ETV Bharat / state

ଧନଧାତ୍ରୀଙ୍କ ଧରାବରଣ; ଆରମ୍ଭ ହେଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଉତ୍ସବ

୧୨ ଦିନ ବ୍ୟାପି ସହରର ହୋଇ ଉଠିବ ଉତ୍ସବ ମୁଖର । ସନ୍ଧ୍ୟାପର ଠାରୁ ମଣ୍ଡପ ମାନଙ୍କରେ ମା’ଙ୍କୁ କରାଯିବ ଆବାହନ । ଶାନ୍ତିଶୃଙ୍ଖଳା ପାଇଁ ୨୩ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ।

author img

By ETV Bharat Odisha Team

Published : 3 hours ago

Gajalaxmi Puja
Gajalaxmi Puja (ETV Bharat Odisha)

ଢେଙ୍କାନାଳ: ଆଜି କୁମାର ପୂର୍ଣ୍ଣିମା ଅବସରରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଢେଙ୍କାନାଳର ଲଷ୍ମୀ ପୂଜା ଉତ୍ସବ । ମା' ଧନଦାତ୍ରୀଙ୍କ ଏହି ଆଗମନରେ ସଜେଇ ହୋଇ ଉଠିଛି ସାରା ସହର । ପରମ୍ପରା ମୁତାବକ ସନ୍ଧ୍ୟା ପରେ ପୂଜା ମଣ୍ଡପ ମାନଙ୍କରେ ମା’ଙ୍କୁ ଆବାହନ କରାଯିବ l ଆଉ ଆଧ୍ୟାତ୍ମିକ ପରିବେଶରେ ସାରା ଢେଙ୍କାନାଳ ୧୨ଦିନ ବ୍ୟାପି ବୁଡି ରହିବ ।

ପ୍ରକାଶ ଥାଉକି, ଏହି ପୂଜା ଉତ୍ସବ ୧୨ଦିନ ବ୍ୟାପି ବେଶ ଧୁମ ଧାମରେ ପାଳିବେ ଢେଙ୍କାନାଳ ବାସୀ । ଆସନ୍ତା ୨୭ତାରିଖରେ ମା’ଙ୍କର ଭସାଣ ଉତ୍ସବ ଅନୁଷ୍ଠିତ ହେବ । ଢେଙ୍କାନାଳ ପୂଜା ପରମ୍ପରା ମୁତାବକ ଚଳିତ ବର୍ଷ ମଧ୍ୟ ପୂର୍ବ ବର୍ଷ ମାନଙ୍କ ପରି ୩୮ଗୋଟି ମଣ୍ଡପରେ ମା'ଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ଏଥି ପାଇଁ ସକାଳୁ ସକାଳୁ ପୂଜା ପ୍ରତିଷ୍ଠାନର କର୍ମ କର୍ତ୍ତା ମାନେ ତତ୍ପର ହୋଇପଡିଛନ୍ତି। ପୂଜା ମଣ୍ଡପ ମାନଙ୍କରେ ପୂଜାର୍ଚନା ପାଇଁ ମା' ଙ୍କର ଶୁଭ କଳସ ଯାତ୍ରା କରି ମଣ୍ଡପ ମାନଙ୍କରେ କଳସ ସ୍ଥାପନା କରିଛନ୍ତି । ଆଉ ସନ୍ଧ୍ୟା ପରେ ପରେ ମା ଙ୍କର ପୂଜା ପରମ୍ପରା ରହିଥିବାରୁ ସନ୍ଧ୍ୟା ପରଠାରୁ ପୂଜାର୍ଚନା ଆରମ୍ଭ ହୋଇଯାଇଛି ।

Gajalaxmi Puja (ETV Bharat Odisha)

