣିମିଶା ମଦ:

ଏନେଇ ଅବକାରୀ ସୁପରିଟେଣ୍ଡ ଦେବାଶିଷ ପଟେଲ କହିଛନ୍ତି, "ଏଠାରେ ନକଲି ମଦ ବିକ୍ରି ହେଉଥିବା ନେଇ ଆମର କିଛି କର୍ମଚାରୀ ଜାଣିବାକୁ ପାଇଥିଲେ । ଆମେ ତଦନ୍ତ କରିବା ପରେ ଜାଣିବାକୁ ପାଇଲୁ ଯେ, ବିଦେଶୀ ମଦ ଦୋକାନରେ ଅସଲି ମଦରେ ପାଣି ମିଶାଇ ବୋତଲକୁ ସିଲ କରି ବିକ୍ରି କରୁଥିଲେ । ଆଜି ମଦ ଦୋକାନ ଭିତରେ ଆମେ ଚଢ଼ାଉ କରିଛୁ । ଦୋକାନରେ ଥିବା ସବୁ ଷ୍ଟକକୁ ଜବତ କରିଛୁ । ଏହାର ଯାଞ୍ଚ ପାଇଁ ସାମ୍ପୁଲ ପାଠାଇବୁ । ୪ରୁ ୫ ଜଣ ସେଲ୍ସମ୍ୟାନ ଥିଲେ । ସେମାନେ ଏହାକୁ ବିକ୍ରି କରୁଥିଲେ । ଆମେ ଯାଞ୍ଚ କରିବା ବେଳେ ବିଭିନ୍ନ ବ୍ରାଣ୍ଡର ମଦ ବୋତଲରେ ପାଣି ମିଶାଯାଇଥିବା ଜାଣିବାକୁ ପାଇଥିଲୁ ।"

ଏହା ମଧ୍ୟ ପଢ଼ନ୍ତୁ...ଅସଲି ବିଦେଶୀ ବ୍ରାଣ୍ଡରେ ନକଲି ମଦ, ଗଞ୍ଜାମରୁ ଆନ୍ଧ୍ର ଯାଏଁ ଲମ୍ବିଛି ଚେର - Ganjam Duplicate Foreign Liquor

କଲିକତାରୁ ଆସୁଥିଲା ନକଲି ଲେବଲ:

ଅବକାରୀ ସୁପରିଟେଣ୍ଡ ଆହୁରି ମଧ୍ୟ କହିଛନ୍ତି, "ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଏମାନେ ମଦ ବୋତଲ ଅର୍ଥାତ୍ ଫୁଲ ବତୋଲରୁ ଠିପି ଖୋଲି ମଦ ବାହାର କରି ସେଥିରେ ପାଣି ମିଶାଇ ବୋତଲକୁ ଫୁଲ କରିଦେଉଥିଲେ । ଠିପି ଭାଙ୍ଗିଗଲେ ନକଲି ଠିପି ଲଗାଇ ବିକ୍ରି କରୁଥିଲେ । ସେହି ବୋତଲକୁ ଫୁଲ କରି ବିକ୍ରି କରୁଥିଲେ । ବିଭିନ୍ନ ଭେଣ୍ଡରଙ୍କ ସହାୟତାରେ କଲିକତାରୁ ଲେବଲ ଓ କର୍କ ଆଣୁଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପୂର୍ବରୁ ରାଇରଙ୍ଗପୁରରେ ବିପୁଳ ଅସଲି-ନକଲି ମଦ ଜବତ, ୯ ଗିରଫ - liquor seized in rairangpur

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 16, 2024, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.