ETV Bharat / state

ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର, ମା' ସମଲେଇଙ୍କ ନେଲେ ଆଶୀର୍ବାଦ - Dharmendra Pradhan Visits Sambalpur

author img

By ETV Bharat Odisha Team

Published : Mar 26, 2024, 11:35 AM IST

Dharmendra Pradhan Visits Sambalpur: ସମ୍ବଲପୁର ଗସ୍ତରେ ଆସି ମା' ସମଲେଶ୍ବରୀଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ବୁର୍ଲା ଭୀମସାରକୁ ଯାଇ ଡାଇରିଆ ଆକ୍ରାନ୍ତ ରୋଗୀଙ୍କୁ ଭେଟିଥିଲେ । ଅଧିକ ପଢନ୍ତୁ,

Dharmendra Pradhan
Dharmendra Pradhan
Dharmendra Pradhan

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହେବା ପରେ ଭଗବାନଙ୍କ ଶରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ପ୍ରଭୁ ଜଗନ୍ନାଥ, ପରେ ଲିଙ୍ଗରାଜ, ଏହା ପରେ ମା' ହିଙ୍ଗୁଳା ଓ ଏବେ ମା' ସମଲେଶ୍ବରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଧର୍ମେନ୍ଦ୍ର। ଏହି ଅବସରରେରେ ତାଙ୍କ ପତ୍ନୀ ଓ ବହୁ ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଗ୍ନିରୁପାଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର, ଜନସେବା ପାଇଁ ଶକ୍ତି ଦିଅନ୍ତୁ କଲେ କାମନା - Dharmendra Pradhan at hingula

ସମଲେଶ୍ବରୀଙ୍କ ଦର୍ଶନ ପରେ ଧର୍ମେନ୍ଦ୍ର ଗଣମାଧ୍ୟମକୁ ପ୍ରକିକ୍ରିୟା ଦେଇ କହିଛନ୍ତି, '' ଆଜି ମୁଁ ନିଜକୁ ଅତ୍ୟନ୍ତ ସୌଭାଗ୍ୟଶାଳୀ ମନେ କରୁଛି । ମା'ଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି । ଛାତ୍ର ଅବସ୍ଥାରୁ ଯୁବ ଅବସ୍ଥା ପର୍ଯ୍ୟନ୍ତ ଯେତେ ବେଳେ ବି ମୁଁ ମା' ଙ୍କ ପାଖକୁ ଆସିଛି ସେ ମୋତେ କେବେ ଆଶୀର୍ବାଦରୁ ବଞ୍ଚିତ କରି ନାହାନ୍ତି । ମାଆ ସମସ୍ତଙ୍କର । ତାଙ୍କର କୃପା ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସଦା ବେଳେ ରହି ଆସିଛି । ଆଉ ମୁଁ ବି ଏହାର ଲାଭର୍ଥୀ । ଆଜି ଦେଶରେ ନିର୍ବାଚନ ଆସନ୍ନ । ମୋ ଦଳ ତଥା ଶୀର୍ଷ ନେତୃତ୍ୱ ତରଫରୁ ସମ୍ବଲପୁର ପାଇଁ ମୋତେ ପ୍ରାର୍ଥୀ କରାଯାଇଛି । ସମ୍ବଲପୁର ଦେଶର ଏକ ଧାର୍ମିକ, ସାଂସ୍କୃତିକ ଓ଼ ସାରସ୍ୱତ ପୀଠ । ସମ୍ବଲପୁରରର ପ୍ରତିନିଧିତ୍ୱ କରିବାର ଅବସର ମାଆ ସମଲେଇ ଓ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମିଳିବ । ଏହା ମୋ ପାଇଁ ସୌଭାଗ୍ୟର ବିଷୟ l ହୋଲି ଅବସର ରେ ମା' ଙ୍କ ପାଖରେ ପ୍ରାର୍ଥନା କରୁଛି ଦେଶ ଆହୁରି ଦୃଢ଼ ଓ଼ ଶକ୍ତିଶାଳୀ ହେଉ । ଆମ ରାଜ୍ୟ ବିକାଶର ଚରମ ସ୍ଥାନକୁ ଯାଉ । ଆଉ ସମ୍ବଲପୁର ଏଥିରେ ଅଗ୍ରଣୀ ଭୂମିକା ନିର୍ବାହ କରୁ। ''

ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର ପ୍ରଧାନ-ସମ୍ବିତ ପାତ୍ର - Dharmendra Visits Puri

ଗତକାଲି (ସୋମବାର) ବିଳମ୍ବିତ ରାତିରେ ସମ୍ବଲପୁରରେ ପହଞ୍ଚିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଆଜି ସକାଳ ସାଢେ 8ଟା ସମୟରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ ସେ ବୁର୍ଲା ଭୀମସାରକୁ ଯାଇ ହୀରାକୁଦ ସହରର ଡାଇରିଆ ଆକ୍ରାନ୍ତ ରୋଗୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ । ପରେ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଲି ଉତ୍ସବରେ ଯୋଗ ଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତକାଲି ସକାଳ ସମୟରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଧର୍ମେନ୍ଦ୍ର । ସନ୍ଧ୍ୟା ସମୟରେ ଭୁବନେଶ୍ବର ସ୍ଥିତ ଲିଙ୍ଗରାଜ ମନ୍ଦିରକୁ ଯାଇ ମହାଦେବଙ୍କ ଆଶୀର୍ବାଦବ ନେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.