ETV Bharat / state

ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ଦୋଳମେଳଣ ଉତ୍ସବ - Dolo Melana - DOLO MELANA

Dolo Melana: ବିଶ୍ଵ ପ୍ରସିଦ୍ଧ ହରିରାଜପୁର ଦୋଳ ମେଲଣ ଗତକାଲି ଆରମ୍ଭ ହୋଇଛି । ଏନେଇ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ । ଅଧିକ ପଢନ୍ତୁ

DOLO MELANA
DOLO MELANA
author img

By ETV Bharat Odisha Team

Published : Apr 1, 2024, 12:10 PM IST

ହରିରାଜପୁର ଦୋଳମେଳଣ ଉତ୍ସବ

ନିମାପଡା: ଆରମ୍ଭ ହୋଇଛି ବିଶ୍ଵ ପ୍ରସିଦ୍ଧ ହରିରାଜପୁର ଦୋଳ ମେଲଣ । ହରିହରଙ୍କ ଭେଟ ହେଉଛି ଏହି ମେଲଣର ମୁଖ୍ୟ ଆକର୍ଷଣ । ଯାହାକୁ ଦେଖିବା ପାଇଁ ଗତକାଲି(ରବିବାର) ନାହିଁ ନଥିବା ଭିଡ ଜମିଥିଲା । ଆତସବାଜି ସାଙ୍ଗକୁ ମେଳଣ ପଡ଼ିଆରେ ଠାକୁରଙ୍କ ଉପସ୍ଥିତି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।

ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକର ହରିରାଜପୁରରେ ଥିବା ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ମେଲଣ ରବିବାର ରାତିରେ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ସ୍ଥାନାଧିପତି ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବ ରବିବାର ମଧ୍ୟରାତ୍ରରେ ଏକ ସୁସଜ୍ଜିତ ଦୋଳ ବିମାନରେ ମନ୍ଦିରରୁ ବାହାରି ଭକ୍ତଙ୍କ ଗହଣରେ ମେଳଣ ପଡ଼ିଆକୁ ବିଜେ କରିଥିଲେ । ଠାକୁରଙ୍କ ନୀତିକାନ୍ତି ସମ୍ପର୍ଣ୍ଣ କରାଯାଇଥିବା ବେଳେ ରାତି ତମାମ ବାଣ ରୋଷଣିରେ ପ୍ରକମ୍ପିତ ହୋଇଥିଲା ମେଲଣ ପଡ଼ିଆ । ଖୋର୍ଦ୍ଧା ,ପିପିଲି, ଡେଲାଙ୍ଗ ଅଞ୍ଚଳରୁ ପାଖାପାଖି ୮୦ଟି ଦୋଳ ବିମାନ ଏଥିରେ ସାମିଲ ହୋଇଥିଲା । ସବୁ ବିମାନ ପହଞ୍ଚିବା ଅନୁଷ୍ଠିତ ହୋଇଥିଲା ହରିହରଙ୍କ ଭେଟ । ରାତି ତମାମ ଏହି ମେଲଣ ଯାତ୍ରା ସହ ଆତସବାଜିରେ କମ୍ପିଥିଲା ମେଳଣ ପଡ଼ିଆ । ଭଗବାନଙ୍କ ଉପସ୍ଥଇତି ଓ ସାଧୁ ସନ୍ୟାସୀଙ୍କ ଆଗମନରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ । ବିଶ୍ବାସ ରହିଛି ଦୋଳପୂର୍ଣ୍ଣିମାର ହରିହରଙ୍କ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ପୂଜାର୍ଚ୍ଚନା ପରେ ଥାନପତି ପଶ୍ଚିମା ସମ୍ଭୁ ସୋମନାଥ ଓ ଶ୍ରୀ ନୀଳକଣ୍ଠେଶ୍ଵର ଦେବ ଦର୍ଶନ ପାଇଁ ଯାଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ-କଟକରେ ରାଜ୍ୟର ପ୍ରଥମ ସୁନା ଦୋଳ ବିମାନ, ଜାଣନ୍ତୁ ୭୨ ସଂକୀର୍ତ୍ତନ ମଣ୍ଡଳୀ ପଛର ଇତିହାସ

ଗୋଟେ ପଟେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେଉଥିବା ବେଳେ ଅନ୍ୟପଟେ ଆୟୋଜକମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଅଭିଭୂତ କରିଥିଲା । ବଛା ବଛା କଳାକାର ପ୍ରଦର୍ଶନ ସାଙ୍ଗକୁ ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ବିଧାୟକ ରୁଦ୍ର ମହାରଥୀ ଓ ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ। ନାଚଗୀତ, ପୂଜାର୍ଚ୍ଚନା ସାଙ୍ଗକୁ ବିଭିନ୍ନ ପସରା ଓ ଦୋକାନରେ ଜମିଥିଲା ଭିଡ଼ । ମେଳଣ ମଧ୍ୟରେ ହରିରାଜପୁରର ପୂର୍ବରୁ ସୁନାମ ଥିବାରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମୁଠି ଚାଉଳରେ ଆରମ୍ଭ ହୋଇଥିବା ଏହି ମେଳଣ ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏକାଠି ହୋଇଥାନ୍ତି ଶ୍ରଦ୍ଧାଳୁ । ଏଥିସହ ମାନସିକଧାରୀଙ୍କ ମନସ୍କାମନା ପୂରଣ ହେଲେ ଠାକୁରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁ ବାଣ ଉତ୍ସର୍ଗ କରିଥାନ୍ତି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.