ETV Bharat / state

ପାଣି ପାଇଁ ହନ୍ତସନ୍ତ ଭାଲୁଡୁଙ୍ଗୁରି, ସମାଧାନ ନହେଲେ ଆନ୍ଦୋଳନ ! - Drinking Water Problem - DRINKING WATER PROBLEM

Drinking Water Problem: ପାନୀୟ ଜଳ ସମସ୍ୟାରେ ଜୁଝି ହେଉଛନ୍ତି ଭାଲୁଡୁଙ୍ଗୁରି ଗ୍ରାମବାସୀ । ସମସ୍ୟାର ସମାଧାନ ନହେଲେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ଚେତାବନୀ। ଅଧିକ ପଢ଼ନ୍ତୁ,

Drinking Water Problem
Drinking Water Problem (ETV Bharat Odisha)
author img

By ETV Bharat Odisha Team

Published : May 29, 2024, 5:23 PM IST

ନୂଆପଡା: ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରଭାବ । ସେପଟେ ନୂଆପଡା ଜିଲ୍ଲା ବ୍ୟାପି ପ୍ରବଳ ଗରମ ସାଙ୍ଗକୁ ନଈ ନାଳ ପୋଖରୀ ନଳକୂପ ଆଦିର ଜଳସ୍ତର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଯାହାଫଳରେ ଆଦିବାସୀ ବହୁଳ ଭାଲୁଡୁଙ୍ଗୁରି ଗାଁରେ ଦେଖା ଦେଇଛି ପିଇବା ପାଣି ସମସ୍ୟା । ପାଣି ପାଇଁ ଭାଲୁଡୁଙ୍ଗୁରି ଗାଁଲୋକେ ଡହଳ ବିକଳ ହେଉଥିବା ବେଳେ ଗାଁରେ ଥିବା ଫ୍ଲୋରାଇଟ ଯୁକ୍ତ ନଳକୂପରେ ପ୍ରବଳ ଭିଡ ଦେଖାଦେଇଛି । ପାଣିର ଅନ୍ୟକିଛି ବିକଳ୍ପ ବ୍ୟବସ୍ଥା ନଥିବା କାରଣରୁ ଗାଁଲୋକେ ବାଧ୍ୟ ହୋଇ ଫ୍ଲୋରାଇଟ ମିଶ୍ରିତ ନଳକୂପ ପାଣି ବ୍ୟବହାର କରି ବିଭିନ୍ନ ଅଜଣା ରୋଗର ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଅପରପକ୍ଷେ ଦୀର୍ଘ ଏକ ସପ୍ତାହ ହେବ ଗାଁରେ ପାଇପ ଯୋଗେ ଜଳ ଯୋଗାଣ ବନ୍ଦ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି ।

Drinking Water Problem (ETV Bharat Odisha)

ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ 81 କିଲୋମିଟର ଦୂରତା ଖଡ଼ିଆଳ ବ୍ଲକ ସ୍ଥିତ ଆଦିବାସୀ ବହୁଳ ଭାଲୁଡୁଙ୍ଗୁରି ଗାଁ । ପୂର୍ବରୁ ଭାଲୁଡୁଙ୍ଗୁରି ଗାଁକୁ ଲୋୟର ଇନ୍ଦ୍ର ଡ୍ୟାମ ଜଳ ଯୋଗାଣ ପ୍ରକଳ୍ପରୁ ପାଇପ ଯୋଗେ ଜଳ ଯୋଗାଣ କରିଛନ୍ତି ସରକାର । ହେଲେ କୌଣସି ତୃଟି ଯୋଗୁ ଗୋଟିଏ ସପ୍ତାହ ହେବ ଭାଲୁଡୁଙ୍ଗୁରି ଗାଁକୁ ଜଳ ଯୋଗାଣ ବନ୍ଦ ରହିଛି । ଯାହା ଫଳରେ ଗାଁରେ ଦେଖାଦେଇଛି ପିଇବା ପାଣି ସମସ୍ୟା । ଏବେ ଗାଁଲୋକେ ବାଧ୍ୟହୋଇ ଫ୍ଲୋରାଇଟ ମିଶ୍ରିତ ନଳକୂପର ପାଣିରେ ଶୋଷ ମେଣ୍ଟାଇ ବିଭିନ୍ନ ଅଜଣା ରୋଗରେ ପୀଡିତ ହେଉଥିବା ଗାଁ ମହିଳା ମାନେ ଅଭିଯୋଗ କରିଛନ୍ତି । ସେପଟେ ଗ୍ରୀଷ୍ମ ପ୍ରବାହ କାରଣରୁ ଗାଁ ପାଣି ସମସ୍ୟା ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇ ରହିଛି । ନଈନାଳ ପୋଖରୀର ଜଳ ସ୍ତର ହ୍ରାସ ପାଉଥିବା ବେଳେ, ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ ।

ଏହା ମଧ୍ୟ ପଢ଼ନ୍ତୁ.. ପାଣି ପାଇଁ ରାସ୍ତାରେ ରତ୍ନପୁରବାସୀ, ଗରା-ବାଲଟି ଧରି ବସିଲେ ଧାରଣାରେ - Road Block For Water

ଭାଲୁଡୁଙ୍ଗୁରି ଗାଁରେ ପ୍ରାୟ 200ରୁ ଊର୍ଦ୍ଧ୍ବ ପରିବାର ବାସ କରୁଥିବା ବେଳେ,ହାରାହାରି 1600 ଜନସଂଖ୍ୟା ରହିଛି । 1600 ଜନ ସଂଖ୍ୟାକୁ କେବଳ ଗୋଟିଏ ନାଳକୂପ ସାହା ଭରସା । ପାଇବ ଯୋଗେ ଜଳ ଯୋଗାଣ ଦୀର୍ଘ ଗୋଟିଏ ସପ୍ତାହ ବନ୍ଦ ରହିଥିବା ବେଳେ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ନାହିଁ ବୋଲି ଅଭିଯୋଗ ହୋଇଛି । ଗାଁଲୋକେ ଜଳ ଯୋଗାଣ ପାଇଁ ସ୍ଥାନୀୟ ସରପଞ୍ଚ, ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସ୍ଥାନୀୟ ଦାବ୍ରି ସରପଞ୍ଚଙ୍କୁ ପଚାରିବାରୁ ଜଳ ଯୋଗାଣ ବନ୍ଦ ଥିବା କଥାକୁ ସେ ସ୍ୱୀକାର କରିବା ସହିତ ଖଡ଼ିଆଳ ବିଡ଼ିଓଙ୍କୁ ଜଣାଇ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଅପରପକ୍ଷେ ଭାଲୁଡୁଙ୍ଗୁରି ଗାଁରେ ତୁରନ୍ତ ଜଳଯୋଗାଣ ନକଲେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.