ETV Bharat / state

ମହାନଦୀରେ ମୃତ୍ୟୁରଘାଟ ଧୂବା ପଡା ! କାହିଁକି ଅକ୍ଟୋବରରେ ହେଉଛି ବୁଡିଜନିତ ମୃତ୍ୟୁ ? ରେଡ୍ ଜୋନ ଘୋଷଣା ଦାବି - DROWNING DEATH CASE

ମତ୍ୟୁର ଘାଟ ସାଜିଛି ମହାନଦୀର ସଡ଼କ ଘାଟ ବା ଧୂବା ପଡା ଘାଟ । ଅକ୍ଟୋବର ମାସରେ ବାରମ୍ବାର ଘଟୁଛି ବୁଡିଜନିତ ମୃତ୍ୟୁ ।

drowning death case
drowning death case (ETV Bharat Odisha)
author img

By ETV Bharat Odisha Team

Published : Oct 15, 2024, 7:37 AM IST

ସମ୍ବଲପୁର: ମହାନଦୀର ସଡ଼କ ଘାଟ ବା ଧୂବା ପଡା ଘାଟରେ ଚଳିତମାସ 11 ତାରିଖରେ 2ଜଣ ନାବାଳକ ନଦୀରେ ବୁଡି ପ୍ରାଣ ହରାଇଥିଲେ । ମୃତ ନାବାଳକମାନେ ହେଲେ ସମ୍ବଲପୁର ସହର କ୍ଷେତରାଜପୁର ଥାନା ତିୱାରୀଗଳିର ଟି.ଏସ. ସୁବ୍ରମଣ୍ୟମଙ୍କ ପୁଅ ଏ. କନିଷ୍କ (14) ଓ କ୍ରିଷ୍ଣା ନଗରର ଅରବିନ୍ଦ ସିଂଙ୍କ ପୁଅ ହିମାଂଶୁ ସିଂ (14) । ଏନେଇ ସମ୍ବଲପୁର ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

ତେବେ ଏହିଭଳି ନଦୀରେ ବୁଡି ନାବାଳକଙ୍କ ମୃତ୍ୟୁ ଘଟଣା ମହାନଦୀର ଏହି ଘାଟରେ ନୂଆ ନୁହେଁ । ସ୍ଥାନୀୟ ଲୋକଙ୍କ ଅନୁସାରେ ଏହି ଘାଟରେ ବହୁତ ଲୋକଙ୍କ ଜୀବନ ଯାଇଛି । ତେବେ ଏହି ବୁଡି ଘଟଣାଗୁଡିକରେ ଗୋଟିଏ ସମାନତା ଦେଖିବାକୁ ମିଳେ ଯେ ମୁଖ୍ୟତଃ ଅକ୍ଟୋବର ମାସରେ ବା ଦଶହରା ସମୟରେ ଏହି ବୁଡି ଘଟଣା ଦେଖିବାକୁ ମିଳିଛି ।

ଅତୀତକୁ ନଜର ପକେଇଲେ ଗତ 06.10.2019 ରେ ଏହି ଭଳି ଏକ ଦୁର୍ଘଟଣାରେ ଏହି ସଡ଼କ ଘାଟ ବା ଧୂବା ପଡା ଘାଟରେ ଏମିତି ଏକ ଘଟଣା ଘଟିଥିଲା । ବଡ଼ବାଜାରର 6ଜଣ ନାବାଳିକା ଏହି ଘାଟ ଗାଧେଇବାକୁ ଯାଇଥିବା ବେଳେ ସମସ୍ତେ ଭାସି ଯାଉଥିଲେ ତେବେ 5 ଜଣଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରିଥିବା ବେଳେ ପିଙ୍କି ବିଶ୍ୱକର୍ମା ନାମକ ଜଣେ ନାବାଳିକା ପାଣିରେ ବୁଡି ଯାଇଥିଲେ । ଏହା ପରେ 04.10.2021ରେ ମହାନଦୀର ଦଳେଇପଡା ଘାଟରେ ଏକ ମୁସଲିମ ପରିବାରର 3 ଜଣ ମହମ୍ମଦ ଅଲତାଫ ତାଙ୍କ ପୁଅ ଓ ଝିଅଙ୍କ ସହ ଗାଧେଇବାକୁ ଯାଇଥିବା ବେଳେ ସମସ୍ତେ ପାଣିରେ ବୁଡି ଯାଇଥିଲେ । ଏହା ପରେ ପୁଣି ଗତ 11 ତାରିଖରେ ଏହିଭଳି ଏକ ବୁଡି ଘଟଣାରେ 2 ନାବାଳକଙ୍କ ମୃତ୍ୟୁ ହୋଇଛି ।

drowning death case (ETV Bharat Odisha)

