ETV Bharat / state

ଚିନ୍ତା ବଢାଇପାରେ ଡେଙ୍ଗୁ, ଜିଲ୍ଲା ଗୁଡିକୁ ଆଗୁଆ ସତର୍କ ସୂଚନା - Dengue related Precautionary

author img

By ETV Bharat Odisha Team

Published : May 18, 2024, 8:12 PM IST

How Can Prevent Dengue: ଲୋକମାନେ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ କେଉଁ ସାବଧାନତା ଅବଲମ୍ବନ କରିପାରିବେ ଏ ବାବଦରେ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ପଢନ୍ତୁ ଏହି ରିପୋର୍ଟ

How Can Prevent Dengue
How Can Prevent Dengue (ETV Bharat Odisha)

ଭୁବନେଶ୍ବର: ଡେଙ୍ଗୁ ମୁକାବିଲା ପାଇଁ ରାଜ୍ୟରେ ଆଗୁଆ ସତର୍କତା । ପ୍ରତିବର୍ଷ ଦେଶର ଯେଉଁ କେତୋଟି ରାଜ୍ୟରେ ଡେଙ୍ଗୁ ରୋଗ ବ୍ୟାପୁଛି ସେହି ରାଜ୍ୟ ତାଲିକାରେ ଓଡ଼ିଶା ରହିଛି । ଗତବର୍ଷ ଓଡ଼ିଶାରେ ଡେଙ୍ଗୁ ସଂକ୍ରମଣ ଭୟଙ୍କର ହୋଇଥିଲା । ଏହାରି ମଧ୍ୟରେ ଭୁବନେଶ୍ବର ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ରାଜ୍ୟରେ ଅନେକ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର ହୋଇଥିଲା । ଏପରିକି ଗତବର୍ଷ କେବଳ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫ ହଜାର ଟପିଥିଲା । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ଆଗୁଆ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ ୨୦୧୮ ମସିହାରୁ ରାଜ୍ୟରେ ଲଗାତାର ଭାବରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନଜରରେ ରଖି ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ଚଳିତ ବର୍ଷ ଗତ ମଧ୍ୟ ବର୍ଷ ଅପେକ୍ଷା ବର୍ଷା ଆରମ୍ଭ ହୋଇଯାଇଛି । ଅନେକ ସ୍ଥାନରେ ଡେଙ୍ଗୁ ରିପୋର୍ଟ ଆସିଲାଣି । ତେବେ ଏହାକୁ ନେଇ ଗତକାଲି ଏକ ସମୀକ୍ଷା ବୈଠକ ହୋଇଥିଲା । ସମସ୍ତ ସ୍ଥିତି ଅନୁଧ୍ୟାନ କରାଯାଉଛି । ଆଗୁଆ ଜିଲ୍ଲା ମାନଙ୍କୁ ସତର୍କ କରାଯାଇଛି । ତେବେ ପ୍ରତି ବର୍ଷ ଡେଙ୍ଗୁ ଧୀରେ ଧୀରେ ବଢିବାରେ ଲାଗିଛି । ତେବେ ରାଜ୍ୟରେ ୪୧ଟି ଟେଷ୍ଟିଂ କେନ୍ଦ୍ର ରହିଥିବା ବେଳେ ଭୁବନେଶ୍ବରରେ ୩ଟି ସ୍ଥାନରେ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି । ପ୍ରଥମ ଜିନିଷ ହେଉଛି ଡେଙ୍ଗୁ ଯେଉଁ ବାହାକ ମଶା ତାର ଲାଭା ନଷ୍ଟ କରାଯିବ । ଯେଭଳି ଭାବରେ ଦିନରେ କୌଣସି ମଣିଷକୁ ମଶା ନକାମୁଡେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ।

ଏହା ମଧ୍ୟ ପଢ଼ନ୍ତୁ.. ନୀଳକଣ୍ଠ ମିଶ୍ର ହେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ - Dr Nilakantha Mishra

ଡେଙ୍ଗୁର ଔଷଧ କିଛି ନଥିବା ବେଳେ କେବଳ ସଚେତନତା ହିଁ ଡେଙ୍ଗୁ ମୃତ୍ୟୁରୁ ବଞ୍ଚାଇ ପାରିବ । ପ୍ରଥମ କରି ଖାଲି ପାତ୍ରରେ ପାଣି ଜମିବାକୁ ଦେବା ନାହିଁ । ଘରର ଚାରି ପାଖରେ ସଫା କରିବା ଆବଶ୍ୟକ । ଡେଙ୍ଗୁ ପାଇଁ ଆବଶ୍ୟକ ସଚେତନତା ପଦକ୍ଷେପ ନିଆଯାଇଛି । କଟକ, ଭୁବନେଶ୍ୱର, ମାଲକାନଗିରି ଏବଂ ପୁରୀ ଆଦି ସହର ପାଇଁ ବିଶେଷ ଗୁରୁତ୍ଵ ଦିଆଯାଉଛି । ତେବେ ଗତଥର ଏହି ଜିଲ୍ଲା ଗୁଡ଼ିକରେ ଡେଙ୍ଗୁ ସଂଖ୍ୟା ବଢିଥିଲା । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଡେଙ୍ଗୁ ପାଇଁ ଡେଙ୍ଗୁ ୱାର୍ଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବ ପ୍ରସ୍ତୁତିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗ୍ରାଉଣ୍ଡ ଲେବେଲରେ ବିଭିନ୍ନ ପଦକ୍ଷେପ ନେବା ପାଇଁ କୁହାଯାଇଛି । ବସ୍ତି ଅଞ୍ଚଳରେ ବିଶେଷ କରି ସଚେତନତା ଆବଶ୍ୟକ ରହିଥିବାରୁ ସେଠାରେ ସଚେତନ କରାଯିବ । ପାଣି କିଭଳି ଭାବରେ ଜମା ନରୁହେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଉଛି । ଏହି ମଶା ବିଶେଷଭାବେ ଦିନରେ କାମୁଡ଼ିଥାନ୍ତି, ତେଣୁ ଦିନ ସମୟରେ ମଶା କାମୁଡିବାଠୁ ଦୂରେଇ ରହିବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.