ETV Bharat / state

ଏସମା ସତ୍ତ୍ବେ ଆନ୍ଦୋଳନରେ ନର୍ସିଂ ଷ୍ଟାଫ୍, ବନ୍ଦ କଲେ ଜରୁରୀକାଳୀନ ଚିକିତ୍ସା, ସ୍ବାସ୍ଥ୍ୟମନ୍ତ୍ରୀ କହିଲେ.. - Nursing Staff Cease Work Strike

author img

By ETV Bharat Odisha Team

Published : 2 hours ago

Updated : 5 minutes ago

Nursing Staff On Strike: ନର୍ସିଂ କର୍ମଚାରୀ ସଂଘର ଦାବିକୁ ଶୁଣିଲେନି ସରକାର । ଏସମାକୁ ଖାତିର ନକରି ଜରୁରୀକାଳୀନ ଚିକିତ୍ସା ବନ୍ଦ କରି, କାର୍ଯ୍ୟବନ୍ଦ ଆନ୍ଦୋଳନରେ ହେଲେ ସାମିଲ । ରୋଗୀ ସେବା ପାଇଁ ଆଉଟ ସୋର୍ସିଂର ସହାୟତା ନେଲେ ସରକାର ।

Nursing Staff On Strike
Nursing Staff On Strike (ETV BHarat Odisha)

ଭୁବନେଶ୍ବର: ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନରେ ବସିଛନ୍ତି ନର୍ସିଂ ଷ୍ଟାଫ । ଦାବି ପୂରଣ ନହେଲେ ଆନ୍ଦୋଳନରୁ ଓହରିବେନି ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଜରୁରୀକାଳୀନ ଚିକିତ୍ସାରେ ରହି ରୋଗୀଙ୍କୁ ସେବା ଯୋଗାଇ ଆସୁଥିବା ନର୍ସିଂ କର୍ମଚାରୀ ଆଜିଠାରୁ ଜରୁରୀକାଳୀନ ଚିକିତ୍ସାରୁ ଓହରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ନର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ:

Nursing Staff On Cease Work Strike In SCB Medical (ETV Bharat Odisha)

ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ନର୍ସିଂ ଷ୍ଟାଫ । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଜାରି ରହିଛି ନର୍ସିଂ ଷ୍ଟାଫଙ୍କ ଆନ୍ଦୋଳନ । ସରକାର ଯେ ପର୍ଯ୍ୟନ୍ତ ସେମାନଙ୍କ ୧୦ ଦଫା ଦାବି ପୂରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇନାହାନ୍ତି, ସେପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ । ଦାବି ପୂରଣ ପାଇଁ ସରକାର ଯାହା କାର୍ଯ୍ୟନୁଷ୍ଠାନ ନେଲେ ବି ତାହା ସାମ୍ନା କରିବାକୁ ସେମାନେ ପ୍ରସ୍ତୁତ ବୋଲି ସିଧାସିଧା ଶୁଣାଇଛନ୍ତି । କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ, ଆଉଟ ସୋର୍ସିଂ ଷ୍ଟାଫଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ରୋଗୀସେବା ଚାଲିଛି ।

ଦାବି ପୂରଣ ନହେଲେ ଆନ୍ଦୋଳନରୁ ଓହରିବୁନି:

Nursing Employees Protest
Nursing Employees Protest (ETV Bharat Odisha)

ଏନେଇ କ୍ୟାପିଟାଲ ହସ୍ପିଟାଲ ଆନ୍ଦୋଳନରତ ନର୍ସ କହିଛନ୍ତି, "ଯେ ପର୍ଯ୍ୟନ୍ତ ଆମ ଦାବି ପୂରଣ ନେଇ ଆମକୁ ଲିଖିତ ପ୍ରତିଶ୍ରୁତି ଦିଆଯାଇ ନାହିଁ, ସେପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ଓହରିବୁ ନାହିଁ । ଆମର ସବୁ ଷ୍ଟାଫ ଆନ୍ଦୋଳନରେ ବସିଛୁ । ହସ୍ପିଟାଲରେ ଆଉଟ ସୋର୍ସିଂ କର୍ମଚାରୀ ଓ ନର୍ସିଂ ଛାତ୍ରଛାତ୍ରୀଙ୍କୁ ନେଇ ରୋଗୀ ସେବା ହେଉଛି । ଛାତ୍ରଛାତ୍ରୀମାନଙ୍କର ଟ୍ରେନିଂ ଶେଷ ହୋଇନି, ସେମାନେ ଆମଠାରୁ କାମ ଶିକ୍ଷୁଛନ୍ତି ସେମାନେ କିପରି ରୋଗୀ ସେବା କରିବେ ।"

