ETV Bharat / state

ସରକାରଙ୍କ ସହ ପ୍ରାଣୀ ଚିକିତ୍ସକଙ୍କ ଆଲୋଚନା ବିଫଳ, ବଢିଲା ପଶୁପାଳକଙ୍କ ଦୁର୍ଦ୍ଦଶା - ପ୍ରାଣୀ ଚିକିତ୍ସକ ଆନ୍ଦୋଳନ

Veterinary Doctors Strike: ସରକାରଙ୍କ ସହ ପ୍ରାଣୀ ଚିକିତ୍ସକଙ୍କ ଆଲୋଚନା ବିଫଳ । ସଂଘର ସମସ୍ତ ଦାବି ଉପରେ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରିନଥିବା ନେଇ ସଂଘ ପକ୍ଷରୁ ସୂଚନା । ଅଧିକ ପଢ଼ନ୍ତୁ

ସରକାରଙ୍କ ସହ ପ୍ରାଣୀ ଚିକିତ୍ସକଙ୍କ ଆଲୋଚନା ବିଫଳ

author img

By ETV Bharat Odisha Team

Published : Feb 12, 2024, 10:52 PM IST

ଭୁବନେଶ୍ବର: ସମୂହ ଛୁଟିରେ ଅଛନ୍ତି ରାଜ୍ୟର ପ୍ରାଣୀ ଚିକିତ୍ସକ । ଚାରି ଦଫା ଦାବି ଆନ୍ଦୋଳନରେ ଗତ ଜାନୁଆରୀ ୧୮ ତାରିଖରୁ ଆନ୍ଦୋଳନ ଚଳାଇଛନ୍ତି ପ୍ରାଣୀ ଚିକିତ୍ସକ । ତେବେ ସରକାରଙ୍କ ନିକଟରେ ଦୀର୍ଘ ଦିନ ଧରି ନିଜ ଦାବି ଉପସ୍ଥାପନା କରି ଆସୁଥିବା ବେଳେ ଏଥିପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି । ଏନେଇ ଆଜି ଲୋକସେବା ଭବନ ପରିସରରେ ସରକାରଙ୍କ ସହ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର କର୍ମକର୍ତ୍ତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ଉକ୍ତ ବୈଠକରେ ସଂଘର ସମସ୍ତ ଦାବି ଉପରେ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରିନଥିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ଦୀର୍ଘ ୨୬ ଦିନ ହେଲା ସମୂହ ଛୁଟିରେ ରହିଛନ୍ତି । ଗତ ଦୁଇ ବର୍ଷ ଧରି ନିଜର ଚାରି ଦଫା ଦାବି ଗୁଡିକ ସରକାରଙ୍କ ନିକଟରେ ଉପସ୍ଥାପନ କରି ଆସୁଛନ୍ତି । ନିଶୁଳ୍କ ଚିକିତ୍ସା, ବିଶେଷଜ୍ଞ ଚିକିତ୍ସା, ୨୪ ଘଣ୍ଟିଆ ସେବା ଯୋଗାଇ ଦେବା ଭଳି ବ୍ୟବସ୍ଥା କରିବାକୁ ସଂଘ ଦାବି କରି ଆସୁଛି । ଏହା ସହିତ ଓଡ଼ିଶାରେ ପ୍ରାଣୀ ଚିକିତ୍ସକ ମାନଙ୍କୁ କେନ୍ଦ୍ରୀୟ ହାରରେ ପଦୋନ୍ନତି ସୁବିଧା (ଡିଏସିପି), ନନ୍ ପ୍ରାକ୍ଟିସିଂ ଭତ୍ତା (ଏନ ପି ଏ) ଓ କ୍ୟାଡ଼ର ପୁନର୍ଗଠନ ପାଇଁ ମଧ୍ୟ ସଂଘ ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇଆସୁଛି । ଏନେଇ ଆଜି ଲୋକସେବା ଭବନ ପରିସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହିତ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର କର୍ମକର୍ତ୍ତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟ ବଶତଃ ଉକ୍ତ ବୈଠକରେ ସଂଘର ସମସ୍ତ ଦାବି ଉପରେ କୌଣସି ଆଲୋଚନା ହୋଇ ପାରିନଥିଲା ବା କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରିନଥିଲା ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ସଂଘ ପକ୍ଷରୁ ଯଥାଶୀଘ୍ର ପ୍ରାଣୀ ଚିକିତ୍ସକମାନଙ୍କ ଯୁକ୍ତିଯୁକ୍ତ ଦାବି ଗୁଡିକ ଉପଯୁକ୍ତ ଭାବେ ବିଚାର କରି ନ୍ୟାୟପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ସରକାରଙ୍କୁ ପୁଣିଥରେ ନିବେଦନ କରାଯାଇଛି । ଯାହା ଫଳରେ ପ୍ରାଣୀ ଚିକିତ୍ସକମାନଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟରେ ଜାରି ରହିଥିବା ଅଚଳାବସ୍ଥା ଖୁବଶୀଘ୍ର ଦୂର ହେବ ବୋଲି ଆଶା ପ୍ରକଟ କରାଯାଇଛି ବୋଲି କହିଛି ରାଜ୍ୟ ଭେଟନାରି ସର୍ଭିସ ସଂଘ । ସୂଚନା ଅନୁଯାୟୀ, ପ୍ରାଣୀ ଚିକିତ୍ସା କ୍ଷେତ୍ର ବିଗତ ବର୍ଷଗୁଡିକରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି । କିନ୍ତୁ ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ପୁରାତନ ପାରମ୍ପରିକ ଚିକିତ୍ସା ପଦ୍ଧତି ଅନୁସରଣ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି ଯାହା କ୍ଷେତ୍ର ସ୍ତରରେ ନକଲି ଚିକିତ୍ସକଙ୍କୁ ଉତ୍ସାହିତ କରୁଛି । ରାଜ୍ୟରେ ପ୍ରାଣୀ ଚିକିତ୍ସକମାନଙ୍କୁ ଚିକିତ୍ସକ ଅପେକ୍ଷା ସମ୍ପ୍ରତି ଅଧିକ ସମ୍ପ୍ରସାରଣ ଅଧିକାରୀ ଭାବରେ ବ୍ୟବହାର କରାଯାଉଛି ଯାହା ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଭବିଷ୍ୟତ ପାଇଁ ଆଦୌ ଉତ୍ସାହପ୍ରଦ ନୁହେଁ ବୋଲି ଓଡ଼ିଶା ଭେଟେରିନାରୀ ସର୍ଭିସ ଆସୋସିଏସନର ଜଏଣ୍ଟ ସେକ୍ରେଟାରୀ ଡା.ସିମ୍ଫୋନି ମହାନ୍ତି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଧାରଣାରେ ପ୍ରାଣୀ ଚିକିତ୍ସକ, ସିଡିଭିଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ପଶୁପାଳକ

