ETV Bharat / state

ପୁନଃରୁଦ୍ଧାର ଖୋଜୁଛି ଐତିହାସିକ ଖୋର୍ଦ୍ଧାଗଡ଼ - ପୁନଃରୁଦ୍ଧାର ଖୋଜୁଛି ଖୋର୍ଦ୍ଧାଗଡ଼

Restoration of Historical Khurdha Fort: ଖୋର୍ଦ୍ଧାଗଡ଼ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ରହିଛି । ଏହାର ପୁନଃରୁଦ୍ଧାର ପାଇଁ ବାରମ୍ବାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରିନାହିଁ । ଅଧିକ ପଢ଼ନ୍ତୁ

ପୁନଃରୁଦ୍ଧାର ଖୋଜୁଛି ଐତିହାସିକ ଖୋର୍ଦ୍ଧାଗଡ଼
ପୁନଃରୁଦ୍ଧାର ଖୋଜୁଛି ଐତିହାସିକ ଖୋର୍ଦ୍ଧାଗଡ଼
author img

By ETV Bharat Odisha Team

Published : Jan 20, 2024, 10:05 PM IST

ପୁନଃରୁଦ୍ଧାର ଖୋଜୁଛି ଐତିହାସିକ ଖୋର୍ଦ୍ଧାଗଡ଼

ଖୋର୍ଦ୍ଧା: ଭାରତର ଶେଷ ସ୍ୱାଧୀନ ଦୁର୍ଗ ତଥା ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ଼ । ବିରତ୍ବର କାହାଣୀ ବଖାଣୁ ଥିବା ଗଡ଼ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ରହିଛି । ରକ୍ଷଣାବେକ୍ଷଣ ଅଭାବରୁ ସ୍ଥାନେ ସ୍ଥାନେ ଫାଟ ସୃଷ୍ଟି ହେବା ସହ ଅନାବନା ଲତାବୁଦା ଗୁଡ଼ିକ ଦୁର୍ଗର ଶୋଭା ନଷ୍ଟ କରିବାରେ ଲାଗିଛି । ତେବେ ଏହାର ପୁନଃରୁଦ୍ଧାର ପାଇଁ ବାରମ୍ଭାର ସରକାରଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇପାରିନାହିଁ । ଖୋର୍ଦ୍ଧାଗଡ଼ର ପୁନଃରୁଦ୍ଧାର କରାନଗଲେ 22ରୁ ଧାରଣାରେ ବସିବେ ବରୁଣେଇ ଓ ଖୋର୍ଦ୍ଧାଗଡ଼ ବିକାଶ ପରିଷଦ ।

ଭାରତର ଶେଷ ସ୍ୱାଧୀନ ଦୁର୍ଗ ତଥା ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ହେଉଛି ଖୋର୍ଦ୍ଧାଗଡ଼ । ତେବେ ଏହାର ପୁନଃରୁଦ୍ଧାର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ 5ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ବରୁଣେଇ ଓ ଖୋର୍ଦ୍ଧାଗଡ଼ ବିକାଶ ପରିଷଦ ପକ୍ଷରୁ ନିବେଦନ କରାଯାଇଛି । ନିବେଦନ କରି ପରିଷଦର ସାଧାରଣ ସମ୍ପାଦକ ତଥା ଆଇନଜୀବୀ ନରେନ୍ଦ୍ର ପୃଷ୍ଟି ଓ ସଭାପତି ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ ଜଣାଇଛନ୍ତି । ତେବେ ବକ୍ସି ଜଗବନ୍ଧୁଙ୍କର ଶ୍ରାଦ୍ଧଦିବସ ଜାନୁଆରୀ 24 ତାରିଖ ପୂର୍ବରୁ ଐତିହ ସମ୍ପର୍ଣ୍ଣ ଖୋର୍ଦ୍ଧାଗଡ଼ର ପୁନଃରୁଦ୍ଧାର କରିବା ପାଇଁ ଦାବି କରାଯାଇଛି । ଦାବି ପୂରଣ ନହେଲେ ଆସନ୍ତା 22 ତାରିଖ ଠାରୁ ଶହ ଶହ ପାଇକ ଆସି ଖୋର୍ଦ୍ଧାର ପଞ୍ଚ ପାଇକ ପୀଠର ବକ୍ସିଙ୍କର ପ୍ରତିମୂର୍ତ୍ତି ନିକଟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛି ଖୋର୍ଦ୍ଧାଗଡ଼ ବିକାଶ ପରିଷଦ ।

ଏହା ମଧ୍ୟ ପଢ଼ନ୍ତୁ.... ସାରଥୀ ପ୍ରେମରେ ମସଗୁଲ ଶତାଧିକ ଭକ୍ତ, ଶ୍ରୀଚରଣ ପାଦୁକା ସତସଙ୍ଗକୁ ନେଇ ଚର୍ଚ୍ଚା

ସୂଚନା ଯୋଗ୍ୟ କି ଗତ ବର୍ଷ ଅଗଷ୍ଟ ମାସ 21 ତାରିଖ ଦିନ 5ଟି ଅଧକ୍ଷ ଭି.କେ. ପାଣ୍ଡିଆନ ଖୋର୍ଦ୍ଧାକୁ ଅଭିଯୋଗ ଗ୍ରହଣ କରିବାକୁ ଆସିଥିଲା ବେଳେ ପରିଷଦ ତରଫରୁ ଖୋର୍ଦ୍ଧାଗଡ଼ର ପୁନଃରୁଦ୍ଧାର ପାଇଁ ଦାବିପତ୍ର ଦିଆଯାଇଥିଲା । ଏହାପରେ ପାଣ୍ଡିଆନ ସର୍ବପ୍ରଥମେ ଘୋଷଣା କରିଥିଲେ, ଖୋର୍ଦ୍ଧାଗଡ଼ର ପୁନଃରୁଦ୍ଧାର ପାଇଁ ସର୍ବଶ୍ରେଷ୍ଠ ପ୍ରାଧାନ୍ୟ ଦିଆଯିବ । ଆଉ ମଧ୍ୟ କହିଥିଲେ ଯେ, ଏ ବାବଦରେ ମୁଖ୍ୟମନ୍ତ୍ରୀ ସାତଦିନ ଭିତରେ ନିଶ୍ଚିତ ଶୁଭ ଖବର ଦେବେ । କିନ୍ତୁ 4 ମାସ ବିତିଯାଇଥିଲେ ମଧ୍ୟ କୌଣସି ଶୁଭ ଖବର ମିଳିପାରିଲା ନାହିଁ । ଯାହାଫଳରେ ଖୋର୍ଦ୍ଧାର ପାଇକଙ୍କର ଭାବାବେଗରେ ଆଘାତ ଲାଗିଛି ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛି ପରିଷଦ ।

ଖୋର୍ଦ୍ଧା ହେଉଛି ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରତୀକ । ଐତିହାସିକ ଦୃଷ୍ଟିକୋଣରୁ ଚିନ୍ତାକଲେ ଖୋର୍ଦ୍ଧାଗଡ଼ ହେଉଛି ଭାରତର ସବୁଠାରୁ ପବିତ୍ର ସ୍ଥାନ । ତେଣୁ ରାଜ୍ୟ ସରକାର ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ପାଇଁ ପ୍ରାଧାନ୍ୟ ନଦେଲେ ଖୋର୍ଦ୍ଧା ସ୍ଥିତ ପଞ୍ଚ ପାଇକଙ୍କ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ବରୁଣେଇ ଓ ଖୋର୍ଦ୍ଧା ଗଡ଼ ବିକାଶ ପରିଷଦର ସଭାପତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.