ରୋଗୀସେବାରେ ଅସୁବିଧା ହେଉନାହିଁ:

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, "ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇନି । ଆଉଟସୋର୍ସିଂ ତଥା ନର୍ସିଂ ଛାତ୍ରଛାତ୍ରୀଙ୍କ ଜରିଆରେ ରୋଗୀଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ନର୍ସିଂ ଛାତ୍ରଛାତ୍ରୀ ମଧ୍ୟ ରୋଗୀସେବା କରୁଛନ୍ତି । ରୋଗୀସେବାରେ କୌଣସି ଅସୁବିଧା ହେଉନାହିଁ ।"

ବ୍ରହ୍ମପୁର MKCGରେ ରୋଗୀସେବା ବାଧାପ୍ରାପ୍ତ:

Nursing Staff On Cease Work Strike In Berhampur MKCG (ETV Bharat Odisha)

୩ ଦିନରେ ପହଞ୍ଚିଲାଣି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆନ୍ଦୋଳନ । ଗତ ୨ ଦିନ ଧରି ଜରୁରୀକାଳୀନ ଚିକିତ୍ସାରେ ରହି ରୋଗୀଙ୍କୁ ସେବା ଯୋଗାଇ ଆସୁଥିବା ନର୍ସିଂ କର୍ମଚାରୀ ଆଜିଠାରୁ ଜରୁରୀକାଳୀନ ଚିକିତ୍ସାରୁ ଓହରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ବ୍ରହ୍ମପୁର MKCG ମେଡିକାଲ ରୋଗୀସେବା ଉପରେ ପଡ଼ିଛି । ଦୀର୍ଘ ବର୍ଷ ଧରି ନିଜର ଦାବିକୁ ନେଇ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପରେ ଶେଷରେ କୌଣସି ସମସ୍ୟାର ସମାଧାନ ନହେବା ଯୋଗୁଁ ଗତ ୩ ଦିନ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ସାମିଲ ହୋଇଥିବା ନର୍ସିଂ କର୍ମଚାରୀ ୧୦ ଦଫା ଦାବି ନେଇ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ଏହାର ସିଧାସଳଖ ପ୍ରଭାବ ଆଇ.ସି.ୟୁ, ଶିଶୁରୋଗ ବିଭାଗର ଏସ୍.ଏନ୍.ସି.ୟୁ, କାଜୁଆଲଟି, ଭେଣ୍ଟିଲିଟର ରହିଥିବା ୱାର୍ଡରେ ବେଶ ପ୍ରଭାବିତ ହୋଇଥିବା ଦେଖାଯାଇଛି।

କଟକ SCBରେ ଆନ୍ଦୋଳନ:

Nursing Staff On Cease Work Strike In Capital Hospital (ETV Bharat Odisha)

ନର୍ସିଂ ଷ୍ଟାଫମାନେ ଅନ୍ଦୋଳନରେ ବସିବା ଫଳରେ କଟକ ଏସସିବି ମେଡିକାଲରେ ରୋଗୀସେବା ପ୍ରଭାବିତ ହୋଇଛି । ଜରୁରୀକାଳୀନ ସେବା ବନ୍ଦ କରିବା ପରେ ଏସସିବିର ସମସ୍ତ ବିଭାଗରେ ରୋଗୀସେବା ବ୍ୟାହତ ହୋଇଛି । ଏହି ବିବାଦକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ତୀଵ୍ରତର କରିଛନ୍ତି । ରାଜ୍ୟ ନର୍ସିଂ ସଂଘ ଦାବି କରିଛି ଯେ, ରାଜ୍ୟ ସରକାର ନର୍ସମାନଙ୍କୁ ନେଇ ଅଣଦେଖା କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଏସମା ଲାଗୁ ପରେ ବି ଆନ୍ଦୋଳନରେ ନର୍ସ; SCB, MKCGରେ ବିକ୍ଷୋଭ, ସରକାରଙ୍କ ସହ ଆଲୋଚନା ବିଫଳ - Nursing Employees Association

ଏହା ମଧ୍ୟ ପଢ଼ନ୍ତୁ...ଆନ୍ଦୋଳନରେ ନର୍ସ; ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଏଭଳି କହିଲେ କଂଗ୍ରେସ ନେତା - Congress on Nursing Staff Protest

