ETV Bharat / state

ବିଜେପିର ବୁଥ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ, ସାମିଲ ହେଲେ ହଜାର ହଜାର କର୍ମୀ - BJP workers meeting - BJP WORKERS MEETING

Dhenkanal BJP Booth Level Meeting: ବିଜେପି ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଥ୍ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଲୋକସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି । ଅଧିକ ପଢନ୍ତୁ

BJP workers meeting
BJP workers meeting
author img

By ETV Bharat Odisha Team

Published : Apr 13, 2024, 11:54 AM IST

ବିଜେପିର ବୁଥ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ

ଢେଙ୍କାନାଳ: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରରେ କମ୍ପିଲାଣି ରାଜନୀତି ମୈଦାନ । ପ୍ରମୁଖ ଦଳଗୁଡ଼ିକ ପର୍ଯ୍ୟାୟ କ୍ରମେ ସେମାନଙ୍କ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରୁଥିବା ବେଳେ ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନ ଯୁଦ୍ଧ ଲଢିବାକୁ ନିଜ ନିଜର ରଣନୀତି ପ୍ରସ୍ତୁତ ଆରମ୍ଭ କରି ସାରିଲେଣି । ଏନେଇ ବିଜେପି ପକ୍ଷରୁ ଗତକାଲି(ଶୁକ୍ରବାର) ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଥ୍ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ସମ୍ମିଳନୀରେ ବିଜେପି ଦଳର ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶତୃଘ୍ନ ଜେନା ସମେତ ଅନ୍ୟାନ୍ୟ ମୁଖ୍ୟ କର୍ମୀମାନେ ଯୋଗ ଦେଇଥିଲେ । ଢେଙ୍କାନାଳ ବିଜେପି ଲୋକସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣିଙ୍କୁ ଭୁବନ ଗୋଡିପୋଖରୀ ଛକରୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ରୁଦ୍ରନାରାୟଣ ବିଶାଳ ଶୋଭାଯାତ୍ରାରେ ଆସି ପ୍ରଥମେ କାଳୀବଜାରସ୍ଥିତ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଶୋଭାଯାତ୍ରାରେ ହଜାର ହଜାର ବିଜେପି ନେତା, କର୍ମୀ ଓ ସମର୍ଥକମାନେ ସାମିଲ ହୋଇଥିଲେ l ଅବକି ବାର ମୋଦି ସରକାର ନାରା ବାଜି ଦେଇ କର୍ମୀମାନେ ସହର ପରିକ୍ରମା କରି କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ କର୍ମୀ ସମ୍ମିଳନୀ କରି ପ୍ରାଚର ମୈଦାନକୁ ଓହ୍ଲାଇଲେ ମୀନୀ ମାଝୀ

ତେବେ ଏହି ବୁଥସ୍ତରୀୟ କର୍ମୀ ସମ୍ମିଳନୀରେ ବିଭିନ୍ନ ପଞ୍ଚାୟତରୁ ଓ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ପାଖାପାଖି ୨ ଶହ ବିଜେଡି ଓ କଂଗ୍ରେସର କର୍ମୀ ବିଜେପିରେ ଯୋଗ ଦେଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ଡବଲ ଇଞ୍ଜିନ ଆସିବ ବୋଲି ବିଜେପି ଲୋକସଭା ପ୍ରାର୍ଥୀ ରୁଦ୍ର ପାଣି ପ୍ରକାଶ କରିଛନ୍ତି l ସେହିପରି ଗତକାଲି ବିଜେପି କାର୍ଯ୍ୟାଳୟରେ ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜୟଦେବ ନିର୍ବାଚନମଣ୍ଡଳୀର ବହୁ ନିର୍ବାଚିତ ଜନପ୍ରତିନିଧି, ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ସଦାନନ୍ଦ ନାୟକ, ବାଲିଅନ୍ତାର ପୂର୍ବତନ ବ୍ଲକ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି, କେନ୍ଦୁଝର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଲେଖ ଚରଣ ନାୟକ, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରବି ପ୍ରସାଦ ନାୟକ ପ୍ରମୁଖ ଆନୁଷ୍ଠାନିକ ଭାବେ ଗତକାଲି ବିଜେପିରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.