ତେବେ ମହାନଦୀର ଏହି ଘାଟରେ କାହିଁକି ଏମିତି ଘଟଣା ଘଟୁଛି ତାହା ପୁଣି ଅକ୍ଟୋବର ମାସରେ ଏନେଇ ସ୍ଥାନୀୟ ଲୋକେ ବିଭିନ୍ନ ପ୍ରକାର ମତ ପୋଷଣ କରନ୍ତି l କିଛି ଲୋକ ଏହି ଘାଟଟି ଦୈବସ୍ଥଳୀ ଅଟେ ବୋଲି ବୟୋଜ୍ୟେଷ୍ଠଙ୍କ ଠାରୁ ଶୁଣିଥିବା କୁହନ୍ତି l ଏହା ସହ ବାସ୍ତବରେ ଏହି ସ୍ଥାନର ଭୌଗୋଳିକ ସ୍ଥିତି ଏମିତି ରହିଛି ଯାହା ଫଳରେ ଏହିଭଳି ବୁଡି ଯୋଗୁଁ ମୃତ୍ୟୁ ହେଉଥିବା ଲୋକେ କୁହନ୍ତି l

ଏନେଇ ଜୟରାମ ବଣିଆ ନାମକ ଜଣେ ସଚେତନ ନାଗରିକ କୁହନ୍ତି, "ଦେଖନ୍ତୁ, ପ୍ରଥମେ ତ ଏଠାରେ ପାଣିରେ ବହୁତ ଫୋର୍ସ ଅଛି l ତାପରେ ପହଁରା ନଜାଣିବା ଆଉ ଏକ କାରଣ । ଆମେ ଯେତେବେଳେ ବରିଷ୍ଠ ସଦସ୍ୟଙ୍କୁ ପଚାରିଲୁ ଏହା ଦେବସ୍ଥଳୀ ଘାଟ ବୋଲି କହୁଛନ୍ତି l ଯେହେତୁ ଏଟା ସମ୍ବଲପୁର ସହରର ସବୁଠୁ ପୁରୁଣା ଘାଟ, ପଲଟନ ଘାଟ, ଯାହାକୁ ସଡ଼କ ଘାଟ ବୋଲି ଆଖ୍ୟା ଦିଆ ଯାଇଛି ତାପରେ ଏହାକୁ ଧୂବା ପଡା ଘାଟବି କୁହାଯାଏ l ପୂର୍ବ କାଳରୁ ଏଠି ଯେତେବି ମୂର୍ତ୍ତି ହୁଏ, ଦୁର୍ଗାପୂଜା ହେଉକି ଗଣେଶ ପୂଜା, ସବୁ ପୂଜାର ପର୍ବପର୍ବାଣିର ଭସାଣି ଏଠି କରାଯାଏ l ତାପରେ ଅନେକ ଲୋକ ଏଠି ଆମେ ଦେଖିଛୁ l ବରିଷ୍ଠ ହେଉ କି କନିଷ୍ଠ ହେଉ ଆମ ଅଞ୍ଚଳ ରୁ 8 ରୁ 10 ଜଣ ଆମେ ବୁଡ଼ିଥିବାର ଦେଖିଛୁ l "

drowning death case
drowning death case (ETV Bharat Odisha)

ଏମିତି କିଛି କହିବା ସହ ଏହି ଘାଟକୁ ଜିଲ୍ଲା ପ୍ରଶାସନ ରେଡ ଜୋନ ବୋଲି ଘୋଷଣା କରୁ ବୋଲି ବଡବଜାର ଅଞ୍ଚଳର ଲୋକେ ଦାବି କରିଛନ୍ତି l ଏହାଦ୍ୱାରା ଲୋକେ ଅନ୍ତତଃ ସଚେତନ ହେବେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ l

ଏହା ବି ପଢନ୍ତୁ- ମହାନଦୀକୁ ଡେଇଁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ, ପୋଲିସ ଓ ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ - Student jumped into Mahanadi

ଏହା ବି ପଢନ୍ତୁ- ପ୍ରଦୂଷିତ ହେଉଛି ମହାନଦୀ ପାଣି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ ପାଇଁ ପରାମର୍ଶ - Mahanadi Idol Immersion

