ETV Bharat / state

ଆତଙ୍କ ଖେଳାଇଛି ଡାଇରିଆ, ପାରଦ୍ବୀପ ଓ କୋକସରାରେ ଝାଡ଼ାବାନ୍ତି ଆକ୍ରାନ୍ତରେ ବଢ଼ୁଛି ମୃତ୍ୟୁ ସଂଖ୍ୟା - DIARRHEA DISEASE

Diarrhea Disease Spread: ବର୍ଷା ଦିନ ଡାଇରିଆ ଚିନ୍ତା ବଢାଇଛି । ବର୍ତ୍ତମାନ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଗଡ଼ ଓ କଳାହାଣ୍ଡି କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମରେ ଡାଇରିଆରେ ଅନେକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jul 23, 2024, 11:05 PM IST

Diarrheal Disease Spread
Diarrheal Disease Spread (ETV Bharat Odisha)

ଜଗତସିଂହପୁର/ କଳାହାଣ୍ଡି: ବର୍ଷାଦିନେ ମୁଖ୍ୟତଃ ଝାଡ଼ାବାନ୍ତିରେ ଆଧିକ ଲୋକ ଆକ୍ରାନ୍ତ ହୋଇଥାନ୍ତି । କିନ୍ତୁ କିଛି ଲୋକ ଏହାକୁ ଅଣଦେଖା କରିଥାନ୍ତି । ତେବେ ଝାଡ଼ାବାନ୍ତି ଆକ୍ରାନ୍ତରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇପାରେ । ଏବେ ଗାଁ ଗାଁରେ ଡାଇରିଆ ଆତଙ୍କ ଚାଲିଥିବା ବେଳେ ଜଗତସିଂହପୁର ଓ କଳାହାଣ୍ଡି ଜିଲ୍ଲାରେ ଅନେକ ଲୋକ ଏହି ରୋଗରେ ଆକ୍ରାନ୍ତ ହେଇ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ଗଡ଼ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ଡାଇରିଆ । ଫଳରେ ଝାଡ଼ାବାନ୍ତି ଆକ୍ରାନ୍ତରେ 2 ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ପାରାଦ୍ୱୀପ ଗଡ଼ ଅଞ୍ଚଳରେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଅଞ୍ଚଳରେ ଦିନକୁ ଦିନ ଝାଡ଼ାବାନ୍ତିରେ ବ୍ୟାପୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ ଅନ୍ୟ କିଛି ଲୋକେ ନିଜ ଘରଦ୍ୱାର ଛାଡି ଚାଲି ଯାଉଥିବା ଦେଖିବାକୁ ମିଳିଛି । ଖବର ଜଣାପଡିବା ପରେ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ 8 ଜଣିଆ ଟିମ ଡାଇରିଆ ବ୍ୟାପୁଥିବା ଅଞ୍ଚଳରେ ପହଞ୍ଚି ଆକ୍ରାନ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଡାଇରିଆ ବ୍ୟାପିବାର କାରଣ ଖୋଜୁଛନ୍ତି ।

ସୂଚନା ଅନୁସାରେ, ପାରାଦ୍ୱୀପ ଉପକଣ୍ଠ ପାରାଦ୍ୱୀପ ଗଡ଼ ଅଞ୍ଚଳରେ ଗୋଟିଏ ପରିବାରର ସମସ୍ତ ସମସ୍ତ ସଦସ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଥିଲେ । ଏହାପରେ ସମଗ୍ର ପାରାଦ୍ୱୀପ ଗଡ଼ ପଞ୍ଚାୟତରେ ଡାଇରିଆ ବ୍ୟାପିଥିଲା । ଝାଡାବାନ୍ତି ବ୍ୟାପିବା ଫଳରେ ଗୋଟିଏ ପରିବାରର ବାପ ଓ ପରେ ପରେ ପୁଅର ମଧ୍ୟ ମୃତ୍ୟୁ ହୋଇଥିଲା । ସେହି ଗ୍ରାମର ବିପିନ ବିହାରୀ ରାଉତ ନାମକ ଜଣେ ବ୍ୟକ୍ତି ମଧ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଗଦ୍ରାମର ଅନ୍ୟ 2 ଜଣ ଝିଅ ଏବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଦୂଷିତ ପାଣି ଯୋଗୁ ଏହି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ଅନୁମାନ କରୁଛି । ସ୍ବତନ୍ତ୍ର ଡାକ୍ତରୀ ଟିମ ଡାଇରିଆ ଅଞ୍ଚଳରେ କ୍ୟାମ୍ପ କରି ରୋଗୀମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କିପରି ସ୍ୱାସ୍ଥ୍ୟ ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆ ଯାଉଥିବା କୁହିଛନ୍ତି । ବିଶୁଦ୍ଧ ପାଣି ପିଇବା ସହିତ ଯଦି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଛନ୍ତି ତେବେ ତୁରନ୍ତ ମେଡ଼ିକାଲକୁ ଯିବାକୁ ପରାମର୍ଶ ଦିଆଯାଇଛି । ପାରାଦ୍ୱୀପ ବ୍ୟତୀତ ଜଗତସିଂହପୁର ବ୍ଲକ ଅଞ୍ଚଳରେ ମଧ୍ୟ ଝାଡ଼ାବାନ୍ତି ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ରୋଗୀ ସଂଖ୍ୟା ଏତେ ଅଧିକ ହୋଇଛି ଯେ, ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡର ରୋଗୀ ତଳେ ରହି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡିରେ ମୁଣ୍ଡ ନେଲା ଡାଇରିଆ:

