ETV Bharat / state

ନକଲି ଘିଅ କାରଖାନାରେ ରେଡ, ଚର୍ବିରୁ ହେଉଥିଲା ପ୍ରସ୍ତୁତ - Raid in Ghee Factory

ଜଗତପୁରରୁ ନକଲି ଖାଇବା ଘିଅ କାରଖାନା ଠାବ । ବାଲଗୋପାଲ ଓ ନିର୍ମାଲ୍ୟ ନାମକ ଦୁଇଟି ବ୍ରାଣ୍ଡର ଘିଅକୁ କମ୍ପାନୀରୁ ଜବତ ହୋଇଛି ।

author img

By ETV Bharat Odisha Team

Published : 2 hours ago

RAID IN GHEE FACTORY
RAID IN GHEE FACTORY (ETV BHARAT ODISHA)

କଟକ: ନକଲି କାରବାରର ପେଣ୍ଠସ୍ଥଳୀ ପାଲଟିଛି କଟକ । କେତେବେଳେ ନକଲି କ୍ଷୀର ତ ଆଉ କେତେ ବେଳେ ନକଲି ସସ୍‌, ସାବୁନ ଜବତ ହେଉଛି । ଏହାରି ମଧ୍ୟରେ ଗତକାଲି (ଗୁରୁବାର) ନକଲି ଖାଇବା ଘିଅ କାରଖାନା ଠାବ ହୋଇଛି । କଟକ ଜଗତପୁରର ନୂଆ ଶିଳ୍ପାଞ୍ଚଳ ଭିତରୁ ନକଲି ଘିଅ କାରଖାନାକୁ ଠାବ କରିଛି ଜଗତପୁର ଥାନା ପୋଲିସ । ବାଲଗୋପାଲ ଓ ନିର୍ମାଲ୍ୟ ନାମକ ଦୁଇଟି ବ୍ରାଣ୍ଡର ଘିଅ ଏହି କମ୍ପାନୀରୁ ଜବତ ହୋଇଛି । ପୋଲିସ ଏହି କମ୍ପାନୀର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଥିବା ବେଳେ, ମାଲିକ ଫେରାର ଥିବା ଜଣାପଡିଛି।

ନକଲି ଘିଅର ନମୁନାକୁ ଯାଞ୍ଚ ପାଇଁ ପଠାଯାଇଛି:

ରେଡରେ କମ୍ପାନୀରୁ ବିପୁଳ ପରିମାଣର ନକଲି ଘିଅ ସହିତ ଘିଅ ପ୍ରସ୍ତୁତିରେ ବ୍ୟବହାର କରାଯାଉ ଥିବା କଞ୍ଚା ମାଲ ବି ଜବତ ହୋଇଛି । ପ୍ରାୟ 6 ମାସ ଧରି ଏହି କମ୍ପାନୀ ଏଠାରେ ଚାଲୁଥିଲା ଏବଂ ଏଠାରୁ ପ୍ରସ୍ତୁତ ହେଉ ଥିବା ନକଲି ଘିଅକୁ ବଜାରକୁ ଛଡା ଯାଉଥିଲା । କମ୍ପାନୀକୁ ସିଲ କରିବା ସହ ଜବତ ହୋଇ ଥିବା ନକଲି ଘିଅର ନମୁନାକୁ ଯାଞ୍ଚ ପାଇଁ ପଠାଇଛନ୍ତି ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ।

ଦେଶୀ ଘିଅରେ ରାସାୟନିକ ସାମଗ୍ରୀ ଓ ଚର୍ବି ମିଶାଯାଇ ଘିଅ ପ୍ରସ୍ତୁତ ହେଉଥିଲା:

ବାଲଗୋପାଳ ଗୋପାଳ ଏବଂ ନିର୍ମାଲ୍ୟ ବ୍ରାଣ୍ଡର ନକଲି ଘିଅ ପ୍ରସ୍ତୁତ କରାଯାଉଥିବା ଖବର ପାଇ ସିଏମସି ଏବଂ ପୋଲିସ ଚଢାଉ କରିଥିଲା । ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି । ଏହି ନକଲି ଘିଅରେ ଯାହା ସବୁ ମିଶ୍ରଣ କରାଯାଉଥିଲା, ତାହା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । କାରଣ ଦେଶୀ ଘିଅରେ ରାସାୟନିକ ମିଶ୍ରଣ କରାଯାଇ ସେଥିରେ ଚର୍ବି, ରୁଚି ଗୋଲଡ଼ ଆଉ ବନସ୍ପତି ମିଶ୍ରଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହଜାରେକି ଦଶ ହଜାର ଟଙ୍କାର ସାମଗ୍ରୀ ନୁହେଁ ବରଂ ଲକ୍ଷାଧିକ ଟଙ୍କାର ନକଲି ସାମଗ୍ରୀ ଜବତ କରିଛ ପୋଲିସ । ଏହାର ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନୀ ମାଲିକ ଫେରାର ଥିବା ବେଳେ ପୋଲିସ ଖୋଜାଖୋଜି ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ଅସଲି ନାଁରେ ନକଲି ମଦ, ପିଇଲେ ନିଶା ହେବନି ! - Duplicate liquor seized

ଏହା ମଧ୍ୟ ପଢନ୍ତୁ-କ୍ଷୀର ପିଉଥିଲେ ସାବଧାନ ! ଅପମିଶ୍ରିତ ନକଲି କ୍ଷୀର ଜବତ - Fake Milk Products Factory Busted

ଏହା ମଧ୍ୟ ପଢନ୍ତୁ-ପୋଲିସର ସତର୍କବାଣ ! ଏହି ବ୍ରାଣ୍ଡର କ୍ଷୀର କିଣୁଥିଲେ ହୋଇଯାଆନ୍ତୁ ସାବଧାନ - Duplicate Milk Company

ନକଲି ସାମଗ୍ରୀର ପେଣ୍ଠସ୍ଥଳୀ କଟକ:

କଟକରୁ ହିଁ ବାରମ୍ଭାର ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ ହେଉଛି । ଯାହାକୁ ନେଇ ଖାଉଟିଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କେମିତି ଏହି ନକଲି ସାମଗ୍ରୀ କାରଖାନା ଗୁଡିକ ଗଢି ଉଠୁଛି ? କାହାର ଅନୁମତି ରେ ଏମାନେ ନକଲି ପ୍ରସ୍ତୁତ ପାଇଁ ଯୋଜନା କରୁଛନ୍ତି ? କାହା ଅନୁମତିରେ କାରଖାନା ଖୋଲୁଛି, ଏନେଇ ବିଭାଗ ଜାଣି ପାରୁନି କେମେତି ବୋଲି ପ୍ରଶ୍ନ ଉଠିଛି । ନକଲି ସାମଗ୍ରୀ ପ୍ରସ୍ତୁତ ହେବା ସମୟରେ ଜାଣି ପାରୁନି ସିଏମସି, ମାତ୍ର ଖାଉଟି ମାନେ ଏହାକୁ ବ୍ୟବହାର କରିବାର ଦୀର୍ଘ ମାସ ପରେ ଚଢାଉ କରାଯାଉଛି । ଫଳରେ ଶରୀର ପାଇଁ କ୍ଷତିକାରକ ପାଲଟୁଛି ବେଆଇ ସାମଗ୍ରୀ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.