ETV Bharat / state

ରାଜ୍ୟରୁ ଶୀତ ଗାଏବ, ଘନକୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି - ରାଜ୍ୟରେ ଘନ କୁହୁଡ଼ି

Odisha Weather Update: ରାଜ୍ୟରୁ ଉଭାନ ହୋଇଛି ଶୀତ । ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି । ଅଧିକ ପଢ଼ନ୍ତୁ

ରାଜ୍ୟରୁ ଉଭାନ ହୋଇଛି ଶୀତ
ରାଜ୍ୟରୁ ଉଭାନ ହୋଇଛି ଶୀତ
author img

By ETV Bharat Odisha Team

Published : Feb 5, 2024, 9:08 PM IST

ରାଜ୍ୟରୁ ଉଭାନ ହୋଇଛି ଶୀତ

ଭୁବନେଶ୍ୱର: ରାଜ୍ୟରୁ ଉଭାନ ହୋଇଛି ଶୀତ । ଧିରେ ଧିରେ ଶୀତର ପ୍ରକୋପ ହ୍ରାସ ପାଉଥିବା ବେଳେ ଶୀତ ଦାଉରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି । ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା ସହିତ ଫେବୃୟାରୀ ଆରମ୍ଭରୁ ତାତି ଭଢ଼ିବା ଆରମ୍ଭ ହୋଇଛି । ତେବେ ଓଡ଼ିଶାରୁ ଶୀତ ଅପସରି ଯାଉଥିବା ବେଳେ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଛି ।

ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ଥିବା ବେଳେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତ ଶୁଖିଲା ରହିବ । ବର୍ତ୍ତମାନ ରାଜ୍ୟରେ ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନାହିଁ । ବଙ୍ଗୋପସାଗରରେ ଗୁରୁଚାପ ବଳୟ ସହ ନିର୍ମଳ ଆକାଶ ଓ ରାତ୍ରି ସମୟରେ ବାୟୁ ଚଳାଚଳର ନିଷ୍କ୍ରିୟତା ଯୋଗୁଁ ଆଜି ରାଜ୍ୟର ବିଭିନ୍ନ ଅଂଚଳରେ ଘନ କୁହୁଡି ଦେଖିବାକୁ ମିଳିଛି । ବିଶେଷ କରି କଟକ ଭୁବନେଶ୍ୱରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । କଟକରେ ୬୦ ମିଟର ସହ ଭୁବନେଶ୍ୱରରେ ୫୦ ମିଟର ଘନ କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ଗୁରୁଚାପ ବଳୟ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ କରି ଉପକୂଳ ଓ ଏହାର ପାଶ୍ୱବର୍ତ୍ତୀ, ଉତ୍ତର ଓଡ଼ିଶାର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ଘନ କୁହୁଡି ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।

୫୦ରୁ ୨୦୦ ମିଟରର ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନା ଥିବାରୁ ଏହି ସମୟରେ ରାସ୍ତାରେ ବିଶେଷ କରି ଜାତୀୟ ରାଜପଥରେ ଯିବା ସମୟରେ ସତର୍କତାର ସହ ଯିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ଘନ କୁହୁଡିର ସମ୍ଭାବନା ଥିବା ବେଳେ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି । ଜିଲ୍ଲା ଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ଗଂଜାମ, ଗଜପତି, ନୟାଗଡ, କୋରାପୁଟ, କନ୍ଧମାଳ ଓ ରାୟଗଡା । ସେହିପରି ଆସନ୍ତାକାଲି ୯ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ.....ରାଜ୍ୟରେ ଘନ କୁହୁଡିର ଆସ୍ତରଣ, ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସେପଟେ ଗତ ୨୪ ଘଣ୍ଟାରେ ପାଗ ଶୁଖିଲା ରହିବା ସହ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଯାଇଛି । ଯାଜପୁର, ନୟାଗଡ, ଗୋପାଳପୁର, କଟକ, ଢେଙ୍କାନାଳ ଓ ଭୁବନେଶ୍ୱରରେ ୫୦ ମିଟରର ଘନ କୁହୁଡି ଦୃଶ୍ୟମାନ ହୋଇଥିଲା । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଜି ଉଦୟଗିରିରେ ୧୦.୦ ମିମି ରେକର୍ଡ ହୋଇଛି । ରାଜ୍ୟରେ ଶୀତ କମିବା ସହ ତାପମାତ୍ରା ସବୁସ୍ଥାନରେ ସ୍ୱାଭାବିକ ହେଉଥିବା ବେଳେ ଆଗକୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.