ETV Bharat / state

ଜାଗର ପାଇଁ ଚଳଚଞ୍ଚଳ ମୟୂରଭଞ୍ଜର ନସ୍କୋରିଆ ଶୈବ ପୀଠ, ଆଜିବି ଦୃଷ୍ଟି ଆଢୁଆଳରେ - Mahashivratri

Mahashivratri: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ମୟୂରଭଞ୍ଜର କପିଳାସ ଭାବେ ବେଶ୍ ସୁପରିଚିତ ନସ୍କୋରିଆ ଶୈବ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ମହାଶିବରାତ୍ରୀ
ମହାଶିବରାତ୍ରୀ
author img

By ETV Bharat Odisha Team

Published : Mar 8, 2024, 6:34 PM IST

Updated : Mar 8, 2024, 7:22 PM IST

ନସ୍କୋରିଆ ଶୈବ ପୀଠ

ରାଇରଙ୍ଗପୁର: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ରାଜ୍ୟର ସମସ୍ତ ଶୈବ ପୀଠ ଆଜି ବେଶ ଚଳଚଞ୍ଚଳ ହୋଇ ଉଠିଛି । ମୟୂରଭଞ୍ଜର କପିଳାସ ଭାବେ ବେଶ୍ ସୁପରିଚିତ ନସ୍କୋରିଆ ଶୈବ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ନସ୍କୋରିଆ ଶୈବ ପୀଠ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ପାହାଡ଼ ଉପରେ ଅବସ୍ଥିତ ଥିବା ବେଳେ ଏଠାକୁ ଯିବା ପାଇଁ ଭକ୍ତଙ୍କୁ ବେଶ ପରିଶ୍ରମ କରିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଶୈବପୀଠର ମହତ୍ତ୍ଵ ।

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ଲୌହଖଣି ନିକଟସ୍ଥ ନସ୍କୋରିଆ ପାହାଡର ଗୁମ୍ଫା ମଧ୍ୟରେ ଶିବ ଲିଙ୍ଗ ଆବିର୍ଭାବ ହୋଇଥିବାରୁ ଏହି ପୀଠକୁ ନସ୍କୋରିଆ ଶୈବପୀଠ କୁହାଯାଏ । ପ୍ରସିଦ୍ଧ ନସ୍କୋରିଆ ଶୈବ ପୀଠଟି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରୁ ୯୬ କିମି ଓ ରାଇରଙ୍ଗପୁରରୁ ୧୩ କିମ ଦୂରରେ ଅବସ୍ଥିତ । ନସ୍କୋରିଆ ଶୈବ ପୀଠରେ ପହଞ୍ଚିବା ପାଇଁ ବିପଦପୂର୍ଣ୍ଣ ସଂକୀର୍ଣ୍ଣ ପ୍ରାକୃତିକ ଚଟାଣ ପଥ ଦେଇ ୧୮୦୦ ଫୁଟ ପାହାଡ଼ ଉପରକୁ ଚଢ଼ିବାକୁ ପଡେ । ଆଉ ପାହାଡ଼ର ଶୀର୍ଷରେ ଥିବା ପଥର ଗୁମ୍ଫାରେ ରହିଛି ବାବାଙ୍କ ପୀଠ । ଅନ୍ଧାର ସଂକୀର୍ଣ୍ଣ ପଥର ଗୁମ୍ଫାରେ ପଶି ବାବାଙ୍କୁ ଦର୍ଶନ କରିଥାନ୍ତି ଭକ୍ତ । କୁହାଯାଏ ଏଠାକୁ ଆସିଥିବା ଭକ୍ତଙ୍କର ସମସ୍ତ ମନକାମନା ନିଶ୍ଚିତ ପୂରଣ ହୋଇଥାଏ । ସେଥିପାଇଁ ଭକ୍ତ ନିଜର ମନବାଞ୍ଛା ପୂରଣ କରିବା ପାଇଁ ଏଠାକୁ ଧାଇଁ ଆସିଥାନ୍ତି । ଏହି ପୀଠର ମହତ୍ବକୁ ବୁଝି ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏଠାକୁ ଆସିଥାନ୍ତି ।

