ETV Bharat / state

ଭୁଶୁଡିଲା ନିର୍ମାଣଧିନ ଡ୍ରେନ ପାଚେରୀ, ଚାଲିଗଲା ଶ୍ରମିକଙ୍କ ଜୀବନ - DRAIN TRAGEDY

କଟକରେ ଡ୍ରେନ ଟ୍ରାଜେଡି । ନିର୍ମାଣ କାର୍ଯ୍ୟ ବେଳେ ଅଘଟଣ । ପାଚେରୀ ଭୁଶୁଡି ଶ୍ରମିକ ମୃତ ।

DRAIN TRAGEDY
DRAIN TRAGEDY (ETV Bharat Odisha)
author img

By ETV Bharat Odisha Team

Published : Dec 8, 2024, 6:29 PM IST

କଟକ: ଡ୍ରେନ ପାଚେରୀ ନିର୍ମାଣ ବେଳେ ଅଘଟଣ । କାନ୍ଥ ଭୁଶୁଡି ଜଣେ ଶ୍ରମିକ ମୃତ ଓ 3 ଜଣ ଆହତ ହୋଇଛନ୍ତି । ଆଜି କଟକର ବିଡାନାସୀ ନାୟକ ସାହି ଅଞ୍ଚଳର ଏହି ଘଟଣା । କଟକ ମହାନଗର ନିଗମ ଦ୍ୱାରା ଡ୍ରେନ କାମ ଚାଲିଥିବା ବେଳେ ଘଟିଛି ଏହି ଅଘଟଣ । ମୃତକ ହେଲେ ଏସ ଶଙ୍କରୀ । ତାଙ୍କ ଘର କଟକର ପଟ୍ଟାପୋଲ ଅଞ୍ଚଳରେ । ଘଟଣା ପାଇଁ ସିଏମସିକୁ ଦାୟୀ କରିଛନ୍ତି ସ୍ଥାନୀୟଲୋକେ ।

କଣ ଥିଲା ଘଟଣା ?

ବିଡାନାସୀ ନାୟକ ସାହି ଅଞ୍ଚଳରେ କଟକ ମହାନଗର ନିଗମ ଦ୍ୱାରା ଡ୍ରେନ୍ କାମ ଚାଲିଥିଲା । ଏଥିରେ ୫ ଜଣ ଶ୍ରମିକ ନିୟୋଜିତ ରହିଥିଲେ । ହେଲେ କାମ ଚାଲିଥିବା ବେଳେ ଆଜି ହଠାତ୍‌ ପାଚେରୀଟି ଭୁଶୁଡି ପଡିଥିଲା । ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ 3 ଜଣ ଆହତ ହୋଇଛନ୍ତି । ସେପଟେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି ।

ଚାଲିଗଲା ଶ୍ରମିକଙ୍କ ଜୀବନ (ETV Bharat Odisha)

ଲୋକଙ୍କ ଅଭିଯୋଗ, ବିନା ସୁରକ୍ଷା ବ୍ୟବସ୍ଥାରେ ହେଉଥିଲା କାମ:

ତେବେ ସ୍ଥାନୀୟ ଲୋକ କହିଛନ୍ତି, ‘ସିଏମସିର ଏକ ଠିକାଦାର ଏହି ଡ୍ରେନ ନିର୍ମାଣ କାର୍ଯ୍ୟ ଦିଆଯାଇଥିଲା । କାର୍ଯ୍ୟ ସମୟରେ ୫ ଜଣ ଶ୍ରମିକ ନିୟୋଜିତ ରହିଥିଲେ । ୩ ଦିନ ପୂର୍ବରୁ ଏମାନେ କାମ ଆରମ୍ଭ କରିଥିଲେ । ହେଲେ ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ କାମ ନରୋକି ଡ୍ରେନ କାର୍ଯ୍ୟ ଜାରି ରଖିଥିଲେ ଏହି ଠିକାଦାର । କୌଣସି ସୁରକ୍ଷା ବ୍ୟବସ୍ଥା ନନେଇ ଏହି କାର୍ଯ୍ୟ ଜାରି ରଖିଥିଲେ ସମସ୍ତ ଶ୍ରମିକ । କିନ୍ତୁ ଡ୍ରେନ ପାଖ ପାଚେରୀ ହଠାତ ପଡିବା ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ:

6 ମାସ ବି ତିଷ୍ଠିଲାନି ବିମାନବନ୍ଦର ପାଚେରୀ, 9ରେ ଉଦଘାଟନ ହୋଇଥିଲା 9ରେ ଭୁଶୁଡି ପଡିଲା - Malkangiri Airport Wall Collapses

ଦାଦାବଟି ନଦେବାରୁ JCBରେ ଭାଙ୍ଗିଲେ ଗ୍ୟାସ କମ୍ପାନୀ ପାଚେରି, ପୋଲିସ ଜାଲରେ ପୂର୍ବତନ କର୍ପୋରେଟରଙ୍କ ସ୍ୱାମୀ

ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ! ଆଇନ ମନ୍ତ୍ରୀ କହିଲେ, 'ତୁରନ୍ତ ମରାମତି ହେବ'

ତେବେ ସିଏମସିରେ ଏଭଳି ଘଟଣା ଆଗରୁ ଘଟି ସାରିଛି । ହେଲେ ଏଭଳି ଠିକାଦାରଙ୍କୁ କାମ ଦେବା ଓ ଅକାରଣରେ ଜୀବନ ଯିବା ଘଟଣାକୁ ନେଇ ସିଏମସିକୁ ଦାୟୀ କରିଛନ୍ତି ବିଡ଼ାନସୀ ଅଞ୍ଚଳବାସୀ ।

ତଦନ୍ତ କରିବ 3 ଜଣିଆ କମିଟି:

ବିଡାନାସି ୱାର୍ଡ ନମ୍ବର -୧ରେ ନିର୍ମାଣ ଶ୍ରମିକର ମୃତ ପରେ ସିଏମସି ମେୟରଙ୍କ କଡା ଆଭିମୁଖ୍ୟ । କଟକ ମେୟର SCB ହସ୍ପିଟାଲରେ ପହଞ୍ଚି ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥି ପ୍ରତି କଡା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ବ୍ୟବଚ୍ଛେଦ ନିମନ୍ତେ ଶ୍ରମିକଙ୍କ ମୃତ ଶରୀର SCB ହସ୍ପିଟାଲରେ ନିଆଯାଇଛି । ଏଥି ସହିତଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ମେୟର ସୁବାସ ସିଂହ ଏବଂ କମିଶନର ଅନାମ ପାତ୍ରଙ୍କ ନିର୍ଦ୍ଦେଶରେ, ଅତିରିକ୍ତ ଆୟୁକ୍ତ କଳ୍ପତରୁ ବେହେରା ନେତୃତ୍ୱରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି ଉଚ୍ଚସ୍ତରୀୟ କମିଟିରେ ଅତିରିକ୍ତ ଆୟୁକ୍ତ କଳ୍ପତରୁ ବେହେରା କାର୍ଯ୍ୟକାରୀ ସହକାରୀ ଯନ୍ତ୍ରୀ ଭରତ ସେଠି, ଉପ ସହକାରୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ପାତ୍ର ସଦସ୍ୟ ରହିବେ । ଏହି କମିଟି ୧ ମାସ ମଧ୍ୟରେ ତାହାର ରିପୋର୍ଟ ପ୍ରଦାନ କରିବ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.