ତେବେ ଯେହେତୁ ଅଗ୍ନିଶମ ବିଭାଗ ଏହି ଅଞ୍ଚଳରେ ସବୁବେଳେ ଉଦ୍ଧାର କାର୍ଯ୍ୟ କରିଥାଏ ଏହି ଘଟଣା ନେଇ ଆମେ ସମ୍ବଲପୁରର ଅଗ୍ନିଶମ ବିଭାଗର ଅଧିକାରୀ ସୁଦାମ କିସ୍କୋଙ୍କୁ ଏହିଭଳି ବାରମ୍ବାର ବୁଡି ଘଟଣାର କାରଣ କଣ ହୋଇପାରେ ବୋଲି ପଚାରି ଥିଲୁ l ସେ ଏ ନେଇ ଅନେକ ଗୁରୁତ୍ୱପୂର୍ଣ କଥା କହିଥିଲେ l ସୁଦାମ କିସ୍କୋ, ଆସିସଷ୍ଟାଣ୍ଟ ଫାୟାର ଅଫିସର କହିଛନ୍ତି, "ମୁଖ୍ୟତଃ ସେ ଆମର ଯେଉଁ ଘାଟ ଟା ଅଛି ମୂଖ୍ୟ ରାସ୍ତାରୁ ପାଖା ପାଖି 500 ମିଟର ହୋଇଯିବ ଯେଉଁଟାକି ଯିଏ ବି ଗାଧୋଉଛି, ସେ କୌଣସି ଅଘଟଣ ହେଲେବି ସେ ଯଦି ଚାହିଁବ ଲୋକଙ୍କୁ ଡ଼ାକିବା ପାଇଁ ଲୋକ ପାଖକୁ ଆସି ପାରିବେନି କି ଖବର ପାଇ ପାରିବେନି କି ଜାଣି ପାରିବେନି l ତା ସହିତ ସେହି ଘାଟ ଟା ନଦୀର ମାଝୀ ପାଖା ପାଖି ହୋଇ ଯାଉଛି ଯେଉଁ ଦ୍ୱାରା କି ସେ ପାଣି ସବୁବେଳେ ରହୁଛି l ଯଦି ଆମର ଉପର ଡ୍ୟାମର ଯଦି ଗେଟ ବି ନଛଡାଯାଏ ବା ବନ୍ଦ ହୁଏ ତଥାପି ସେ ପାଣି ସବୁବେଳେ ସେଠି କରେଣ୍ଟ ରହୁଛି l ଯେହେତୁ ସେଟା ଯେଉଁ ରାସ୍ତା ପାଇଁ ସିମେଣ୍ଟ ରାସ୍ତା ହୋଇଛି, ସିମେଣ୍ଟ ରାସ୍ତା ଉପରେ ପାଣି ଯେଉଁ ରାସ୍ତା ଉପରେ ଯାଉଛି ଗାତ ଅଛି, ଆଉ ସବୁବେଳେ କରେଣ୍ଟ ପାଣି ରହୁଛି l"

drowning death case
drowning death case (ETV Bharat Odisha)

ମାନେ ଏହି ଘାଟକୁ ଯିବା ପାଇଁ ନଦୀ ଗର୍ଭରେ ଏକ ସିମେଣ୍ଟ ରାସ୍ତା ତିଆରି ହୋଇଛି l ଯେଉଁଠି ରାସ୍ତା ସରୁଛି ସେଠି ଘାଟ ଅଛି ଓ ଘାଟରେ ଓହ୍ଲାଉ ଓହ୍ଲାଉ 10 ରୁ 15 ଫୁଟ ଗଭୀରତାର ପାଣି ରହିଛି l ସେଥିପାଇଁ ଏହି ଭଳି ଘଟଣା ଘଟୁଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି l

ଅନ୍ୟପଟେ ଏନେଇ ରାଜସ୍ବ ତଥା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ମହାନଦୀ ର ଏହିଭଳି ବିପଦଜନକ ଅଞ୍ଚଳରେ ସୂଚନା ଫଳକ ଲଗେଇବା ସହ ଅନୁସଙ୍ଗିକ ପଦକ୍ଷେପ ନେବାକୁ ସମ୍ବଲପୁର ମହାନଗର ନିଗମକୁ କୁହାଯିବ l "

ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି ଯେ, ଓଡିଶା ରେ ବୁଡି ଜନିତ ମୃତ୍ୟୁ ଘଟଣା ବୃଦ୍ଧି ପାଉଛି l ମୁଖ୍ୟତଃ ବୁଡି ରେ ଛୋଟ ଛୋଟ ପିଲାଙ୍କ ମୃତ୍ୟୁ ହେଉଥିବାର ଖବର ଅଛି l ଏହା ରାଜସ୍ବ ବିଭାଗ ପାଇଁ ଚିନ୍ତାର ବିଷୟ l ଏଥିପାଇଁ ଆମେ ନିର୍ଦେଶ ନାମା ଜାରି କରିଛୁ l ତେବେ ଅବିଭାବକ ମାନଙ୍କୁ ସଚେତନ ହେବାକୁ ପଡିବ ଓ ଶିକ୍ଷକ ମାନଙ୍କୁ ମଧ୍ୟ ଆମେ ନିର୍ଦେଶ ନାମା ଜାରି କରିଛୁ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

sadak ghat
sadak ghat (ETV Bharat Odisha)

ସମ୍ବଲପୁରର ମହାନଦୀରେ ବୁଡି ଘଟଣା ନେଇ ସେ କହିଛନ୍ତି," ମୁ ବିଭାଗର ଅଧିକାରୀମାନଙ୍କ ସହ ଏବଂ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ ସହ କଥା ହେବି ଯେ ଏହି ଭଳି ସମ୍ବେଦନଶୀଳ ସ୍ଥାନରେ ଯେତିକି ତାର ଗଭୀରତା ଓ ଅନ୍ୟ ବିଷୟ ସୂଚିତ କରାଯିବ ତା ବାବଦରେ ସେମାନେ ବ୍ୟବସ୍ଥା କରିବେ ମୁ ପରାମର୍ଶ ଦେବି । "

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.