ETV Bharat / state

ରୁଙ୍ଗଟା କାରଖାନାରେ ଅଘଟଣ; ଦୁଇ ଶ୍ରମିକ ମୃତ, ୩ ଗୁରୁତର - Dhenkanal Rungta mines ltd Mishap

Dhenkanal Mines Mishap: ଢେଙ୍କାନାଳ ଜିଲ୍ଲା ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ଅଘଟଣ । ଲୁହା ପ୍ଲେଟ ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 24, 2024, 10:23 AM IST

Updated : Jun 24, 2024, 1:17 PM IST

Rungta steel and mines Mishap
Rungta steel and mines Mishap (ETV Bharat Odisha)
Dhenkanal Mines Mishap (ETV Bharat Odisha)

ଢେଙ୍କାନାଳ: ମାଇନ୍ସରେ ଅଘଟଣ । ଢେଙ୍କାନାଳ ଜିଲ୍ଲା ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାରେ ଅଘଟଣ । ଲୁହା ପ୍ଲେଟ ତଳେ ଚାପି ହୋଇ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ରହିଥିବା ସୂଚନା ମିଳିଛି । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଅନୁଗୋଳ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଛି । ଶ୍ରମିକମାନେ କାରଖାନା ଛାଡୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଝାରବନ୍ଧ ସ୍ଥିତ ରୁଙ୍ଗଟା ଷ୍ଟିଲ ଆଣ୍ଡ ମାଇନ୍ସ କାରଖାନାର ଡିଆରଆଇ ପ୍ଲାଣ୍ଟରେ ଅଘଟଣ ଘଟିଛି । ପ୍ଲାଣ୍ଟର ନଂ ୮ ଓ ୯ ନମ୍ବର କିଲନ ପ୍ଲାଟଫର୍ମରେ ଜିନିଷପତ୍ର ସିଫ୍ଟିଙ୍ଗ ବେଳେ ଉପରୁ ଲୁହା ପ୍ଲେଟ ଖସିପଡିଥିଲା । ଏଥିରେ ଘଟଣାସ୍ଥଳରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି ।

ମୃତ ଶ୍ରମିକ ହେଲେ ବିବେକାନନ୍ଦ ସାହୁ (ଖୋକନ) ଓ ବିଷ୍ଣୁ ମାଝୀ (ଇଶାନ) । ଉଭୟ ପଶ୍ଚିମବଙ୍ଗ ବୋଲି ଜଣାପଡିଛି l ଗୁରୁତର ଦୁଇଜଣ ମଧ୍ୟ ପଶ୍ଚିମବଙ୍ଗର ନବ କୁମାର ସାମନ୍ତ ଓ ଅମଲ ବେରା l ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ କାରଖାନା ପକ୍ଷରୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ କାରଖାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କାରଖାନା ମଧ୍ୟକୁ କାହାକୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ।

ଏହାମଧ୍ୟ ପଢନ୍ତୁ.. କେଜେଏସ ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଗୁରୁତର - Explosion at KJS Steel Plant

କାରଖାନାର ଡିଆରଆଇ ପ୍ଲାଣ୍ଟ ୩୦ ଫୁଟ ଉପରେ ଥିବା ଗୁଡ୍ସ ସିଫ୍ଟିଙ୍ଗ ପ୍ଲାଟଫର୍ମ ଭୁଶୁଡି ପଡି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଗୁଡ୍ସ ସିଫ୍ଟିଙ୍ଗ ପାଇଁ ତିଆରି ହୋଇଥିବା ପ୍ଲାଟଫର୍ମର ୮ ଓ ୯ନମ୍ୱରରେ ଏହି ଅଘଟଣ ଘଟିଛି । ପ୍ଲାଟଫର୍ମର ବଡ଼ ବଡ଼ ଲୁହା ବିମ ଓ ଲୁହା ପ୍ଲେଟ ମାନ ତଳକୁ ପଡି ଯିବାରୁ ତଳେ କାମ କରୁଥିବା ଶ୍ରମିକମାନଙ୍କ ଉପରେ ପଡିଯାଇଥିବା ଜଣାପଡିଛି। ଦୁର୍ଘଟଣା ସମୟରେ ତଳେ ପ୍ରାୟ ୨୦ରୁ ଉର୍ଦ୍ଧ୍ବ ଶ୍ରମିକ କାମ କରୁଥିଲେ ବୋଲି ସୂଚନା ମିଳିଛି ।

ଆଜି(ସୋମବାର) ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ କାରଖାନାରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଶ୍ରମିକମାନେ କାରଖାନାରୁ ପଳାଇ ଯାଉଥିବା ବେଳେ ଅସ୍ଥାୟୀ ଭାବେ କାରଖାନାର କାର୍ଯ୍ୟ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ବାଲିମି ପୋଲିସ ଓ ପ୍ରଶାସନ ପକ୍ଷରୁ ହିନ୍ଦୋଳ ତହସିଲଦାର, ହିନ୍ଦୋଳ ଏସ୍ଡିପିଓ ବ୍ୟାପକ ପୁଲିସ ଫୋର୍ସ ସହିତ ଦୁର୍ଘଟଣା ଅଞ୍ଚଳକୁ କର୍ଡନ କରି ରଖିଛନ୍ତି ।

ଗତ ଦୁଇଦିନ ପୂର୍ବେ ଅନୁରୂପ ଭାବେ କାରଖାନାରେ ଉପରୁ ଏକ ଲୁହା ପ୍ଲେଟ ଖସି ପଡିଥିବା ବେଳେ ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇ ନଥିଲା । ଆଜି ପୁନର୍ବାର ଏହି ଦୁର୍ଘଟଣା ଘଟିଥିବା ବେଳେ ନିମ୍ନ ମାନର ଗୁଡ୍ ସିଫ୍ଟିଙ୍ଗ ପ୍ଲାଟଫର୍ମ ନିର୍ମାଣ କାମ ଯୋଗୁ ନଚେତ ଓଭରଲୋଡ ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ଦୁର୍ଘଟଣା ପରେ କାରଖାନାରେ ଶ୍ରମିକମାନେ ଭୟଭୀତ ହୋଇପଡିଥିବା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Jun 24, 2024, 1:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.