ଏହା ମଧ୍ୟ ପଢ଼ନ୍ତୁ...SCB ହାଉସ ସର୍ଜନ ଓ ନର୍ସ ସଂଘ ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ: ସ୍ୱାସ୍ଥ୍ୟମନ୍ତ୍ରୀ - Nurse and House Surgeon Dispute

କଳାହାଣ୍ଡିରେ ଆନ୍ଦୋଳନ:

Nursing Staff On Strike (ETV Bharat Odisha)

ନର୍ସିଂ କର୍ମଚାରୀମାନେ ଆନ୍ଦୋଳନକୁ ଓହଲାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ନର୍ସିଂ କର୍ମୀ ଆନ୍ଦୋଳନକୁ ଓହ୍ଲାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଜରୁରୀକାଳୀନ ସେବା ଛାଡି ଅନ୍ୟ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସଂଘ ଆଜି ଠାରୁ ସମସ୍ତ ପ୍ରକାର କାର୍ଯ୍ୟବନ୍ଦ କରିଛନ୍ତି । ଫଳରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ସମସ୍ୟା ହୋଇଛି । ରାଜ୍ୟ ସରକାର ଦାବି ପୂରଣ ପାଇଁ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଛନ୍ତି । ସେପଟେ ଏନେଇ କଳାହାଣ୍ଡି ଜିଲ୍ଲା ନର୍ସିଂ ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର କହିଛନ୍ତି, "ଆମେ ଦୁଃଖିତ ଯେ, ଆଜି ରୋଗୀ ସେବାରେ ବ୍ୟାଘାତ ହୋଇଛି । ଆମେ ଏହା ଚାହିଁ ନଥିଲୁ । ସରକାରଙ୍କୁ ଆମେ ବିଗତ ମାସରେ ଜଣାଇଥିଲୁ । ସେହି ସମୟରେ ସରକାର ଗୋଟିଏ ମାସ ସମୟ ମାଗିଥିଲେ । ହେଲେ ସରକାର ଗୋଟିଏ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ନେଲେ ନାହିଁ । ସେଥିପାଇଁ ଗତ ୨ ଦିନ ଆମେ କେବଳ ଆନ୍ଦୋଳନ କରିଥିଲୁ । ହେଲେ କିଛି ସୁଫଳ ନ ମିଳିବାରୁ ଶେଷରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛୁ । ସରକାର ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଏମିତି ହିଁ ଚାଲିବ ।"

ସମ୍ବଲପୁରରେ ଆନ୍ଦୋଳନ:

Nursing Staff On Strike Sambalpur (ETV Bharat Odisha)

ସେପଟେ ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ମଧ୍ୟ ରୋଗୀ ସେବା ପ୍ରଭାବିତ ହୋଇଛି । ସମ୍ବଲପୁର ଜିଲ୍ଲାରେ ମୋଟ ୫୬୫ ଷ୍ଟାଫ ନର୍ସ ପଦବୀ ଥିବା ବେଳେ ଏଥରୁ ୩୦୬ ପଦବୀ ପୂର୍ଣ୍ଣ ରହିଛି, ବାକି ଖାଲି ରହିଛି । ଏହା ସହ ୧୩୭ଟି CHO ଅଛନ୍ତି । ତେବେ ଏମାନେ ସମସ୍ତେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଥିବା ବେଳେ ବିଭିନ୍ନ ବିଭିନ୍ନ ପ୍ରୋଜେକ୍ଟର ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟମାନଙ୍କୁ ତଥା ଏଏନଏମ, ଜିଏନଏମ ଟ୍ରେନିଂ ଛାତଛାତ୍ରୀମାନେ ରୋଗୀ ସେବାରେ ନିୟୋଜିତ ହୋଇଛନ୍ତି । ତେବେ ସେମାନଙ୍କ ଅଭିଜ୍ଞତା କମ ଥିବାରୁ SNCUରେ ଥିବା ଗୁରୁତର ଶିଶୁଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନାସ୍ତର କରାଯାଇଛି ।

ବଲାଙ୍ଗୀରରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ:

Nursing Staff On Strike Balangir (ETV Bharat Odisha)

