ETV Bharat / state

ସରିଲା ନାଟ୍ୟମ ନାଟ୍ୟମେଳା, ଦର୍ଶକଙ୍କୁ ବାନ୍ଧି ରଖିଲା 'ସମ୍ପର୍କ' - ସରିଲା ନାଟ୍ୟମ ନାଟ୍ୟମେଳା

Natyam natya mela: ଅନୁଗୋଳରେ ଚାଲିଥିବା ନାଟ୍ୟମ ନାଟ୍ୟ ମେଳା ଉଦଯାପିତ । ଶେଷ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ "ସମ୍ପର୍କ" । ଅଧିକ ପଢନ୍ତୁ

Natyam natya mela in anugul
Natyam natya mela in anugul
author img

By ETV Bharat Odisha Team

Published : Jan 22, 2024, 1:10 PM IST

Updated : Jan 22, 2024, 1:53 PM IST

Natyam natya mela

ଅନୁଗୋଳ: ଅନୁଗୋଳ ସଭାଘର ଠାରେ ଗତ ୪ଦିନ ଧରି ଚାଲିଥିବା ନାଟ୍ୟମ ନାଟ୍ୟ ମେଳା ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଯାଇଛି ନାଟକ "ସମ୍ପର୍କ" । ଭୁବନେଶ୍ୱରର ରଙ୍ଗମ୍ ଅନୁଷ୍ଠାନ ଦ୍ବାରା ମଞ୍ଚସ୍ଥ ହୋଇଥିଲା ଏହି ନାଟକ । ଭଡ଼ା ଘର ସମସ୍ୟା ଓ ସମ୍ପର୍କକୁ ନେଇ ଆଧାରିତ ଏହି ନାଟକ ।

ତେବେ କରାଳି ମହାନ୍ତିଙ୍କ ଘରେ ଦୀର୍ଘ ୩୬ ବର୍ଷ ଧରି ଭଡ଼ାରେ ଥିଲେ ବୃଦ୍ଧ ଗଜମାଧବ । କରାଳି କିନ୍ତୁ ଏତେଦିନ ପରେ ଗଜ ମାଧବଙ୍କୁ ଘରୁ ବାହାରି ଯିବାକୁ ନୋଟିସ ଦେଇଥିଲେ । ଅନ୍ୟ ଘର ଭଡାଟିଆ ଗଜମାଧବଙ୍କୁ ସମର୍ଥନ କରିଥିଲେ । ଏହାକୁ ନେଇ କେସ ହୋଇଥିବା ବେଳେ କେସରେ ଜିତିଲେ କରାଳୀ । ଶେଷକୁ ଗଜମାଧବ ଘର ଛାଡ଼ିଲେ ଏବଂ ତାଙ୍କ ସ୍ଥାନରେ ରହିବାକୁ ଆସିଥିବା ନୂଆ ଭଡ଼ାଟିଆଙ୍କ ମଧ୍ୟରେ ମନର ସମ୍ପର୍କକୁ ନେଇ ନାଟକ ଗତିଶୀଳ ହୋଇଛି । ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ଯୋଗ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ଯୋଗ ଦେଇଥିଲେ । ସେହିପରି ରାଜ୍ୟ ନାଟ୍ୟ ମହାସଂଘର ସଭାପତି ମନୋଜ ପଟ୍ଟନାୟକ, ଓଡ଼ିଶାବାର୍ କାଉନସିଲର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ବିବେଦୀ ଏବଂ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ଅତିଥିମାନେ ନାଟ୍ୟମର ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିଥିଲେ । ନାଟ୍ୟମର ସଭାପତି ସୁଧାଂଶୁ ମୋହନ ଦ୍ବିବେଦୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ସମୀର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ନାଟ୍ୟମ ନାଟ୍ୟ ମେଳାରେ ମଞ୍ଚସ୍ଥ ହେଲା 'ଏଇ ବୋଧେ ପ୍ରେମ', ବିମୋହିତ ଦର୍ଶକ

ସେହିପରି ତୃତୀୟ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଥିଲା ନାଟକ ଘିନୁଆ । ପାରାଦ୍ବୀପର କ୍ୟାନ୍ମାସ ଗ୍ରୁପ୍ ଘିନୁଆ ନାଟକ ପ୍ରସ୍ତୁତ କରିଥିଲା । ପ୍ରସିଦ୍ଧ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶିକାର ଗଳ୍ପକୁ ନାଟ୍ୟ ରୂପ ଦେଇଥିଲେ ଡ଼ା ସଞ୍ଜୟ ହାତୀ ଓ ନିର୍ଦ୍ଦେଶନା ଦେଇଛନ୍ତି କୈଳାସ ପାଣିଗ୍ରାହୀ । ନାଟକଟି ପ୍ରାକ୍ ସ୍ଵାଧୀନତା ସମୟର । ଘିନୁଆ ଜଣେ ଆଦିବାସୀ ନାମକରା ଶିକାରୀ । ସେ ଅନେକ ସମୟରେ ବାଘ,ହରିଣ, କୁଟୁରା ଆଦି ଶିକାର କରି ଇଂରେଜ ଅଫିସରଙ୍କୁ ଦିଏ ଆଉ ମୋଟା ଅଙ୍କର ପଇସା ପାଏ । ଦିନ ପରେ ଦିନ ଗଡି ଚାଲେ । ଜଙ୍ଗଲ ଭିତରେ ନକ୍ସଲ ମେଳି ହୁଏ,ଇଂରେଜ ସରକାରଙ୍କ ବିରୁଦ୍ଧରେ ବି ମେଳି ହୁଏ । ଇତି ମଧ୍ୟରେ କାଠ ମାଫିଆ ଗୋବିନ୍ଦ ସର୍ଦ୍ଦାର ଜଙ୍ଗଲରେ ରହୁଥିବା ଆଦିବାସୀଙ୍କୁ ହଇରାଣ କରେ। ତାର ଆଖି ପଦେ ଘିନୁଆର ସ୍ତ୍ରୀ ରତନି ଉପରେ । ଏହା ଦେଖି ଘିନୁଆ ହିଂସ୍ର ହୋଇଉଠେ । ତେଣୁ ଦିନେ ସୁଯୋଗ ଦେଖି ଗୋବିନ୍ଦକୁ ହାଣି ତା କଟା ମୁଣ୍ଡ ଧରି ଇଂରେଜ ଅଧିକାରୀଙ୍କୁ ଦିଏ ଆଉ ବଦଳରେ ପଇସା ମାଗେ । କିନ୍ତୁ ଆଇନର ଜାଲରେ ଛନ୍ଦି ହୋଇ ପଡେ ସେ । ତାକୁ ମିଳେ ଫାଶୀ ଦଣ୍ଡ । ଫାଶୀ ଦଣ୍ଡ ସମୟରେ ବି ବକ୍ସିସ୍ ମାଗିବା ଘିନୁଆର ସରଳ ପଣିଆ ଯେଭଳି ପ୍ରକଟିତ କରିଛି ତାହା ନାଟକକୁ ବେଶ୍ ମର୍ମସ୍ପର୍ଶୀ କରିପାରିଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Jan 22, 2024, 1:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.