ETV Bharat / state

କେବେ ସରିବ ସୁବର୍ଣ୍ଣପୁର ରିଂରୋଡ଼ କାର୍ଯ୍ୟ, ହେବ କି ନିର୍ବାଚନୀ ପ୍ରସଙ୍ଗ ? - SUBARNAPUR ring road ISSUE

author img

By ETV Bharat Odisha Team

Published : Apr 1, 2024, 9:29 AM IST

SUBARNAPUR RING ROAD ISSUE: ସୁବର୍ଣ୍ଣପୁରରେ ସରଗରମ ରାଜନୀତି । 12 ବର୍ଷ ହେଲା ରିଂରୋଡ଼ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସରିବାର ନାଁ ନେଉନାହିଁ । ଯଥାଶୀଘ୍ର ଏହାର କାର୍ଯ୍ୟ ସାରିବା ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ

କେବେ ସରିବା ସୁବର୍ଣ୍ଣପୁର ରିଂରୋଡ଼ କାର୍ଯ୍ୟ , ହେବ କି ନିର୍ବାଚନୀ ପ୍ରସଙ୍ଗ !

ରିଂରୋଡ଼ କାର୍ଯ୍ୟ

ସୁବର୍ଣ୍ଣପୁର: ଆଗକୁ ସାଧାରଣ ନିର୍ବାଚନ । ଜିଲ୍ଲାରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଛି । ଏହି ସମୟରେ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ପୂରଣ ଓ ଜିଲ୍ଲାର ବିକାଶ ଆଦି ଭିତରେ ରିଙ୍ଗ ରୋଡ଼ ଅନ୍ୟତମ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହୋଇ ଉଭା ହୋଇଛି । ମହାନଦୀ କୂଳରେ ଗଢି ଉଠିଥିବା ଏହି ପ୍ରାଚୀନ ଐତିହାସିକ ମନ୍ଦିର ମାଳିନୀ ସହରକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମହାନଦୀ ପୋଲ ଠାରୁ ଆରମ୍ଭ କରି ତେଲନଦୀ ପୋଲ ଯାଏଁ ରିଂରୋଡ଼ ତିଆରି କରାଯାଉଛି ।

ଆଜକୁ ପ୍ରାୟ 12 ବର୍ଷ ହେଲା ରିଂରୋଡ଼ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଏଯାଏଁ କାମ ସରିବାର ନାଁ ଧରୁନାହିଁ । ଇତିମଧ୍ୟରେ ଦୁଇ ଦୁଇଟି ରାଜ୍ୟ ବିଧାନସଭା ଓ ସାଂସଦ ନିର୍ବାଚନ ସରିଛି । ନିର୍ବାଚନ ଆସିଲେ ପୁଣି ରିଂରୋଡ଼ ନିର୍ବାଚନ ସମସ୍ୟା ଭାବେ ଉଭା ହେଉଛି । ରାଜନୈତିକ ଦଳ ଗୁଡିକ ପକ୍ଷରୁ ଅନେକ ପ୍ରତିଶ୍ରୁତି ମିଳୁଛି ହେଲେ ଏହି ପ୍ରକଳ୍ପର କାର୍ଯ୍ୟ ଆଗେଇ ପାରୁନାହିଁ । ମନ୍ଥର ଗତିରେ ଚାଲିଛି କାମ । ଗୋଟିଏ ଦଶନ୍ଧି ଯାଏଁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି । ଜିଲ୍ଲାର ତେଲନଦୀ କୂଳରେ ପ୍ରାୟ 2 କିଲୋମିଟର ରିଂରୋଡ଼ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମହାନଦୀ କୂଳରେ ଦଶମତୀ ଘାଟରୁ କୁମ୍ଭାରପଡା ଯାଏଁ ଏବେ ପୋଲ ତିଆରି କାର୍ଯ୍ୟ ଚାଲିଛି ।

ଜିଲ୍ଲା ପୂର୍ତ୍ତ ବିଭାଗ ଏହି କାର୍ଯ୍ୟକୁ ତିନି ବର୍ଷ ଭିତରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଥିଲେ ବି ନିର୍ଦ୍ଧାରିତ ସମୟ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ବିଶ୍ଵାସ କରି ହେଉନାହିଁ । ରିଂରୋଡ଼ ନିର୍ମାଣ ମାତ୍ର 50 ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆହୁରି 50 ପ୍ରତିଶତ କାର୍ଯ୍ୟ ଅଧପନ୍ତରିଆ ଭାବେ ପଡି ରହିଛି । ପ୍ରଥମେ ଏହି ବନ୍ୟା ସୁରକ୍ଷା ବନ୍ଧ ବା ରିଂରୋଡ଼ ଜଳସେଚନ ବିଭାଗର ଅଧୀନରେ କାର୍ଯ୍ୟ ହେଉଥିଲା । ହେଲେ ସହରର ମହାନଦୀ କୂଳେ କୂଳେ ଦଶମତୀ ଘାଟରୁ କୁମ୍ଭାରପଡା ପର୍ଯ୍ୟନ୍ତ ଏହି ରିଂବନ୍ଧର ଏକ ପୋଲ ତିଆରି କରିବା ପାଇଁ ଜିଲ୍ଲା ଗୃହ ଓ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ......ରାୟଗଡ଼ା ବିଜେଡ଼ିରେ ଟିକେଟ୍ ଝଡ଼: ଅନୁସୂୟାଙ୍କ ପ୍ରାର୍ଥୀତ୍ବକୁ ବିରୋଧ, ଚର୍ଚ୍ଚାରେ ଭାସ୍କର-ଅନୁସୂୟା ଭେଟଘାଟ - Anusuya Meets Bhaskar Rao

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2011 ମସିହା ଜାନୁଆରୀ 20 ତାରିଖରେ ଏହି ରିଂବନ୍ଧର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇ ବର୍ଷ ଭିତରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ 13 ବର୍ଷ ବିତିଯାଇଥିଲେ ମଧ୍ୟ ରିଂରୋଡ଼ କାର୍ଯ୍ୟ ଅଧା ବି ସରିନାହିଁ । ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କଲେ ସହରଟି ବନ୍ୟା ଦାଉରୁ ରକ୍ଷା ପାଇବା ସହିତ ଏହି ପ୍ରାଚୀନ ସହରର ଐତିହାସିକ କୀର୍ତ୍ତିରାଜିର ବି ସୁରକ୍ଷା ହୋଇପାରିବ । ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଅନେକବାର ରାଜ୍ୟ ଗୃହ ଓ ପୂର୍ତ୍ତ ବିଭାଗ ପାଖରେ ଦାବି ଆପତ୍ତି କରାଯାଇଛି ।

ଜିଲ୍ଲାର ଅନେକ ଅନୁଷ୍ଠାନ ପକ୍ଷରୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ହେଲେ ପ୍ରକଳ୍ପଟିକୁ ଯେପରି ସରକାର ଶେଷ କରିବାକୁ ଆନ୍ତରିକତା ନ ଥିବା ଜିଲ୍ଲାବାସୀ ହୃଦବୋଧ କରୁଛନ୍ତି । ପ୍ରକଳ୍ପ କାର୍ଯ୍ୟ ଧିମା ପଡିଥିବାରୁ ଏଥର ରାଜ୍ୟ ବିଧାନସଭା ନିର୍ବାଚନରେ ପୁଣି ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହୋଇଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.