ETV Bharat / state

ଧମକପୂର୍ଣ୍ଣ ମେଲ୍ ପରେ ହାଇଆଲର୍ଟରେ ଭୁବନେଶ୍ୱର, ସାମ୍ବାଦିକଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ - BHUBANESWAR AIRPORT HIGH ALERT

ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁଙ୍କୁ ଆସିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ଏପଟେ ବଢିଲା କ୍ୟାପିଟାଲ ସିଟି ସୁରକ୍ଷା ବ୍ୟବସ୍ଥା ।

threat mail
threat mail (ETV Bharat Odisha)
author img

By ETV Bharat Odisha Team

Published : Nov 30, 2024, 3:41 PM IST

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ସାମ୍ୱାଦିକଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁଙ୍କୁ ଆସିଛି ଧମକପୂର୍ଣ୍ଣ ମେଲ୍ । ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁ ନାଁରେ ଆସିଛି ମେଲ୍ । ଡିଜିପି-ଆଇଜି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଚେତାବନୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଡିସେମ୍ବର 1 ତାରିଖରେ ସମସ୍ତ ଉଡାଣ ବନ୍ଦ ପାଇଁ ଚେତାବନୀ । ଏପରିକି ଖାଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଉଲ୍ଲେଖ ରହିଛି ଏହି ମେଲରେ ।

ଧମକପୂର୍ଣ୍ଣ ମେଲ ପରେ ତନାଘନା:

ହାଇଆଲର୍ଟରେ ଭୁବନେଶ୍ୱର (ETV Bharat Odisha)

ସେପଟେ, ଘଟଣାର ବାସ୍ତବତାକୁ ନେଇ ପୋଲିସର ତନାଘନା । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଘରେ ପହଞ୍ଚିଛି କ୍ରାଇମ୍ ବ୍ରାଞ୍ଚ ଟିମ୍ । ଆଜି (ଶନିବାର) ଖାଲିସ୍ତାନୀ ଆତଙ୍କୀ ଗୁରୁପତଓ୍ବନ୍ତ ସିଂ ଓଡ଼ିଆ ସାମ୍ବାଦିକଙ୍କୁ ପନ୍ନୁର ଧମକପୂର୍ଣ୍ଣ ମେଲ୍ ପରେ ତଦନ୍ତ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ଆସିଥିବା ମେଲକୁ ତଦନ୍ତ କରୁଛି ଟିମ ।

ପନ୍ନୁର ଧମକପୂର୍ଣ୍ଣ ମେଲ୍ ପରେ ହାଇଆଲର୍ଟରେ ଭୁବନେଶ୍ୱର:
ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ଗୁରୁପତୱନ୍ତ ପନ୍ନୁ ନାଁରେ ବରିଷ୍ଠ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ । ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁ ନାଁରେ ଆସିଛି ଧମକପୂର୍ଣ୍ଣ ମେଲ୍ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଛି ଧମକପୂର୍ଣ୍ଣ ମେଲ୍ । ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଅଡିଓ କଲ୍‌ରେ ଚେତାବନୀ ଦେଇଛି ଆତଙ୍କୀ ପନୁ ।

ଅଡିଓରେ ଶୁଣିବାକୁ ମିଳୁଛି, ‘‘ଖଲିସ୍ତାନୀ ପତାକା ଉଡ଼ାଇଲେ ଦିଆଯିବ ୨୫ ଲକ୍ଷ ପୁରସ୍କାର । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଡିସେମ୍ବର 1 ତାରିଖରେ ସମସ୍ତ ବିମାନ ଅବତରଣ ଏବଂ ଉଡାଣ ନ ଭରିବାକୁ ଚେତାବନୀ ।’’ ପନ୍ନୁର ଧମକପୂର୍ଣ୍ଣ ମେଲ୍ ପରେ ଭୁବନେଶ୍ୱର ସୁରକ୍ଷା କଡ଼ାକଡ଼ି କରାଯାଇଛି ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା କମିଶନରେଟ୍ ପୋଲିସ:

ଗୁରୁପତୱନ୍ତ ପନ୍ନୁ ନାଁରେ ମେଲ୍ ଆସିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା କମିଶନରେଟ୍ ପୋଲିସ । ସୁରକ୍ଷା ଦାୟିତ୍ଵରେ ଥିବା ସମସ୍ତ ଅଧିକାରୀଙ୍କୁ କରାଗଲା ଆଲର୍ଟ । "ଆମେ ତୀକ୍ଷ୍ଣ ନଜର ରଖିଛୁ," କହିଛନ୍ତି ପୋଲିସ କମିଶନର ।

ବିମାନବନ୍ଦରରୁ ବ୍ୟାଗ ଜବତ:
ଏପଟେ ପନ୍ନୁର ଧମକ ପରେ ବିମାନବନ୍ଦନ ନିକଟରୁ ଏକ ସନ୍ଦେହ ଜନକ ବ୍ୟାଗ ଜବତ ହୋଇଛି । ସନ୍ଦେହଜନକ ବ୍ୟାଗକୁ ସିଆଇଏସଏଫ ଜବତ କରିଛି । ତେବେ ଏହି ବ୍ୟାଗ ଜବତ ପରେ କମିସନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଯାଞ୍ଚ । ବ୍ୟାଗଟି ଏକ ଯାତ୍ରୀଙ୍କର ବୋଲି ଏସିପି ଅମିତାଭ ମହାପାତ୍ର ପ୍ରତିକ୍ରିୟା ରଖିଥିବା ବେଳେ ବ୍ୟାଗରେ କଣ ରହିଛି ପୋଲିସ ତାର ଯାଞ୍ଚ କରୁଛି ।

ଏହା ମଧ୍ୟ ପଢନ୍ତୁ:

DG-IG ସମ୍ମିଳନୀର ଦ୍ବିତୀୟ ଦିନ, ସାମିଲ ହେଲେ ପ୍ରଧାନମନ୍ତ୍ରୀ

ପାଟପୁର ଦେଶର ଦ୍ବିତୀୟ ଶ୍ରେଷ୍ଠ ଥାନା, ସମ୍ମାନିତ କଲେ କେନ୍ଦ୍ର ଗୃହମନ୍ତ୍ରୀ

ଭୁବନେଶ୍ୱରରେ ଚାଲିଛି ଡିଜି-ଆଇଜି ସମ୍ମିଳନୀ:

ଆଜି ଡିଜି-ଆଇଜି ସମ୍ମିଳନୀର ଦ୍ବିତୀୟ ଦିନ । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଚାଲିଛି ଟପ୍ କପଙ୍କ ମହାସମ୍ମିଳନୀ । ଶୁକ୍ରବାରଠୁ 59ତମ ସର୍ବଭାରତୀୟ ଡିଜି-ଆଇଜି (DG-IG) କନଫରେନ୍ସ ଆରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେଉଛି ଏହି 3 ଦିନିଆ ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା-NSA ଅଜିତ ଡୋଭାଲ ଯୋଗ ଦେଇଛନ୍ତି । ଯେଉଁଥିରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜି-ଆଇଜିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.