ETV Bharat / state

ଖରାଦିନ ନ ଆସୁଣୁ ବଢ଼ିଲାଣି ଜଳ କଷ୍ଟ; ଆନ୍ଦୋଳନ ଚେତାବନୀ ଦେଲେ ବାଇରୋଇବାସୀ - ପାନୀୟ ଜଳ ସମସ୍ୟା

Drinking Water Problem: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ବାଇରୋଇ ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଗ୍ରାମବାସୀ । ତୁରନ୍ତ ସମାଧାନ କରିବାକୁ ଗ୍ରାମବାସୀଙ୍କ ଦାବି । ଅଧିକ ପଢନ୍ତୁ

Drinking Water Problem
Drinking Water Problem
author img

By ETV Bharat Odisha Team

Published : Feb 6, 2024, 10:30 AM IST

Updated : Feb 6, 2024, 12:23 PM IST

Drinking Water Problem

ନିଆଳି: ଖରା ଦିନ ନ ଆସୁଣୁ ଜଳ ସଙ୍କଟ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ବାଇରୋଇ ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ଏନେଇ ସେମାନେ ଅନ୍ୟ ସ୍ଥାନରୁ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି । ତେବେ ଓଭର ହେଡ ଟାଙ୍କି ଏବଂ ଘର ସମ୍ମୁଖରେ ଟ୍ୟାପ୍ ନିର୍ମାଣ ଦିନ ଠାରୁ ସ୍ଥାନୀୟ ଗ୍ରାମବାସୀମାନେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ଆସିଛି ।

କଣ୍ଟାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିନରେ ବାଇରୋଇ ଠାରେ ନିର୍ମାଣ ହୋଇଛି ଓଭର ହେଡ ପାଣି ଟାଙ୍କି । ଖର୍ଚ୍ଚ ହୋଇଛି କୋଟିଏରୁ ଅଧିକ ଟଙ୍କାରୁ । ଲୋକେ ଟ୍ୟାପ୍ ଯୋଗେ ବିଶୁଦ୍ଧ ପାଣି ସଂଗ୍ରହ କରିବେ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା । କିନ୍ତୁ ବାସ୍ତବ ଚିତ୍ର ଅଲଗା । କଣ୍ଟାପଡ଼ା ବ୍ଲକର ବାଇରୋଇ ଗାଁ ଏବଂ ଆଖପାଖ ଅଞ୍ଚଳର ଦୁଇ ହଜାରରୁ ଊର୍ଦ୍ଧ୍ବ ପରିବାର ଦୀର୍ଘ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ଗ୍ରାମବାସୀମାନେ ବାଧ୍ୟ ହୋଇ ଅନ୍ୟ ସ୍ଥାନରୁ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଥିବା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଶୀତ ଦିନରେ ଜଳ କଷ୍ଟ ଭୋଗୁଛନ୍ତି ମନମୁଣ୍ଡାବାସୀ, ରାସ୍ତାରେ ଜିଲ୍ଲାପାଳଙ୍କୁ ଅଟକାଇ ସମାଧାନ କରିବାକୁ ଦାବି

ବାଇରୋଇ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ଘର ନିକଟରେ ବସିଥିବା ଟ୍ୟାପଗୁଡିକ ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଭାଙ୍ଗିରୁଜି ଗଲାଣି ଏବଂ ଏଥିରେ ପାଣି ଆସୁନାହିଁ । ଯେଉଁ କେତେକ ସମୟ ପାଣି ଆସୁଛି ତା' ପୁଣି ଆଇରନ ଏବଂ ପଙ୍କ ପାଣି । ଫଳରେ ତାହା ବ୍ୟବହାର ଉପଯୋଗୀ ହେଉନି । ଏହି ପାଣି ବ୍ୟବହାର କଲେ ପେଟ ରୋଗ ଠାରୁ ଆରମ୍ଭ କରି ବିଭିନ୍ନ ରୋଗରେ ସ୍ଥାନୀୟ ଲୋକମାନେ ଶିକାର ହେଉଥିବା ଅଭିଯୋଗ ହୋଇଛି ।

ଏନେଇ କଣ୍ଟାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସମାଧାନ ହେଉନାହିଁ । ତେଣୁ ଆଗାମୀ ଦିନରେ ବାଇରୋଇ ଗ୍ରାମବାସୀ ଆନ୍ଦୋଳନପନ୍ଥା ଅବଲମ୍ବନ କରିବେ ବୋଲି କହିଛନ୍ତି । ସେପଟେ କଣ୍ଟାପଡ଼ା ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଅଜୟ ମିଶ୍ରଙ୍କୁ ଟେଲିଫୋନ ମାଧ୍ୟମରେ ପାନୀୟ ଜଳ ଯୋଗାଣ ସମସ୍ୟା ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, 3ରୁ 4 ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ।

ଇଟିଭି ଭାରତ, ନିଆଳି

Last Updated : Feb 6, 2024, 12:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.