ETV Bharat / state

ମହିଳାଙ୍କ ପେଟରୁ ବାହାରିଲା ସାଢ଼େ 10 କେଜିର ଟ୍ୟୁମର, ସହାୟତା ଦେଲା ସ୍ବାସ୍ଥ୍ୟକାର୍ଡ - TUMOR OPERATION - TUMOR OPERATION

TUMOR OPERATION: ବାଲେଶ୍ବରର ଏକ ଘରୋଇ ହସ୍ପିଟାରେ ସଫଳ ହୋଇଛି ଏକ ବିରଳ ଅସ୍ତ୍ରୋପଚାର । ଫୁଲମଣି ମାରାଣ୍ଡି ନାମକ ଜଣେ ମହିଳାଙ୍କ ପେଟରୁ ବାହାରିଲା 10 କିଲୋ 550 ଗ୍ରାମର ଟ୍ୟୁମର । ଅଧିକ ପଢନ୍ତୁ

ମହିଳାଙ୍କ ପେଟରୁ ବାହାରିଲା ସାଢ଼େ ଦଶ କେଜିର ଟ୍ୟୁମର
ମହିଳାଙ୍କ ପେଟରୁ ବାହାରିଲା ସାଢ଼େ ଦଶ କେଜିର ଟ୍ୟୁମର (ETV Bharat Odisha)
author img

By ETV Bharat Odisha Team

Published : Aug 21, 2024, 11:04 PM IST

ବାଲେଶ୍ବର: ମହିଳାଙ୍କ ପେଟରୁ ବାହାରିଲା ସାଢ଼େ ୧୦ କେଜିର ଟ୍ୟୁମର । ଡ଼ାକ୍ତରଙ୍କ ଦୀର୍ଘ ସମୟର ଅସ୍ତ୍ରପୋଚାର ପରେ ମହିଳାଙ୍କ ପେଟରୁ ବାରିଲା ଏହି ଟ୍ୟୁମର । ଏଭଳି ଏକ ବିରଳ ଅସ୍ତ୍ରପୋଚାର ହୋଇଛି ବାଲେଶ୍ବର ସହରର ଏକ ଘରୋଇ ହସ୍ପିଟାଲରେ । ତେବେ ରୋଗୀ ଜଣଙ୍କ ହେଲେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ରେଣ୍ଟାସାହି ଫୁଲମଣି ମାରାଣ୍ଡି । ସେ ଦୀର୍ଘ ୪ ବର୍ଷ ଧରି ପେଟ ଯନ୍ତ୍ରଣାରେ ପୀଡ଼ିତ ଥିଲେ ।

ମହିଳାଙ୍କ ପେଟରୁ ବାହାରିଲା ସାଢ଼େ ଦଶ କେଜିର ଟ୍ୟୁମର (ETV Bharat Odisha)

ପେଟରୁ ବାହାରିଲା ସାଢ଼େ ୧୦ କେଜିର ଟ୍ୟୁମର:

ଫୁଲମଣି ମାରାଣ୍ଡିଙ୍କୁ ଯନ୍ତ୍ରଣା ହେବାରୁ ସେ ବିଭିନ୍ନ ସ୍ଥାନରେ ଚିକିତ୍ସିତ କରାଇଥିଲେ ହେଲେ କୌଣସି ବ୍ୟକ୍ତିଙ୍କଠାରୁ ଖବର ପାଇ ସେ ବାଲେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେଖାଇଥିଲେ । ଏହାପରେ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରୀକ୍ଷା କରିବା ପରେ ଡାକ୍ତର ତ୍ରୀନାଥ ପାଲ ଫୁଲମଣୀଙ୍କ ପେଟରେ ଏକ ବୃହତ ଟ୍ୟୁମର ଥିବାର ଜାଣିବାକୁ ପାଇଥିଲେ । ଡାକ୍ତର ତ୍ରୀନାଥ ପାଲ ଓ ସହଯୋଗୀ ପ୍ରଦୀପ ଦାସ ଅସ୍ତ୍ରୋପଚାର କରି ଉକ୍ତ ମହିଳାଙ୍କ ପେଟରୁ ୧ଠ କେଜି ୫୫ଠ ଗ୍ରାମର ଟ୍ୟୁମରକୁ ବାହାର କରିଥିଲେ ।ଏବେ ଫୁଲମଣି ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ଜଣାପଡ଼ିଛି ।

ଏମିତି ଏକ ବିରଳ ଅସ୍ତ୍ରପଚାର ସମ୍ପର୍କରେ ସେହି ଘରୋଇ ହେଲଥ କେୟାର ସେଣ୍ଟରର ନିର୍ଦ୍ଦେଶକ ଶ୍ରୀକାନ୍ତ ମହାପାତ୍ର କହିଛନ୍ତି,"ଉକ୍ତ ମହିଳା ଜଣଙ୍କ ଚାରି ବର୍ଷ ଧରି ଯନ୍ତ୍ରଣା ଭୋଗୁଥିଲେ । ସେ ଆମକୁ ଯୋଗାଯୋଗ କରିଥିଲେ । ଆମର ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ପେଟରେ ଗୋଟେ ବିରାଟ ବଡ଼ ଟ୍ୟୁମର ରହିଥିବା ଜାଣିବାକୁ ପାଇଥିଲୁ । ଏହାପରେ ଦୀର୍ଘ ଚାରି ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ 10 କିଲୋ 550 ଗ୍ରାମର ଗୋଟେ ଟ୍ୟୁମର ବାହାର କରାଯାଇଛି ।"

ଏହା ମଧ୍ୟ ପଢନ୍ତୁ ....ଇତିହାସ ରଚିଲା ଏମ୍ସ, ବୃଦ୍ଧଙ୍କ ମୁଣ୍ଡରୁ 7କେଜିର ଟ୍ୟୁମର ବାହାର କଲେ ଡାକ୍ତରୀ ଟିମ୍‌ - Bhubaneswar AIIMS

ସେହିପରି ଫୁଲମଣିଙ୍କ ପୁଅ ମଧ୍ୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ଫୁଲମଣିଙ୍କ ପୁଅ ମନୋଜ କହିଛନ୍ତି,"ମୋ ମାଆଙ୍କର ପେଟରେ ଟ୍ୟୁମର ଥିଲା । ମୁଁ ଯେବେଠୁ ଜାଣିଲି ତାର ଦେଢ଼ ବର୍ଷ ତା ଆଗରୁ ଥିଲା । ହେଲେ ମାଆ ମୋତେ କହୁ ନଥିଲା । ଜାଣିଲା ପରେ ବିଭିନ୍ନ ସ୍ଥାନରେ ଦେଖାଇଥଲୁ ହେଲେ ଭଲ ହେଲା ନାହିଁ । ଖବର ପାଇଁ ଏହି ହସ୍ପିଟାଲରେ ମାଆକୁ ଆଡ଼ମିସନ କରିଥିଲୁ । ତେବେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ମାଗଣାରେ ଚିକିତ୍ସା ପାଇଛନ୍ତି ମାଆ । କାଲି ଅପରେସନ ହୋଇଛି, 10 କିଲୋ 500 ଗ୍ରାମର ଟ୍ୟୁମର ବାହାରିଛି । "

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.