ETV Bharat / state

ଡରାଉଛି ଜଣ୍ଡିସ: ବଢିବ ପୁଣି କମିବ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ରୋଗ ହେଲେ କଣ କରିବେ ? ଜାଣନ୍ତୁ - JAUNDICE SITUATION IN SAMBALPUR

author img

By ETV Bharat Odisha Team

Published : Jun 28, 2024, 9:10 PM IST

JAUNDICE SITUATION IN SAMBALPUR: ସମ୍ବଲପୁର ସହରରେ କାୟା ବିସ୍ତାର କରୁଛି ଜଣ୍ଡିସ । ଜଣ୍ଡିସ ଆଗକୁ ମଧ୍ୟ ବଢିବା ସମ୍ଭାବନା ରହିଛି,ତାପରେ ଧିରେ ଧିରେ କମିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଆସନ୍ତୁ ଜାଣିବା ଜଣ୍ଡିସ ହେବାର ମୁଖ୍ୟ କାରଣ କ'ଣ ? ଅଧିକ ପଢନ୍ତୁ

JAUNDICE SITUATION IN SAMBALPUR
JAUNDICE SITUATION IN SAMBALPUR (ETV Bharat Odisha)

ଭୁବନେଶ୍ବର: ଡ଼ରାଉଛି ଜଣ୍ଡିସ । ସମ୍ବଲପୁରେ କିଛି ଜଣ୍ଡିସ ରୋଗୀ ଚିହ୍ନଟ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେ କହିଛନ୍ତି," ଜଣ୍ଡିସ ଆଗକୁ ମଧ୍ୟ ବଢିବା ସମ୍ଭାବନା ରହିଛି, ତାପରେ ଧିରେ ଧିରେ କମିବ । ମୁଖ୍ୟତଃ ଜଣ୍ଡିସ ବଢିବାର କାରଣ ହେଉଛି ଯେଉଁମାନଙ୍କ ଶରୀରରେ ହେପାଟାଇଟିସ ଜୀବାଣୁ ପ୍ରବେଶ କରେ ,କିଛି ଦିନ ପରେ ଲକ୍ଷଣ ଦେଖାଯାଇଥାଏ । ଯେମିତି ଏହା ଆଉ ନ ବ୍ୟାପେ, ସେ ନେଇ ସମ୍ପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ବୃଦ୍ଧି ହେଉଥିବା ଉତ୍ସକୁ ବନ୍ଦ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଯେପରି ପାଣି, ଖାଦ୍ୟ ଓ ମଣିଷରୁ ମଣିଷକୁ ସଂକ୍ରମଣ ନହେବ । ସେନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି । ଜଣେ ସଂକ୍ରମିତ ଲୋକର ଖାଦ୍ୟ ଓ ପାଣି ବ୍ୟବହାର କଲେ, ଏହା ବ୍ୟାପିଥାଏ । ବିଶୁଦ୍ଧ ପାଣି ଯୋଗାଣ ଓ ବାହାର ଖାଦ୍ୟ ଯେପରି ନ ଖାଆନ୍ତି, ସେ ଦିଗରେ ବ୍ୟବସ୍ଥା ହୋଇଛି । WATCO ସକ୍ରିୟ ଭାବେ ପାଇପ ଲାଇନ ବଦଳି କରୁଛନ୍ତି । RMRC ରିପୋର୍ଟ କରିଛି ଯେ, ସବୁ ହେପାଟାଇଟିସ-ଏ ରୋଗୀ । ଏହାର ଟିକା ନାହିଁ । ଆପେ ଆପେ ଭଲ ହୋଇଯାଏ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

*ଜଣ୍ଡିସ ରୋଗ କଣ*
ଜଣ୍ଡିସ୍ ହେଉଛି ଏକ ଏଭଳି ଏକ ରୋଗ ଯେଉଁଥିରେ ଆଖି ଚର୍ମ ଧଳା ରଙ୍ଗରୁ ହଳଦିଆ ହୋଇଯାଏ । ଯେତେବେଳେ ଲାଲ ରକ୍ତ କଣିକା ଭାଙ୍ଗିବା ଆରମ୍ଭ କରେ । ସେତେବେଳେ ରକ୍ତରେ ଏକ ପ୍ରକାରର ସ୍ତର ବଡିଯାଏ । ଜଣ୍ଡିସ୍‌ ହେବା ମାତ୍ରେ ଖାଦ୍ୟ ପାନୀୟରେ ବିଶେଷ ଯତ୍ନ ନେବା ଆବଶ୍ୟକ ପଡିଥାଏ । ଜଣ୍ଡିସ୍ ହେଉଛି ଏପରି ଏକ ରୋଗ ଯାହା ଯକୃତରେ ପରିବର୍ତ୍ତନ ଏବଂ ରକ୍ତରେ ଏକ ସ୍ତରକୁ ବଢାଇ ଦେଇଥାଏ । ଏହି କାରଣରୁ ଚର୍ମ ଏବଂ ଆଭ୍ୟନ୍ତରୀଣ ଅଙ୍ଗଗୁଡିକ ହଳଦିଆ ପଡିଯାଇଥାଏ ।