ଏପଟେ ସମ୍ପ୍ରତି ପ୍ରାୟ ୧୩୦୦ ଚିକିତ୍ସକ ରାଜ୍ୟରେ ୧୯୧୦ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟଭାର ବହନ କରୁଛନ୍ତି । କାରଣ ଅବଶିଷ୍ଟ ପଦଗୁଡିକ ଖାଲି ପଡିଛି । ଏଥିସହିତ ପ୍ରାୟ ୪୦ ପ୍ରତିଶତ ସହାୟକ କର୍ମଚାରୀ ପଦ ମଧ୍ୟ ବିଭାଗରେ ଖାଲି ପଡିଛି । ଯାହା ପ୍ରାଣୀ ଚିକିତ୍ସକଙ୍କ ଉପରେ ଅଯଥା ଚାପ ସୃଷ୍ଟି କରୁଛି । ସେମାନେ ମଧ୍ୟ ପ୍ରାଣୀସମ୍ପଦ ମାଲିକମାନଙ୍କର ଆଶା ଆକାଂକ୍ଷା ସହିତ ତାଳ ଦେବା ନିମନ୍ତେ ସେମାନଙ୍କ କାର୍ଯ୍ୟ ସମୟ ପରେ, ଏପରିକି ଛୁଟିଦିନ ଗୁଡିକରେ କାର୍ଯ୍ୟ କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରାଯାଉଛି । ଏଭଳି ପରିସ୍ଥିତିରେ ରାଜ୍ୟର ପ୍ରାଣୀ ଚିକିତ୍ସକମାନଙ୍କୁ ସେମାନଙ୍କର ବିଭିନ୍ନ ଆର୍ଥିକ ସୁବିଧା ଏବଂ ପଦୋନ୍ନତି ଆତି ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭଳି ମିଳୁନାହିଁ। ସରକାର ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣକୁ ପ୍ରଭୁତ ଗୁରୁତ୍ୱ ଦେଇ ଆଗେଇ ନେଉଥିବାବେଳେ ପ୍ରାଣୀମାନଙ୍କ ପ୍ରତି ଅବହେଳା ଘଟଣାକୁ ଆସୋସିଏସନ ପକ୍ଷରୁ ଦୁର୍ଭାଗ୍ୟଜନକ ବୋଲି କହିଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.