ETV Bharat / state

କେନ୍ଦୁଝରରେ ବଢୁଛି ଆମ୍ବର ଚାହିଦା, ରୋଜଗାରର ପାଲଟିଛି ମାଧ୍ୟମ - Demand for local mango varieties

author img

By ETV Bharat Odisha Team

Published : Jun 2, 2024, 9:21 PM IST

Demand for local mango: ଚାହିଦାରେ ଦେଶୀ ଆମ୍ବ । ରାଜ୍ୟରେ ଆମ୍ବର ବେଶ ଚାହିଦା ରହିଥିବା ବେଳେ ଲାଭବାନ ହେଉଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ

Demand for local mango
Demand for local mango (ETV Bharat Odisha)

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଏକ ବଣ ଜଙ୍ଗଲ ଭରା ଅଞ୍ଚଳ । ଏହି ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ବହୁ ପ୍ରକାରର ଫଳ ବୃକ୍ଷ ଦେଖିବାକୁ ମିଳିଥାଏ । ବିଶେଷ କରି ଆମ୍ବ ଗଛ ବହୁଳ ଭାବରେ ଅଞ୍ଚଳରେ ଦେଖିବାକୁ ମିଳେ । ଜିଲ୍ଲାର ତେଲକୋଇ, ଘଟଗାଁ, ହରିଚନ୍ଦନପୁର, ପାଟଣା ଅଞ୍ଚଳରେ ଦେଶୀ ଆମ୍ବ ସହ ବିଦେଶୀ ଆମ୍ବ ମଧ୍ୟ ଭରପୁର ଭରି ରହିଥିବା ଦେଖିବାକୁ ମିଳେ । ଯାହାର ଚାହିଦା ଢେର ରହିଥାଏ ।

କେନ୍ଦୁଝର ଜିଲ୍ଲାରେ ବିଶେଷ କରି ଦେଶୀ ସୁଢ଼ି ଆମ୍ବ ଭରପୁର ଥିବାବେଳେ ଆମ୍ରପଲି, ମଲ୍ଲିକା, ସୁନ୍ଦରୀ, ହେମସାଗର, ଦୋଷରି, ବାଇଗଣ ପଲେଇ, କ୍ଷୀରସାଗର ଭଳି ବହୁ ପ୍ରକାର ଭିନ୍ନ ପ୍ରଜାତିର ଆମ୍ବ ଚାଷ ହୋଇଥାଏ । ଯାହା ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଛି । ବିଶେଷ କରି ଏହି ଚାରି ମାସରେ ଆମ୍ବ ମିଳୁଥିବା ବେଳେ ଲୋକ ଆମ୍ବ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । ସେଥିପାଇଁ ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇଥାଏ ଏହି ମିଠା ଏବଂ ସୁସ୍ବାଦୁ ଆମ୍ବ । ତେବେ କେବଳ ରାଜ୍ୟରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ଏହି ଆମ୍ବର ବେଶ ଚାହିଦା ରହିଛି । ବହୁ ସ୍ଥାନରେ ବେପାରୀ ସିଧାସଳଖ ଆମ୍ବ ବାଗିଚା ବା ତୋଟାରୁ ଆମ୍ବ ତୋଳି ନେଇ ବଜାର ବିକ୍ରି କରିବା ସହିତ ରାଜ୍ୟ ବାହାରକୁ ପଠାଇଥାନ୍ତି । ଆଉ କିଛି ଚାଷୀ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟକୁ ଆଣି ଗ୍ରାହକଙ୍କୁ ସିଧାସଳଖ ବିକ୍ରି କରିଥାନ୍ତି । ଏହା ଦ୍ବାରା ଚାଷୀ ଭଲ ଲାଭ କରୁଥିବା ପ୍ରକାଶ କରିଛନ୍ତି କିଛି ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ.. ଦିଲ୍ଲୀରେ କଳାହାଣ୍ଡି ଆମ୍ବର ଚାହିଦା, ପ୍ରଥମ ପର୍ଯ୍ୟାୟରେ ଗଲା ୨ ମେଟ୍ରିକ୍ ଟନ - Kalahandi Mangoes Export To Delhi

କେନ୍ଦୁଝର ଜିଲ୍ଲାରେ ଆମ୍ବ ବେପାରୀଙ୍କ କହିବା ଅନୁସାରେ, କିଲୋ ପିଛା ୫୦ରୁ ୧୫୦ ପର୍ଯ୍ୟନ୍ତ ଦରରେ ଏବେ ଆମ୍ବ ବିକ୍ରି ହେଉଛି । ଗ୍ରାହକ ମଧ୍ୟ ଆମ୍ବ ନିଜ ହାତ ପାହାନ୍ତାରେ ପାଇ ବେଶ ଖୁସି ବ୍ୟକ୍ତ କରୁଥିବା ବେଳେ ଆମ୍ବର ବେଶ ମଜା ନେଉଛନ୍ତି । କେନ୍ଦୁଝର ଆମ୍ବର ବେଶ ଚାହିଦା ଥିବାବେଳେ କେବଳ ଜିଲ୍ଲାରେ ନୁହେଁ କଟକ, ଭୁବନେଶ୍ୱର ଓ ରାଜ୍ୟ ବାହରକୁ ମଧ ଆମ୍ବ ବିକ୍ରି ପାଇଁ ପଠାଯାଇଥାଏ । ତେବେ ଜିଲ୍ଲା ତଥା ଜିଲ୍ଲା ବାହାରେ ଥିବା ଆମ୍ବର,ଚାହିଦାକୁ ଦେଖି ଆମ୍ବର ପକ୍ରିୟାକରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କଲେ ଚାଷୀ ବିଶେଷ ଲାଭବାନ ହେବେ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.