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଡାଇରିଆ ଆତଙ୍କ ଖେଲାଇଛି । ଜିଲ୍ଲାର କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମରେ ଝାଡାବାନ୍ତି ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ଡାଇରିଆରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ଧର୍ମଗଡ ଓ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ବ୍ୟକ୍ତି ଜଣଙ୍କ ସେହି ଗାଁର ୪୦ ବର୍ଷୀୟ ରାମ ନାଏକ ଓ କାର୍ତ୍ତିକ ଧୁରିଆ ବୋଲି ଜଣାପଡିଛି । ଘଟଣା ପରେ କୋକସରା ମେଡିକାଲ ଟିମ ଗାଁରେ ପହଞ୍ଚି ଚିକିତ୍ସା ଓ ସଚେତନ କରୁଥିବା ଦେଖିବାକୁ ମିଳୁଛି । ତେବେ ଗ୍ରାମବାସୀ ଦୂଷିତ ପାଣି ପିଇବା ସହ ବିଭିନ୍ନ କର୍ଯ୍ୟାରେ ବ୍ୟବହାର କରିବା ଫଳରେ ଲୋକେ ଆକ୍ରାନ୍ତ ହୋଇଥିବା ମେଡିକାଲ ଟିମ୍ ସୂଚନା ଦେଇଛନ୍ତି ।

ଡାଇରିଆ ରୋଗର ଲକ୍ଷଣ:
ଦିନକୁ ୩ ଥର ବା ତା'ଠାରୁ ଅଧକ ପତଳା ଝାଡା ହେବା । ଦେହ ହାତ ଘୋଳାବିନ୍ଧା ହେବା, ହାଲିଆ ଲାଗିବା ସହ ଜିଭ ଏବଂ ଓଠ ଶୁଖଯିବା । ଅଧିକ ଶୋଷ ଲାଗିବା ଓ ପରିସ୍ରା କମ ହେବା ଭଳି ଲକ୍ଷଣ ଦେଖାଯାଇଥାଏ । ତେବେ ଏପରି କ୍ଷେତ୍ରରେ ତୁରନ୍ତ ଆଶା କିମ୍ବା ସ୍ଵାସ୍ଥ୍ୟକର୍ମୀଙ୍କୁ ସୂଚନା ଦେବା ଆବଶ୍ୟକ । ଏହା ସହିତ ଓଆରଏସ୍‌ କିମ୍ବା ଘରେ ମିଳୁଥିବା ତୋରାଣି, ପଇଡ ପାଣି, ଚିନି ଓ ଲୁଣର ସର୍ବତ ଆଦି ଯଥେଷ୍ଟ ପରିମାଣରେ ପାଇବା ଆବଶ୍ୟକ।

ଡାଇରିଆ ପ୍ରତିରୋଧ:
ବିଶେଷ ଭାବରେ ଗାଁ ଗହଳିମାନଙ୍କରେ ବାହାରେ ମଳତ୍ୟାଗ କରିଥାନ୍ତି । ତେଣୁ ବାହାରେ ମଳତ୍ୟାଗ ନକରି ପାଇଖାନା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରିବା ଆବଶ୍ୟକ । ଶୌଚ ପରେ, ଖାଦ୍ୟ ପରଷିବା କିମ୍ବା ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ସାବୁନରେ ଦୁଇ ମିନିଟ ଧରି ଧୋଇବା ଆବଶ୍ୟକ । ଏହା ସହିତ କେବଳ ଗଭୀର ନଳକୂଅ ପାଣି, ହାଲୋଜେନ ବଟିକା ପଡିଥିବା ପାଣି କିମ୍ବା ଫୁଟା ପାଣି ପିଇବା ଆବଶ୍ୟକ । ତରଳ ଝାଡା ସମୟରେ ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଓଆରଏସ୍‌ କିମ୍ବା ଘରେ ମିଳୁଥବା ତୋରାଣି, ପଇଡ ପାଣି, ଚିନି ଲୁଣ ସର୍ବତ ଆଦି ପିଇବା ଆବଶ୍ୟକ । ଏହା ସହ ପିଇବା ପାଣି ପାତ୍ରରେ ହାତ ନବୁଡାଇ ଏକ ଡଙ୍କି ବ୍ୟବହାର କରିବା ଆବଶ୍ୟକ । ପ୍ରତ୍ୟେକ ଦିନ ତଟକା ଓ ଗରମ ଖାଦ୍ୟ ଖାଇବା ଆବଶ୍ୟକ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷା ଆରମ୍ଭରୁ ବ୍ୟାପିଲାଣି ଝାଡ଼ାବାନ୍ତି; ବଲାଙ୍ଗୀରରେ ଗଲାଣି ଜୀବନ ! - Diarrhoea in Balangir

ଏହି କାର୍ଯ୍ୟରୁ ରୁହନ୍ତୁ ବିରତ:
ନଇ, ଝରଣା, ଚୂଆ ବା ପୋଖରୀ ଆଦି ପାଣିକୁ ବ୍ୟବହାର ନକରିବା ସହ ଏହି ପାଣିକୁ ପିଅନ୍ତୁ ନାହିଁ । କୂଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫା କରନ୍ତୁ ନାହିଁ । ବାସି, ପଚାସଢ଼ା ବା ମାଛିବସା ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ । ଏଭଳି ରୋଗୀଙ୍କର ଅପରିଷ୍କାର ଲୁଗାପଟା ନଦୀ, ପୋଖରୀ ଆଦିରେ ଧୋଇବାକୁ ବାରଣ କରାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର/ କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.