ETV Bharat / state

UGCର ବଡ଼ ନିଷ୍ପତ୍ତି, NETରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ - DISASTER MANAGENMENT in UGC NET - DISASTER MANAGENMENT IN UGC NET

Disaster Managenment: NET ପରୀକ୍ଷାରେ ଏଥର ବିପର୍ଯ୍ୟୟ ପରିଚାଳନା ବିଷୟ ଅନ୍ତର୍ଭୁକ୍ତ କରାଯିବ । ପାଠ୍ୟକ୍ରମ କିପରି ରହିବ ଜାଣନ୍ତୁ,

Disaster Managenmen
Disaster Managenmen (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 5:15 PM IST

ଭୁବନେଶ୍ବର: ଏନଇଟିରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ (NET)ରେ ବିପର୍ଯ୍ୟୟ ପରିଚାଳନା ବିଷୟ ଅନ୍ତର୍ଭୁକ୍ତ କରାଯିବ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୟୁଜିସି-ନେଟ୍ ବର୍ଷକୁ ଦୁଇ ଥର ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ମୁଖ୍ୟତଃ ଜୁନ ମାସ ଏବଂ ଡିସେମ୍ବର ମାସରେ ପରୀକ୍ଷା ହୋଇଥାଏ । ଗତ ମେ' ମାସ ୧୫ ତାରିଖରେ ଅନୁଷ୍ଠିତ ବୈଠକରେ ବିଶେଷଜ୍ଞମାନେ ୟୁଜିସି-ନେଟରେ ବିପର୍ଯ୍ୟୟ ପରିଚାଳନା ବିଷୟ ଅନ୍ତର୍ଭୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଆସନ୍ତା ଡିସେମ୍ବର ମାସରୁ ଏହା ଲାଗୁ କରାଯିବ । ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମ ୟୁଜିସି-ଏନଇଟି ୱେବସାଇଟରେ ଉପଲବ୍ଧ କରାଯାଇଛି । ଅପରପକ୍ଷେ ୟୁଜିସି-ନେଟ୍ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ରିଲିଜ କରାଯାଇଛି । ଛାତ୍ରୀଛାତ୍ରମାନେ ୟୁଜିସି ଏନଇଟି ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ । ସୂଚନାଯୋଗ୍ୟ, ୟୁଜିସି-ନେଟ୍ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ । ଅନ୍ୟପଟେ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ବିଷୟରେ ପାଠ ପଢ଼ାଇବା ନେଇ ଯୋଜନା କରାଯାଇଥିଲା । ବିଶେଷକରି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ୨୦୨୨ -୨୩ ଶିକ୍ଷା ବର୍ଷଠାରୁ ଏ ସଂକ୍ରାନ୍ତରେ ପଢ଼ାଯିବା ପାଇଁ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା ।

ଏହା ବି ପଢନ୍ତୁ...ପ୍ରଫେସନାଲ କୋର୍ସ ପାଇଁ AICTEର ଅନୁମତି ଜରୁରୀ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ - AICTE Approval Professional Courses

ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରସଙ୍ଗରେ କୋଭିଡ ଭଳି ମହାମାରୀକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରିଚାଳନାଗତ ବ୍ୟବସ୍ଥା, ଏହାର ମୁକାବିଲା, ବୈଜ୍ଞାନିକ ଗବେଷଣା ଅନୁଧ୍ୟାନ ତଥା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ନିଆଯାଇଛି ବିଭିନ୍ନ ପଦକ୍ଷେପ । ଏସବୁ ସମ୍ପର୍କରେ ପିଲାମାନଙ୍କୁ ସୂଚନା ଦିଆଯିବ। ଏଭଳି ପାଠ୍ୟକ୍ରମ ଦ୍ୱାରା ଆଗାମୀ ପିଢ଼ି ଜଳବାୟୁ ପରିବର୍ତ୍ତନ, ବନ୍ୟା, ବାତ୍ୟା, ଭୂସ୍ଖଳନ ଭଳି ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ଓ କରୋନା ଭଳି ମହାମାରୀର ମୁକାବିଲା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ। ଏହାସହ ରାଜ୍ୟର ମୁଖ୍ୟ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍-ଡି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍ ଦିଆଯିବ। ଗ୍ରୁପ୍‌-ଡି ସ୍ତରର ସମସ୍ତ କର୍ମଚାରୀଙ୍କ ପାଇଁ ପାଠ୍ୟକ୍ରମ ନିର୍ଦ୍ଧାରିତ ହେବ । ଏହାସହ ଗ୍ରୁପ୍-ଏ ସ୍ତରର କର୍ମଚାରୀଙ୍କ ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.