ମହାଶିବରାତ୍ରି ଓ ପଣା ସଂକ୍ରାନ୍ତି ଆଦି ଦୁଇ ପର୍ବ ବାବା ନସ୍କୋରିଆଙ୍କ ପୀଠରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳିତ ହୋଇଥାଏ। ଏହି ଦୁଇଟି ପର୍ବରେ ବହୁ ଜାକଜମକରେ ପାଳିତ ହୁଏ । ଆବିର୍ଭାବକୁ ନେଇ ଲୋକକଥା ରହିଛି ଯେ, ସୁଣ୍ଢଳ ଗ୍ରାମର ସିଦ୍ଧେଶ୍ବର ଧଳ ନାମକ ଜଣେ ଭୂମିଜ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବାବା ପ୍ରଥମେ ସ୍ବପ୍ନାଦେଶ ଦେଇଥିଲେ । ସେ ପାହାଡ଼ ଗୁମ୍ଫାରେ ବାବାଙ୍କ ପୂଜାର୍ଚ୍ଚନା ସହ ଦୀର୍ଘବର୍ଷ ଧରି ସାଧନାରତ ରହିଥିଲେ । ସେତେବେଳ ନସ୍କୋରିଆ ପାହାଡ଼ ଘଞ୍ଚ ଜଙ୍ଗଲ ଏବଂ ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଥିଲା । ବାବାଙ୍କ ସ୍ବପ୍ନାଦେଶ ପରେ ସେଠାରେ ସେ ପୂଜାର୍ଚ୍ଚନାର ବ୍ୟବସ୍ଥା କରିଥିଲେ । ସମୟକ୍ରମେ ସିଦ୍ଧେଶ୍ବରଙ୍କ ଦାୟାଦମାନେ ଓ ସୁଣ୍ଢଳ ଗ୍ରାମବାସୀ ନସ୍କୋରିଆ ପୀଠର ରକ୍ଷଣାବେକ୍ଷଣା କରି ଆସୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.... ପବିତ୍ର ମହାଶିବରାତ୍ରୀ; ଉତ୍ସବ ମୁଖର ଲୋକନାଥ ପୀଠ, ଭୋର୍ 4 ଟାରେ ଉଠିବ ମହାଦୀପ

ଦୁଃଖର ବିଷୟ ଏହିକି ଯେ, ପ୍ରାକୃତିକ ନୈସର୍ଗିକ ଶୋଭାରାଜିରେ ପରିପୂର୍ଣ୍ଣ ନସ୍କୋରିଆ ଶୈବ ପୀଠଟି ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଥିବାରୁ ଆଜି ପର୍ଯ୍ୟନ୍ତ କୌଣସି ବିକାଶ ହୋଇପାରିନାହିଁ । ମୁଖ୍ୟ ରାସ୍ତାରୁ ୨୮୦୦ ଫୁଟ ଦୂର ଓ ୧୮୦୦ ଫୁଟ ଉଚ୍ଚରେ ଥିବା ଏହି ଶୈବପୀଠକୁ ଯିବା ପାଇଁ ଭଲ ରାସ୍ତା ଟିଏ ନଥିବା ବେଳେ ବିପଦପୂର୍ଣ୍ଣ ଭାବେ ଅଣଓସାରିଆ ପଥର ଚଟାଣ ରାସ୍ତାରେ ଯିବାକୁ ପଡେ । ଶୈବ ପୀଠର ଉନ୍ନତିକରଣ, ପାହାଚ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଗଲେ ରାଜ୍ୟ ତଥା ରାଜ୍ୟ ବାହାରୁ ଆହୁରି ଅନେକ ଧାର୍ମିକ ପର୍ଯ୍ୟଟକଙ୍କ ସମାଗମ ହୋଇ ପାରନ୍ତା ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Mar 8, 2024, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.