ETV Bharat / state

ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ଚଢାଉ ଜାରି, ଜବତ ହେଲାଣି ୧୦୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ମାଦକ ଦ୍ରବ୍ୟ ସହ ନଗଦ ଟଙ୍କା

author img

By ETV Bharat Odisha Team

Published : Mar 7, 2024, 10:52 PM IST

Drugs and cash seized worth of 100 crores : ନିର୍ବାଚନ ପୂର୍ବରୁ ରାଜ୍ୟରେ ଚଢାଉ ଜୋରଦାର । ଏପର୍ଯ୍ୟନ୍ତ ୧୦୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ମାଦକ ଦ୍ରବ୍ୟ ସହ ନଗଦ ଟଙ୍କା ଜବତ କଲେଣି କେନ୍ଦ୍ରୀୟ ଓ ରାଜ୍ୟ ଏଜେନ୍ସି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦେଲା ସୂଚନା । ଅଧିକ ପଢନ୍ତୁ

୧୦୦ କୋଟିରୁ ଉର୍ଦ୍ଧ୍ବ ମାଦକ ଦ୍ରବ୍ୟ ସହ ନଗଦ ଟଙ୍କା ଜବତ

ଭୁବନେଶ୍ବର: ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ । ଏକକାଳୀନ ହେବାକୁ ଯାଉଥିବା ଲୋକସଭା ଓ ବିଧାନସଭା ନିର୍ବାଚନକୁ ସ୍ବଚ୍ଛ ଓ ମୁକ୍ତ ଭାବେ ଶେଷ କରିବା ପାଇଁ ବିଭିନ୍ନ ସ୍ଥାନରେ ଜୋରଦାର ଚଢାଉ ଜାରି ରହିଛି । ନିର୍ବାଚନ ଆୟୋଗଙ୍କ ପ୍ରଦତ୍ତ ନିର୍ଦ୍ଦେଶାନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଲ’ ଏନଫୋର୍ସମେଣ୍ଟ ସଂସ୍ଥାର ଟିମ୍‌ ଦ୍ଵାରା ଚଢ଼ାଉ ଜାରି ରହିଛି । ଜାନୁଆରୀ ପହିଲାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଏହି କାର୍ଯ୍ୟାନୁଷ୍ଠାନରେ ପ୍ରାୟ ଶହେ କୋଟି ଟଙ୍କାର ମାଦକ ଦ୍ରବ୍ୟ ଓ ନଗଦ ଟଙ୍କା ସହ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ସିଇଓ ଅଫିସ ଦେଇଥିବା ତଥ୍ୟ ଅନୁସାରେ, ଜାନୁଆରୀ ପହିଲାରୁ ଫେବୃଆରୀ ୨୯ ତାରିଖ ମଧ୍ୟରେ ଆୟକର ବିଭାଗ ଦ୍ଵାରା ୩.୬୧ କୋଟି ନଗଦ ଟଙ୍କା ଜବତ ହୋଇଛି । ସେହିପରି ୭.୮୦ କିଗ୍ରାର ସୁନା, ରୂପା, ହୀରା ଇତ୍ୟାଦି ଦ୍ରବ୍ୟ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪.୭୩ କୋଟି ଟଙ୍କା ହେବ । ସେହିପରି ଗତ ଦୁଇମାସ ମଧ୍ୟରେ କେନ୍ଦ୍ରୀୟ ପ୍ରବର୍ତ୍ତନ କାର୍ଯ୍ୟାଳୟ (ଇଡି) ଦ୍ଵାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୨ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା ସିଆଇଏସଏଫ ଦ୍ଵାରା ଏକାଧିକ କାର୍ଯ୍ୟାନୁଷ୍ଠାନରେ ୧୩ ଲକ୍ଷ ଟଙ୍କା ଜବତ କରାଯାଇଛି । ରାଜ୍ୟ ପୋଲିସ ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୮ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ପ୍ରାୟ ୨,୨୪,୩୯୬.୩୦ ଲିଟର ମଦ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫.୧୮ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି ।

ସେହିପରି ୨୪,୮୨୫ କିଗ୍ରାର ମାଦକ ଦ୍ରବ୍ୟ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୫.୧୭ କୋଟି ଟଙ୍କା । ୦.୨୭ କିଗ୍ରାର ଅନ୍ୟ ମୂଲ୍ୟବାନ ଧାତୁ ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୦.୧୯ କୋଟି ଟଙ୍କା ହେବ । ରାଜ୍ୟ ଅବକାରୀ ବିଭାଗ ଦ୍ୱାରା ସମସ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ନଗଦ ୨ ଲକ୍ଷ ଟଙ୍କା ଜବତ ହୋଇଛି । ୪,୧୨,୪୦୮.୬୬ ଲିଟର ମଦ ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୮.୫୪ କୋଟି ଟଙ୍କା । ୭.୫୪ କୋଟି ଟଙ୍କାର ୩,୭୩୩.୫୦ କିଗ୍ରାର ମାଦକ ଦ୍ରବ୍ୟ ଜବତ ହୋଇଛି । ରେଳବାଇ ସୁରକ୍ଷା ବଳ (ଆରପିଏଏଫ) ଦ୍ଵାରା ୮୯.୧୫ ଲିଟର ମଦ ଓ ୪୪୬.୫୧ କିଗ୍ରାର ମାଦକ ଦ୍ରବ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୦.୪୧ କୋଟି ଟଙ୍କା ହେବ ।

ଏହା ମଧ୍ୟ ପଢନ୍ତୁ :- ରାତି ପାହିଲେ ପବିତ୍ର ମହାଶିବରାତ୍ରି, ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା

ରାଜ୍ୟ ସିଟି ଓ ଜିଏସ୍‌ଟି ବିଭାଗ ଦ୍ଵାରା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ୧୬.୦୫ କୋଟି ଟଙ୍କାର ଶାଢ଼ି, ଗହଣା ପରି ମୂଲ୍ୟବାନ ଉପହାର ସାମଗ୍ରୀ ଜବତ କରାଯାଇଛି । ଜଙ୍ଗଲ ବିଭାଗ ତରଫରୁ ୩.୮୪ କୋଟି ଟଙ୍କାର ମୂଲ୍ୟବାନ ଆସବାବପତ୍ର ଓ କାଠ ସାମଗ୍ରୀ ଜବତ କରାଯାଇଛି । ଗତ ଦୁଇମାସ ମଧ୍ୟରେ ଉପରୋକ୍ତ ଜବତକାରୀ ସଂସ୍ଥାମାନଙ୍କ ଦ୍ଵାରା ମୋଟରେ ୪.୪୬ କୋଟି ନଗଦ ଟଙ୍କା, ୬,୩୬,୮୯୪.୧୧ ଲିଟର ମଦ ଜବତ ହୋଇଛି । ଯାହାର ମୂଲ୍ୟ ୧୩.୭୩ କୋଟି ଟଙ୍କା ହେବ । ସେହିପରି ୨୯,୦୭୮.୨୧ କିଗ୍ରାର ମାଦକ ଦ୍ରବ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୩୩.୪୦ କୋଟି ଟଙ୍କା । ୮.୦୬ କିଗ୍ରାର ମୂଲ୍ୟବାନ ଧାତୁ ଜବତ ହୋଇଛି । ଯାହାର ମୂଲ୍ୟ ୪.୯୨ କୋଟି ଟଙ୍କା । ୧୯.୮୯ କୋଟି ଟଙ୍କାର ଶାଢ଼ି, ଗହଣା ପରି ମୂଲ୍ୟବାନ ଉପହାର ସାମଗ୍ରୀ ଜବତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.