ତେବେ ଚଳିତ ବର୍ଷ ଅନୁକୂଳ ପାଗ ସାଙ୍ଗକୁ ପୂଜା ମଣ୍ଡପ ମାନଙ୍କରେ ଆଗୁଆ ସାଜ୍ଜ ସଜ୍ଜା କରିଥିବା ପରିଲକ୍ଷିତ ହୋଇଛି । ଏ ସବୁ ମଧ୍ୟରେ ଚଳିତ ବର୍ଷ ମହାବୀର ବଜାରର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଣ୍ଟିନମ ଜୁବୁଲି ପାଳନ କରୁଥିବାରୁ ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର କଳାକୃତି ଦର୍ଶକଙ୍କୁ ଆକୃଷ୍ଠ କରିବ । ଏପଟେ ଗଣେଶ ବଜାର, ଗୁଡ଼ିଆ ନାଳୀ, ମିନାବଜାର, ଲଷ୍ମୀବଜାର, କୈବଲ୍ୟ ବଜାର ଚାନ୍ଦି ମେଢ଼ ରେ ମା’ ଶୋଭା ପାଉଥିବା ବେଳେ ଚଳିତ ବର୍ଷ ଜୁବୁଲି ଟାଉନର ଚାନ୍ଦି ମେଢ଼ ପ୍ରସ୍ତୁତି କରିଛି । ତେବେ ଗଣେଶ ବଜାର ଓ ଗୁଡ଼ିଆନାଳୀ ଆକର୍ଷଣୀୟ ତୋରଣ ଓ ରଥ ଗଡା ଓ ଗୋଡି ପଡ଼ିଆରେ ନୂଆ ନୂଆ କିସମର ଦୋଳି ମିନା ବଜାର ଆଦି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ- ବିରାଜିବେ ଧନଦାତ୍ରୀ, ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର କେନ୍ଦ୍ରାପଡା

"ମା' ଲଷ୍ମୀଙ୍କ ଅଗମନରେ ଆଜିଠାରୁ ସହରର ଉତ୍ସବ ମୁଖର ହୋଇପଡିଛି । ବିଭିନ୍ନ କିସମର ଦୋଳି ମିନା ବଜାର ଉଠାଦୋକାନୀ ମାନଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ବେଶ ଉତ୍ସାହିତ ହୋଇପଡିଛନ୍ତି । ଘର ଘରକୁ ବନ୍ଧୁ ମାନଙ୍କର ସୁଅ ଛୁଟିଥିବା ବେଳେ ଘରେ ପିଠା ପଣାର ଆସର ଜମିବା ଆରମ୍ଭ ହେଲାଣି । ଯାହାକୁ ନେଇ ସହରବାସୀଙ୍କ ଖୁସି କହିଲେ ନସରେ । ତେବେ ପ୍ରତେକ ବର୍ଷ ପରି ରାଜ୍ୟବ୍ୟାପୀ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହେବାକୁ ଯାଉଛି । ଫଳରେ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଯାନ ବାହାନ ଚଳାଚଳ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସାଙ୍ଗକୁ ୨୩ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ ହୋଇଛନ୍ତି । ସହରରକୁ ୫ସେକ୍ଟରରରେ ବିଭକ୍ତ କରାଯାଇଛି । ପ୍ରତେକ ସେକ୍ଟରରେ ଜନେବଲେଖାଏ ଡ଼ିଏସପି , ୨୨ଜଣ ଇନ୍ସପେକ୍ଟର, ୧୦୨ଜଣ ଏସଆଇ ଓ ଏଏସଆଇ , ୧୩୪ ଜଣ ପୋଲିସ ହାବିଲଦାର ଓ କନେଷ୍ଟବଳ , ୩୬୦ଜଣ ହୋମ ଗାର୍ଡ ନିୟୋଜିତ ରହିଛନ୍ତି। ଏହା ବ୍ୟତୀତ ୧୦ଜଣ ମାଜିଷ୍ଟେଟ ଦାୟିତ୍ୱରେ ଥିବାବେଳେ ୧୧ଟି ସ୍ଥାନକୁ ପାର୍କିଂଗ ଭାବେ ଚିହ୍ନଟ କରାଯାଇଛି । ଅପରାହ୍ନ ୪ଟା ପରଠାରୁ ସହରରକୁ ୪ଚକିଆ ଯାନ ନିଷେଧ ରହିବ, ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ପ୍ରକାଶ କରିଛନ୍ତି।

ଅପରପକ୍ଷେରେ ପ୍ରତେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୭ତାରିଖ ଠାରୁ ୨୬ତାରିଖ ପ୍ରଯ୍ୟନ୍ତ ଓରମାସ ପକ୍ଷରୁ ମହିଷାପାଟ ପଡ଼ିଆରେ ଆୟୋଜିତ ହେଉଛି ପଲ୍ଲୀଶ୍ରୀ ମେଳା । ଯାହାକି ପୂଜା ମାହୋଲକୁ ଆହୁରି ସରଗରମ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.