ETV Bharat / state

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ଶେଷ ପର୍ଯ୍ୟାୟରେ ଚୂଡ଼ାନ୍ତ ପ୍ରସ୍ତୁତି - Preparation for First Phase Voting

Preparation for First Phase Voting: ଆସନ୍ତା 13 ତାରିଖରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟୟ ମତଦାନ। ଯାହା ପାଇଁ ଜିଲ୍ଲା ପ୍ରଶାସନର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଧିକ ପଢ଼ନ୍ତୁ,

ODISHA ASSEMBLY ELECTION 2024
ODISHA ASSEMBLY ELECTION 2024 (ETV Bharat)
author img

By ETV Bharat Odisha Team

Published : May 11, 2024, 4:49 PM IST

ODISHA ASSEMBLY ELECTION 2024 (ETV Bharat)

କୋରାପୁଟ/ ପାରଳାଖେମୁଣ୍ଡି: ଦେଶରେ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ରାଜନୈତିକ ଦଳଗୁଡିକର ହାଇଭୋଲଟେଜ୍‌ ପ୍ରଚାର ଜାରି ରହିଛି। ଆସନ୍ତା 13 ତାରିଖ ସୋମବାର ଦିନ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି। ଯାହା ପାଇଁ ମତଦାନ ହେବାକୁ ଥିବା ଅଞ୍ଚଳର ଜିଲ୍ଲା ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅବାଧ ଓ ସୁରକ୍ଷିତ ମତଦାନ କରିବା ପାଇଁ କୋରାପୁଟ ଏବଂ ଗଜପତି ଜିଲ୍ଲାର ପକ୍ଷରୁ ନୋଡ଼ାଲ ସେଣ୍ଟରକୁ ଆଜି ଠାରୁ ପୋଲିଂ ଅଫିସିଆଲ ଏବଂ ସୁରକ୍ଷା ଅଧିକାରୀ ପହଞ୍ଚି ଯାଇଛନ୍ତି। ବିନା କୌଣସି ସମସ୍ୟାରେ ମତଦାନ କରାଇବା ପାଇଁ ନିର୍ବାଚନ ସମ୍ପର୍କିତ ସମସ୍ତ ଉପକରଣ ମଧ୍ୟ ପୋଲିଂ ବୁଥକୁ ପଠାଇ ଦିଆଯାଇଛି।

କୋରାପୁଟ ଜିଲ୍ଲାର 1159ଟି ପୋଲିଂ ବୁଥ ପାଇଁ ସମୁଦାୟ 6954 ଜଣ ପୋଲିଂ ଅଫିସିଆଲଙ୍କ ସମେତ 1159 ଜଣ ସୁରକ୍ଷା ଅଧିକାରୀ ଆଜି କୋରାପୁଟରୁ ବାହାରିଥିବା ଜିଲ୍ଲପାଳ ସୂଚନା ଦେଇଛନ୍ତି। କୋରାପୁଟର ଲାଣ୍ଡିଗୁଡା ସ୍ଥିତ ସରକାରୀ ଡିଏଭି ମହାବିଦ୍ୟାଳୟ ଠାରେ କୋରାପୁଟ, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀର ନୋଡ଼ାଲ ସେଣ୍ଟର ରହିଛି। ପୋଲିଂ ଟିମଙ୍କ ସହିତ ଇଭିଏମ ଏବଂ ନିର୍ବାଚନ ସମ୍ପର୍କିତ ଅନ୍ୟାନ୍ୟ ଉପକରଣ ପଠାଇ ଦିଆଯାଇଛି । ସେହିପରି ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟରେ ଜୟପୁର ଓ କୋଟପାଡ ବିଧାନସଭା ନିର୍ବାଚନ ମଣ୍ଡଳୀର ନୋଡ଼ାଲ ସେଣ୍ଟର ରହିଥିବାରୁ ସେଠାକୁ ପୋଲିଂ ଟିମ କୁ ପଠାଯାଇଛି । ତେବେ କେବଳ ମହିଳାଙ୍କ ପାଇଁ ଜିଲ୍ଲାରେ 117 ଟି ସଖୀ ବୁଥ କରାଯାଇଥିବା ବେଳେ ମହିଳା ପୋଲିଂ ଅଧିକାରୀଙ୍କୁ ସେଠାକୁ ପଠାଇ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ବୁଥରେ ଗୁଡ଼ିକରେ ପୋଲିଂ ଅଫିସିଆଲ ପହଞ୍ଚିଯିବେ ବୋଲି କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ମତଦାନ ପାଇଁ ମାଲକାନଗିରିରେ ଜୋରଦାର ପ୍ରସ୍ତୁତି, ଅଧିକ ସଂଖ୍ୟାରେ ଭୋଟ ଦେବାକୁ ଜିଲ୍ଲାପାଳଙ୍କ ଅପିଲ - Odisha Assembly Election

ସେହିପରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନସ୍ଥ ଗଜପତି ଜିଲ୍ଲାର ମୋହନା ଏବଂ ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ରରେ ଆସନ୍ତା 13 ତାରିଖରେ ମତଦାନ ହେବାକୁ ଯାଉଛି। ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀର ୫୭୩ଟି କେନ୍ଦ୍ରରେ ୪,୬୩,୪୬୭ଜଣ ଭୋଟର ମତଦାନ କରିବେ । ସେଥି ମଧ୍ୟରୁ ୮୯ଟି କେନ୍ଦ୍ର ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଯାହା ଉପରେ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ରଖିଥିବା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି । ସେହିପରି ୮୧ଟି ଆଦର୍ଶ ମଦତାନ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୫୭ଟି ସଖୀ କେନ୍ଦ୍ର ରହିଥିବା ବେଳେ ୫ଟି ଯୁବକ ପରିଚାଳିତ, ୫ଟି ପରିବେଶ ଅନୁକୂଳ, ୧୧ଟି ଜାତି ୧ଟି ଏବଂ ୨ଟି ପିଭିଟିଜି ବୁଥ ରହିଛି। ମୋହନା ନିର୍ବାଚନ ମଣ୍ଡଳୀର ୨୯୭ଟି ମତଦାନ କେନ୍ଦ୍ର ମଧ୍ୟରୁ ଅନେକ ବୁଥ ପ୍ରାୟ ଦେଢଶହ କିଲୋମିଟର ଦୂରରେ ରହିଥିବାରୁ ଆଜି ଠାରୁ ସେହି ସବୁ କେନ୍ଦ୍ରକୁ ପୁଲିଂ ଟିମକୁ ପଠାଇ ଦିଆଯାଉଛି । ଆସନ୍ତାକାଲି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୨୭୬ଟି ମଦାନ କେନ୍ଦ୍ର ପାଇଁ ପୁଲିଂ ଟିମ୍ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, କୋରାପୁଟ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.