ETV Bharat / state

ଢେଙ୍କାନାଳରେ ନିର୍ବାଚନୀ ପ୍ରସ୍ତୁତି, ମେ' ୨୫ରେ ଭୋଟ

author img

By ETV Bharat Odisha Team

Published : Mar 17, 2024, 10:18 PM IST

Election Preparation In Dhenkanal: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ । ଜିଲ୍ଲାରେ ୯ ଲକ୍ଷ ୬୭ ହଜାର ୨୯୭ ଭୋଟର ରହିଥିବାବେଳେ ୧୦୨୦ଟି ବୁଥରେ ମତ ଗ୍ରହଣ କରାଯିବ । ଆଦର୍ଶ ଆଚରଣ ବିଧି ଉଲଙ୍ଘନ କଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଢେଙ୍କାନାଳରେ ନିର୍ବାଚନୀ ପ୍ରସ୍ତୁତି , ଏପ୍ରିଲ ୨୫ରେ ଭୋଟ ଗ୍ରହଣ

ଢେଙ୍କାନାଳ: ଲୋକସଭା ସମେତ ଢେଙ୍କାନାଳ ଜିଲ୍ଲାରେ ସମସ୍ତ ବିଧାନସଭା ଆସନ ପାଇଁ ମେ' ୨୫ରେ ହେବ ଭୋଟ ଗ୍ରହଣ । ଏଥର ସାଧାରଣ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲାର ୯ ଲକ୍ଷ ୬୭ ହଜାର ୨୯୭ ଭୋଟରଙ୍କ ପାଇଁ ୧୦୨୦ଟି ବୁଥ ବ୍ୟବସ୍ଥା କରାଯାଇଛି । ଚଳିତ ସାଧାରଣ ନିର୍ବାଚନକୁ ନେଇ ଆଜି (ରବିବାର) ଢେଙ୍କାନାଳ ସଦଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ପକ୍ଷରୁ ପ୍ରଥମ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାର ମୋଟ ଲୋକ ସଂଖ୍ୟା ୧୩ ଲକ୍ଷ ୮ ହଜାର ୧୮୨ ହୋଇଥିବାବେଳେ ଭୋଟର ୯ ଲକ୍ଷ ୬୭ ହଜାର ୨୯୭ ରହିଛନ୍ତି । ମହିଳା ଭୋଟର ୪ ଲକ୍ଷ ୬୮ ହଜାର ୨୨୦ ଓ ପୁରୁଷ ଭୋଟର ୪ ଲକ୍ଷ ୯୯ ହଜାର ୬ ଜଣ ବୋଲି ଜଣାପଡିଛି । ତୃତୀୟ ଲିଙ୍ଗୀ ଭୋଟର ୭୧ ଜଣ ଓ ଭିନ୍ନକ୍ଷମ ୧୫ ହଜାର ୭୯୦ ଭୋଟର ରହିଛନ୍ତି । ସେହିପରି ବରିଷ୍ଠ ନାଗରିକ ତଥା ୮୫ ବର୍ଷରୁ ଊର୍ଦ୍ଧ୍ବ ୧୦ ହଜାର ୩୩୮ ଓ ୧୮ରୁ ୧୯ ବର୍ଷ ଯୁବ ଭୋଟର ୧୯ ହଜାର ୫୬୮ ରହିଛନ୍ତି । ୨୦ରୁ ୨୯ ବର୍ଷ ବୟସ୍କ ଭୋଟର ୧ ଲକ୍ଷ ୮୬ ହଜାର ୩୮ ରହିଛନ୍ତି । ସେହିପରି ଜିଲ୍ଲାରେ ୧୦୨୦ ଭୋଟ ଗ୍ରହଣ କେନ୍ଦ୍ର ରହିଛି । ସହରାଞ୍ଚଳରେ ୮୫ଟି ଓ ଗ୍ରାମାଞ୍ଚଳରେ ୯୩୫ଟି ବୁଥ ରହିଛି ।

ଢେଙ୍କାନାଳ ରାଜସ୍ୱ ଜିଲ୍ଲାରେ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ଅନୁଗୋଳ ରାଜସ୍ଵ ଜିଲ୍ଲାରେ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ସେଗୁଡିକ ହେଲା ଢେଙ୍କାନାଳ (୫୫), ହିନ୍ଦୋଳ (୫୬), କାମାକ୍ଷାନଗର (୫୭), ପରଜଙ୍ଗ (୫୮), ପାଲଲହଡ଼ା (୫୯), ତାଳଚେର (୬୦), ଅନୁଗୋଳ (୬୧) ବିଧାନସଭା ନିର୍ବାଚନ ମଣ୍ଡଳୀ । ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୫ ଲକ୍ଷ ୭ ହଜାର ୫୮୯ ଭୋଟର ରହିଛନ୍ତି । ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ......କେନ୍ଦ୍ରାପଡ଼ାରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର

ମେ ୨୫ ତାରିଖରେ ଢେଙ୍କାନାଳ ଲୋକସଭା ଓ ଏହାର ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବ । ଏପ୍ରିଲ ୨୯ରେ ଗେଜେଟ ନୋଟିଫିକେସନ, ୩୦ରୁ ମେ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ । ମେ ୭ରେ ପ୍ରାର୍ଥିପତ୍ର ଯାଞ୍ଚ, ୯ରେ ପ୍ରତ୍ୟାହାର ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ଜିଲ୍ଲାପାଳ କହିଥିଲେ । ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ୯୫ଲକ୍ଷ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ୪୦ ଲକ୍ଷ ରହିଛି । ଷ୍ଟାର କ୍ୟାମ୍ପେନର ପ୍ରଚାର ପାଇଁ ଖର୍ଚ୍ଚ ରାଜନୈତିକ ଦଳମାନେ ଭରିବେ । ଭୋଟରମାନଙ୍କୁ ପ୍ରଭାବିତ କରାଯିବ ନାହିଁ । ବେଆଇନ୍ କାର୍ଯ୍ୟକଳାପ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଦିଆଯିବ । ଆବଶ୍ୟକ ପୋଲିସ ଫୋର୍ସ ମୁତୟନ ହେବେ । ପେଡ୍‌ ନ୍ୟୁଜ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିବ ବୋଲି ଜିଲ୍ଲାପାଳ କହିବା ସହିତ ଶାନ୍ତିଶୃଙ୍ଖଳାର ସହ ଚଳିତ ସାଧାରଣ ନିର୍ବାଚନ ସମାପନ କରିବା ସହିତ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.