ETV Bharat / state

ଉପାନ୍ତ ଅଞ୍ଚଳରେ ବୌଦ୍ଧ ଜିଲ୍ଲାପାଳ, ବିଭିନ୍ନ ସମସ୍ୟା ସମ୍ପର୍କରେ କଲେ ଆଲୋଚନା

Development works In Boudh: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦୁର୍ଗମ ଅଞ୍ଚଳରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 3, 2024, 2:05 PM IST

Development works In Boudh
Development works In Boudh
Development works In Boudh

ବୌଦ୍ଧ: ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସ୍ଥିତି ଅନୁଧ୍ୟାନ କଲେ ନୂତନ ଜିଲ୍ଲାପାଳ ଓ ଏସପି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ଦୁର୍ଗମ ଅଞ୍ଚଳରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ. ସୋନାଲ ଓ ଏସପି ରାଜ ପ୍ରସାଦ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସେଠାରେ ସରକାରୀ ଯୋଜନାର ସଫଳତାକୁ ନେଇ ସମୀକ୍ଷା କରିଛନ୍ତି ।

ତେବେ ମାଓ ଅଧ୍ୟୁଷିତ ଜିଲ୍ଲାର ନାରାୟଣ ପ୍ରସାଦ ଓ ବରଗାଁ ପଞ୍ଚାୟତରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନି । ବିଶେଷ ଭାବରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, ମହିଳା ଶିଶୁ ବିକାଶ, ଆବାସ, ରାସନ୍ ଭଳି ବିଭିନ୍ନ ଯୋଜନା ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚୁଛି ସେନେଇ ନୂତନ ଜିଲ୍ଲାପାଳ ଖୋଦ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଛନ୍ତି ।

ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ ପ୍ରସାଦ ପହଞ୍ଚି ସେଠାରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାଛଡା ଜିଲ୍ଲାପାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ମାଳତୀଗୋଛାପଡା ଠାରେ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ସେଠାରେ ଥିବା ପୋଲିଂ ବୁଥ ପରିଦର୍ଶନ କରିଥିଲେ । ପୁଣିଥରେ ଜିଲ୍ଲାପାଳ ଜିଲ୍ଲାର ନାରାୟଣ ପ୍ରସାଦ ଓ ବରଗାଁ ପଞ୍ଚାୟତରେ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲାପାଳ ଜେ ସୋନାଲ ନାଦେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ବିଭିନ୍ନ ବିଷୟରେ ଶିକ୍ଷାଦାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ଦୁର୍ଗମ ଅଞ୍ଚଳରେ ବୌଦ୍ଧ ଜିଲ୍ଲାପାଳ, ବୁଝିଲେ ଲୋକଙ୍କ ସମସ୍ୟା

ପ୍ରକାଶ ଥାଉକି, ବୌଦ୍ଧର ପୂର୍ବତନ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ମଧ୍ୟ ପୂର୍ବରୁ ପାଦରେ ଚାଲି ଚାଲି ମାତାଗାଡୁ ଗ୍ରାମରେ ପହଞ୍ଚି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାର ଆଢେଣୀଗଡ ପଞ୍ଚାୟତ ସହିତ ତଳଗାଁ, ମହାଲିକପଡା, କୁଶଙ୍ଗ, ଛତ୍ରଭଙ୍ଗ, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡ଼ା, ଲମ୍ବସରୀ, ବରଗାଁ, ନାରାୟଣ ପ୍ରସାଦ ଭଳି ଅନେକ ପଞ୍ଚାୟତର ଏଭଳି ଅନେକ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନାହିଁ । ଏନେଇ ନୂତନ ଜିଲ୍ଲାପାଳ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପହଞ୍ଚି ହିତାଧିକାରୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରୁଥିବାରୁ ବିଭିନ୍ନ ଅଞ୍ଚଳର ଅଧିବାସୀ ବେଶ ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.