ଭୁବନେଶ୍ବର: ରାଜ୍ୟର ସରକାରୀ କଲେଜ ଗୁଡି଼କରେ ଥିବା ବିଭିନ୍ନ ପଦବୀର ତଥ୍ୟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଲାବ୍ରୋଟୋରୀ ଆସିଷ୍ଟାଣ୍ଟ ଏବଂ ଷ୍ଟୋର କିପର୍ ସମ୍ପର୍କରେ ତଥ୍ୟ ଲୋଡ଼ିଛି ବିଭାଗ । କଲେଜଗୁଡିକରେ କେଉଁ ବିଭାଗରେ କେତେ ପଦବୀ ଖାଲି ପଡ଼ିଛି କେତେ ପଦବୀ ପୂରଣ ହୋଇଛି ସେନେଇ ତୁରନ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଥିବା ସରକାରୀ କଲେଜରେ ଗବେଷଣାଗାର କିଭଳି ଚାଲିଛି ଏବଂ ଏହାର ଭିତ୍ତିଭୂମିରେ ଉନ୍ନତି କିଭଳି ହୋଇପାରିବ ସେନେଇ ପଦକ୍ଷେପ ନିଆଯାଉଛି । ତେବେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଭୂଗୋଳ, ଆନ୍ଥ୍ରୋପୋଲୋଜିର ତଥ୍ୟ ମାଗିଛି ଉଚ୍ଚଶିକ୍ଷା ବିଭାଗ । ସେହିପରି ଶିକ୍ଷା, ଭୂବିଜ୍ଞାନ, ଗୃହ ବିଜ୍ଞାନ, ମନୋବିଜ୍ଞାନ, ପରିସଂଖ୍ୟାନ ଭଳି ଅନ୍ୟ ସମସ୍ତ ବିଷୟ ଗୁଡ଼ିକ ପାଇଁ ଥିବା ପଦବୀର ତଥ୍ୟ ମଗାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାଜ୍ୟରେ ରହିଥିବା ବିଭିନ୍ନ ବିଶ୍ଵ ବିଦ୍ୟାଳୟ ଗୁଡିକରେ ବହୁ ସଂଖ୍ୟକ ଅବସରପ୍ରାପ୍ତ ପ୍ରଫେସର ନିଯୁକ୍ତି ନେଇ ଚାଲିଛି ପ୍ରସ୍ତୁତି। ପାଠ ପଢ଼ାଇବାକୁ ପ୍ରଫେସର୍ ନାହାନ୍ତି କି ଫାଇଲ୍ କାମ କରିବାକୁ କର୍ମଚାରୀ ନାହାନ୍ତି। କେଉଁଠି ଲାଇବ୍ରେରୀରେ ଲାଇବ୍ରେରିଆନ୍ ଅଭାବ ରହିଛି ତ ଆଉ କେଉଁଠି ପ୍ରାକ୍ଟିକାଲରେ ସହଯୋଗ କରିବା ପାଇଁ ଲାବରେଟୋରିଆନ୍ ପଦବୀ ଖାଲି ପଡ଼ିଛି। ଏମିତି ନାହିଁ ନାହିଁରେ ଚାଲିଛି ରାଜ୍ୟର ଉଚ୍ଚଶିକ୍ଷା ବିଭାଗ। ଗୋଟିଏ କି ଦୁଇଟି ବିଶ୍ବବିଦ୍ୟାଳୟ ନୁହେଁ ବରଂ ସାରା ଓଡ଼ିଶାରେ ଥିବା ୧୩ଟି ସରକାରୀ ବିଶ୍ବବିଦ୍ୟାଳୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଏଭଳି ଅବ୍ୟବସ୍ଥା ଭିତରେ ରାଜ୍ୟରେ ଥିବା ବଡ଼ ବଡ଼ ନାମୀ ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି।
ଏହା ମଧ୍ୟ ପଢନ୍ତୁ...ଶିକ୍ଷା କ୍ଷେତ୍ରରେ ବରଗଡ଼ର ଉତ୍ତମ ପ୍ରଦର୍ଶନ, ବିଇଓକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ଏହା ମଧ୍ୟ ପଢନ୍ତୁ...ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଧରାଶାୟୀ କରୁଛନ୍ତି ସରକାର: ଏବିଭିପି
୧୩ଟି ବିଶ୍ଵବିଦ୍ୟାଳୟରେ ପିଜି ପାଇଁ ମୋଟ୍ ୨୯୮ ବିଭାଗ ରହିଥିବାବେଳେ ୟୁଜିରେ ରହିଛି ୧୫୭ଟି ବିଭାଗ। ତେବେ ଏହି ସମସ୍ତ ବିଶ୍ଵବିଦ୍ୟାଳୟରେ ପ୍ରଫେସର ସଂଖ୍ୟା ରହିଛି ୨୬୦। ସେହିପରି ଆସୋସିଏଟ୍ ପ୍ରଫେସର ୫୧୮ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୧ ହଜାର ୦୨୨ ରହିଛି। ବିଶ୍ଵବିଦ୍ୟାଳୟରେ ୧୮ଶହ ପ୍ରଫେସର ଶିକ୍ଷାଦାନ କରୁଛନ୍ତି। ଅନ୍ୟପଟେ ଏହି ସମସ୍ତ ବିଶ୍ଵବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଫେସର ସଂଖ୍ୟା ୩୪ ରହିଥିବାବେଳେ ଆସୋସିଏଟ୍ ପ୍ରଫେସର ୨୨୬ ଜଣ ଓ ଆସିଷ୍ଟାଣ୍ଟ ପ୍ରଫେସର ସଂଖ୍ୟା ୯୩୨ ଜଣ ରହିଛନ୍ତି । ଏହାସହ ୧ ହଜାର ୧୯୨ ଜଣ ଅବସରପ୍ରାପ୍ତ ପ୍ରଫେସରଙ୍କୁ ନିଯୁକ୍ତି ନେଇ ଚାଲିଛି ଯୋଜନା।
ଇଟିଭି ଭାରତ, ଭୁବନେଶ୍ବର