*ଜଣ୍ଡିସର କିଛି ଲକ୍ଷଣ*
ବିଶେଷ ଭାବରେ ଅଙ୍ଗଗୁଡିକ ହଳଦିଆ ପଡିବା, ପେଟ ଯନ୍ତ୍ରଣା, ପେଟ ଖରାପ, ବାନ୍ତି, କାଶ, ଥକାପଣ, ପେଟ ଫୁଲିବା ଆଦି ଲକ୍ଷଣ ଦେଖାଯାଇଥାଏ । ଏହା ସହ ଭାଇରସ୍ ସଂକ୍ରମଣ, ଯକୃତ ରୋଗ, ଗଳା ଦରଜ ହେବା,ମଦ୍ୟପାନ ଆଦି କାରଣରୁ ଏହି ରୋଗ ହୋଇଥାଏ । ଏଭଳି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ସହ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇବା ଜରୁରୀ ଅଟେ ।

ଏହା ମଧ୍ୟ ପଢନ୍ତୁ.....ସମ୍ବଲପୁରରେ ମାଡିଲାଣି ଜଣ୍ଡିସ; ସ୍କୁଲ ନିକଟରେ ଫାଷ୍ଟଫୁଡ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନର ବାରଣ - NO FAST FOOD NEAR SCHOOLS

*କଣ ଖାଇବେ*
ବିଶେଷ ଭାବରେ ପାଣି,ଜୁସ୍,ପଇଡ ପାଣି ପ୍ରଚୁର ପରିମାଣରେ ପିଇବା ଆବଶ୍ୟକ । ଫଳ ମଧ୍ୟରେ ସେଓ, ତରଭୁଜ, କମଳା, ଅଙ୍ଗୁର ଏବଂ ଡାଳିମ୍ବ ଖାଇଲେ ସ୍ବାସ୍ଥ୍ୟ ପ୍ରତି ହିତକର ହୋଇଥାଏ । ସେହିପରି ପନିପରିବା ମଧ୍ୟରେ ଗାଜର,ଭେଣ୍ଡି,ପାଳଙ୍ଗ,ଟମାଟ ଏବଂ ଧନିଆ ଖାଇବା ଜରୁରୀ ଅଟେ । ପ୍ରୋଟିନ ପାଇଁ ଡାଲି, ମାଛ ଏବଂ ଅଣ୍ଡା ଖାଇପାରିବେ ।

*କ'ଣ ଖାଇବେ ନାହିଁ*
ଅତ୍ୟାଧିକ ତୈଳଯୁକ୍ତ ଖାଦ୍ୟ, ଅତ୍ୟାଧିକ ରାଗ ଓ ମସଲା ଯୁକ୍ତ ଖାଦ୍ୟ, ମାଂସ, ଅଣ୍ଡାର କେଶର, ଜଙ୍କ ଫୁଡ, ଫାଷ୍ଟ ଫୁଡ, ମଦ୍ୟପାନ, ଚା, କଫି ଏବଂ କଦଳୀ ଖାଇବାକୁ ବିଶେଷ ଭାବରେ ବାରଣ କରାଯାଇଥାଏ । ଦିନ ସାରା ତିନିରୁ ଅଧିକ ଥର ଭୋଜନା କରିବା ପରିବର୍ତ୍ତେ ଅଳ୍ପ ଅଳ୍ପ କରି ଖାଦ୍ୟ ୫ରୁ ୬ଥର ଖାଆନ୍ତୁ । ଖାଦ୍ୟକୁ ଭଲ ଭାବରେ ଚୋବାଇ ଖାଇବା ଜରୁରୀ ଅଟେ । ସତେଜ ପନିପାରିବାରେ ପ୍ରସ୍ତୁତ ଖାଦ୍ୟ ଏବଂ ଘରୋଇ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.