ETV Bharat / state

'ସାଂସ୍କୃତିକ-ଐତିହାସିକ ଗୌରବ ବହନ କରୁଥିବା ସ୍ଥାନକୁ ମିଳିବ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା' - TOURISM DEPARTMENT REVIEW MEETING

author img

By ETV Bharat Odisha Team

Published : Jun 21, 2024, 2:00 PM IST

Deputy CM review meeting: ପର୍ଯ୍ୟଟନ ବିଭାଗ ନେଇ ସମୀକ୍ଷା ବୈଠକ କଲେ ଉପମୁଖ୍ୟମନ୍ତ୍ରୀ । ସାଂସ୍କୃତିକ - ଐତିହାସିକ ଗୌରବ ବହନ କରୁଥିବା ସ୍ଥାନଗୁଡ଼ିକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ଲାଗି ନିର୍ଦ୍ଦେଶ । ଅଧିକ ପଢନ୍ତୁ

Deputy CM review meeting
Deputy CM review meeting (ETV BHARAT ODISHA)

ଭୁବନେଶ୍ୱର: ପର୍ଯ୍ୟଟନ ବିଭାଗର କାର୍ଯ୍ୟଧାରା ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିଭାଗର ବିଭିନ୍ନ ରୂପରେଖ ଓ କାର୍ଯ୍ୟଧାରା ସଂପର୍କରେ ବରିଷ୍ଠ ଅଧିକାରୀ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ, ଜାରି ରହିଥିବା ସ୍ୱତନ୍ତ୍ର ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଯୋଜନା ସଂପର୍କରେ ଅଧିକାରୀମାନେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଗୁରୁବାର ପର୍ଯ୍ୟଟନ ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

କେନ୍ଦ୍ରୀୟ ଯୋଜନାରେ ପରିଚାଳିତ ପ୍ରସାଦ ଏବଂ ସ୍ୱଦେଶ ଦର୍ଶନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପକୁ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିବା ସହ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କର୍ମଚାରୀ ଓ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ସହ ଗାଇଡ଼ ଏବଂ ପର୍ଯ୍ୟଟନ ସହ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଆବଶ୍ୟକ ତାଲିମ ପ୍ରଦାନ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଆ ଖାଦ୍ୟ ପରମ୍ପରାର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳିତ ବିଭିନ୍ନ ଆଉଟଲେଟରେ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ପ୍ରାଥମିକତା ଦେବାକୁ ଉପମୁଖ୍ଯମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ; ଅଙ୍ଗନବାଡିର ଭିତ୍ତିଭୂମି ବିକାଶ, ସଦସ୍ୟଙ୍କୁ ଗୁଣବତ୍ତା ତାଲିମ ଓ ବୀମା ସୁବିଧା - DEPUTY CM PRAVATI PARIDA

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ନୂତନ ସ୍ଥାନକୁ ଯୋଡ଼ିବା, ରାଜ୍ୟର ଅବହେଳିତ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ, ବିଭିନ୍ନ ଗ୍ରାମାଞ୍ଚଳରେ ସାଂସ୍କୃତିକ-ଐତିହାସିକ ଗୌରବ ବହନ କରୁଥିବା ସ୍ଥାନଗୁଡ଼ିକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟରେ ପର୍ଯ୍ୟଟନ ସମ୍ଭାବନାର ଅଭିବୃଦ୍ଧି କରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଓ ପର୍ଯ୍ୟଟନ ବିଭାଗ ସହ ଜଡ଼ିତ ଅଂଶୀଦାରମାନଙ୍କୁ ପ୍ରୋତ୍ସାହନ ଦେବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ ଅତିରିକ୍ତ ଶାସନ ସଚିବ ବାଳମୁକୁନ୍ଦ ଭୂୟାଁ ଓ ଅନନ୍ତ ନାରାୟଣ ସିଂ ଲାଗୁରୀ, ଯୁଗ୍ମ ଶାସନ ସଚିବ ସରୋଜ କୁମାର ସ୍ୱାଇଁ, ବିତ୍ତ ପରାମର୍ଶଦାତା ରାଜକିଶୋର ପଲେଇ, ଓଟିଡିସିର ସାଧାରଣ ପରିଚାଳକ ଡ. ଲଲାଟେନ୍ଦୁ ସାହୁ, ଅତିରିକ୍ତ ନିର୍ଦ୍ଦେଶକ ବିଶ୍ୱଜିତ ରାଉତରାୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.