ETV Bharat / state

ଶିବମୟ ପ୍ରାଚୀ କ୍ଷେତ୍ର, ଚଳଚଞ୍ଚଳ ଅଷ୍ଟଶମ୍ଭୁ ପୀଠ

author img

By ETV Bharat Odisha Team

Published : Mar 8, 2024, 10:58 PM IST

MahaShivratri 2024: ଜାଗରା ଯାତ୍ରା ପାଇଁ ପ୍ରାଚୀନଦୀ ତଟର ସମସ୍ତ ଶୈବପୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଛି ।‌ ହର ହର ମହାଦେବରେ ଫାଟି ପଡ଼ୁଛି ଚାରି ଦିଗ । ଅଧିକ ପଢନ୍ତୁ ।

ଶିବମୟ ପ୍ରାଚୀ କ୍ଷେତ୍ର , ଚଳଚଞ୍ଚଳ ଅଷ୍ଟଶମ୍ଭୁ ପୀଠ

ନିଆଳି: ଐତିହ୍ୟ ସଂସ୍କୃତି ପ୍ରାଚୀନଦୀ ତଟ ଆଜି ଭକ୍ତିମୟୀ ପରିବେଶ । ଜାଗର ଯାତ୍ରା ଯୋଗୁଁ ପ୍ରାଚୀନଦୀ ଅବବାହିକାରେ ହଜାର ହଜାର ବର୍ଷର ଶୈବପୀଠ ଗୁଡିକରେ ଭକ୍ତଙ୍କ ଗହଳି ଲାଗି ରହିଛି । ଫୁଲନଖରା ଠାରୁ ଆରମ୍ଭ କରି ଅସ୍ତରଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଚୀ ଅବବାହିକାରେ ଅଷ୍ଟଶମ୍ଭୁ ବିରାଜ ମାନ କରିଛନ୍ତି । ଆଜି ପ୍ରଭୁ ଶିବଙ୍କ ପାଇଁ ସ୍ବତନ୍ତ୍ର ଦିନଟିଏ । ପ୍ରାଚୀତଟରେ ଶୋଭା ମଣ୍ତନ କରୁଥିବା ଅଷ୍ଟଶମ୍ଭୁମାନଙ୍କ ମଧ୍ୟରେ କଟକ ଜିଲ୍ଲା ନିଆଳି ବ୍ଳକର କପିଳେଶ୍ୱର ଗୋକନେଶ୍ବର ମହାଦେବ ମନ୍ଦିର ଅନ୍ୟତମ । ଏଠାରେ ଆଜି ଦିନ ତମାମା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା ।

ପ୍ରାଚୀନଦୀ ତଟରେ ଅନେକ ଶୈବପୀଠ ରହିଛି । ଏହାର ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି । ଆଜି ଜାଗରା ଯାତ୍ରା ଯୋଗୁଁ ଶୈବପୀଠ ଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ଭୋଳା ନାଥଙ୍କ କୃପା ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ରହିଛି ଗହଳି ।‌ ଦୀପ,ଧୂପ ଧରି ତୁଣ୍ଡରେ ଥିଲା ଶିବ ପଞ୍ଚାକ୍ଷରୀ ମନ୍ତ୍ର । ହାତରେ ଥିଲା ଦୁଦୁରା ଫୁଲଠୁ ନେଇ ବେଲପତ୍ର । ମହାଦେବଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳ ଥିଲା ଭକ୍ତର ମନ । ସେପଟେ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହୋଉ ମହାଦେବଙ୍କ ଦର୍ଶନ କରିଥିଲେ ଭକ୍ତ ।

ତେବେ ରାତି ପାହିବା ପୂର୍ବରୁ ବିଭିନ୍ନ ପ୍ରସିଦ୍ଧ ଶୈବପୀଠ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ସୁୁଅ ଛୁଟିଥିଲା । ଲହୁଣି, କ୍ଷୀର, ମହୁ, ଦହି, ଖୁଆ, ଘିଅ ଓ ଭାଙ୍ଗରେ ମିଶ୍ରିତ ଭୋଗ ପ୍ରଭୁଙ୍କୁ ଲାଗି କରାଯାଇଥିଲା ବୋଲି ପୂଜକ କହିଛନ୍ତି । ପ୍ରଭୁ ଶିବଙ୍କ ନିକଟରେ କେତକୀ ଫୁଲ ଲାଗି କଲେ ପାପ ବିଖଣ୍ଡିତ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏହାସହ କାଳସର୍ପ ଦୋଷ କଟେ ଓ ମଙ୍ଗଳ ଦୋଷ କଟେ ବୋଲି ବିଶ୍ବାସ ରହିଛି । ଏଠାରେ ଆଜି ରାତ୍ର 12ଟା ପରେ ମହାଦୀପ ଉଠିବ ବୋଲି ମନ୍ଦିର ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ ......ପବିତ୍ର ମହାଶିବରାତ୍ରୀ; ଉତ୍ସବ ମୁଖର ଲୋକନାଥ ପୀଠ, ଭୋର୍ 4 ଟାରେ ଉଠିବ ମହାଦୀପ

ସେହିପରି ବଙ୍ଗାଳି ସାହି ସ୍ଥିତ ଶୋଭନେଶ୍ବର ଶୈବପୀଠ, ଟୋଲା ଗୋପିନାଥପୁର ରାମେଶ୍ବର ଶୈବ ମନ୍ଦିର, ପିତାପଡାର ଅଙ୍ଗେଶ୍ବର ଶୈବପୀଠ, ନିର୍ଭରଣ ସ୍ଥିତ ଗ୍ରାମେଶ୍ବର ଶୈବପୀଠ ଏବଂ କାକଟପୁର ଅଞ୍ଚଳର ଦହିଖିଆ ସ୍ଥିତ ସୋମେଶ୍ୱର ,ସରିପୁର ସ୍ଥିତ ସିଦ୍ଧେଶ୍ୱର ଏବଂ ବାଙ୍ଗୁରୀ ନିକଟରେ ନୃତ୍ୟଶ୍ବର ଶୈବପୀଠ ଶହ ଶହ ବର୍ଷ ପୂର୍ବରୁ ପ୍ରାଚୀନଦୀ ତଟରେ ରହି ଆସିଛି । ସେହପରି ଫୁଲନଖରା ସ୍ଥିତ ଲକ୍ଷେଶ୍ଵର ମହାଦେବ ମନ୍ଦିର ,ବାଗଲପୁର ଠାରେ ଦକ୍ଷିଣେଶ୍ୱର ମହାଦେଶ ମନ୍ଦିର, କାଳିଆଘାଈ ନିକଟସ୍ଥ ଅନ୍ଧ କପିଳେଶ୍ୱର, ପଇଡ ପାଟଣା ନିକଟରେ ବେଲେଶ୍ବର ଓ ତ୍ରିବେଣୀଶ୍ବର ମହାଦେଶ ବିରାଜମାନ ହୋଇଛନ୍ତି । ଏଠାରେ ମଧ୍ୟ ଭକ୍ତଙ୍କ ଭିଡ଼ ଲାଗି ରହିଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.