ସେହିପରି ବଲାଙ୍ଗୀରରେ ମଧ୍ୟ ସବୁ ନର୍ସ ଓ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣା ଦେଇଛନ୍ତି । ଜିଲ୍ଲା ତମାମ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି । ତେବେ ଜିଲ୍ଲାର ସବୁ ଘରୋଇ ଓ ସରକାରୀ ନର୍ସିଂ କଲେଜ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଡାକ୍ତରଖାନାରେ ନିୟୋଜିତ କରାଯାଇଛି । ନର୍ସ ଓ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଆଜି ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ବଲାଙ୍ଗୀର ଜିଲ୍ଲାର ପଟଣାଗଡ, କଣ୍ଟାବାଞ୍ଜି, ଟିଟିଲାଗଡ଼ ଓ ବଲାଙ୍ଗୀରର ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ସମାନ ଅବସ୍ଥା ରହିଛି । ଯେଉଁଥିରେ କାର୍ଯ୍ୟରତ ଥିବା ସବୁ ନର୍ସ ଓ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରୀମାନେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିଛନ୍ତି । ଯାହାଫଳରେ ଜରୁରୀ ସ୍ୱାସ୍ଥ୍ୟ ସେବା ICUଠୁ ନେଇ ଅନ୍ୟାନ୍ୟ ସେବା ପ୍ରଭାବିତ ହୋଇଛି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ନର୍ସିଂ କର୍ମଚାରୀଙ୍କ ଦାବି ଉପରେ ଆଲୋଚନା ହେବ:

mukesh mahaling (ETV Bharat Odisha)

ଏନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ନର୍ସିଂ କର୍ମଚାରୀମାନେ ଦେଇଥିବା ଦାବିପତ୍ରକୁ ସରକାର ଗରୁତ୍ବର ସହ ନେଇଛନ୍ତି । ଗତକାଲି ମୋ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ପ୍ରେସ ବାର୍ତ୍ତା ମାଧ୍ୟମରେ ନର୍ସିଂ କର୍ମଚାରୀମାନଙ୍କୁ କାର୍ଯ୍ୟରେ ଯୋଗଦେବାପାଇଁ ଅପିଲ କରିଛୁ । ଆମ କମିଟି ନିଷ୍ପତ୍ତି ନେଇଛି ଯେ, ଆମେ ଏକ ଇଣ୍ଟର ଡିପାର୍ଟମେଣ୍ଟାଲ କମିଟି ଗଠନ କରିବୁ । ସେମାନଙ୍କ ଦାବିକୁ ବିଚାର ବିମର୍ଶ କରିବୁ । ସାରା ଓଡ଼ିଶାରେ ଯେଉଁ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନରେ ଅଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ, ସେମାନେ କାର୍ଯ୍ୟରେ ଯୋଗ ଦିଅନ୍ତୁ । ଯେଉଁ ଦାବି କରିଛନ୍ତି ତା ଉପରେ ଇଣ୍ଟର ଡିପାର୍ଟମେଣ୍ଟାଲ କମିଟିରେ ଆଲୋଚନା କରାଯିବ ।"

ନର୍ସିଂ କର୍ମଚାରୀଙ୍କ ଦାବି:

Nursing Staff On Strike
Nursing Staff On Strike (ETV Bharat Odisha)

ନର୍ସିଂ ଷ୍ଟାଫମାନଙ୍କ ଦାବି ସମୂହ ମଧ୍ୟରେ ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଷ୍ଟାଫଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ଚାକିରିରେ ମିଶାଇ ପଦୋନ୍ନତି କରିବା, ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଷ୍ଟାଫଙ୍କୁ ପଦୋନ୍ନତି, ସହକାରୀ ନର୍ସିଂ ଅଧିକ୍ଷକ ପଦବୀରେ ପଦୋନ୍ନତି ଲାଗି ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ କର୍ମଚାରୀଙ୍କୁ ୨ଟି ପଦୋନ୍ନତି କରିବା, ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନର୍ସିଂ ଅଫିସରଙ୍କୁ ସିଏଚଓ ପଦବୀରୁ ଫେରାଇ ଆଣି ସରକାରୀ ହସ୍ପିଟାଲରେ ନିୟୋଜିତ କରିବା ଭଳି ଦାବି କରିଛି ସଂଘ । ଏହା ବ୍ୟତୀତ, ଆଚାର୍ଯ୍ୟ ହରିହର ସ୍ନାତୋକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ନର୍ସିଂ ଅଫିସରଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡରରେ ଅନ୍ତଭୁକ୍ତ କରିବା, ଡ୍ରେସ କୋଡ ପରିବର୍ତ୍ତନ, ଠିକା ସଂସ୍ଥା ମାଧ୍ୟମରେ ହେଉଥିବା ନର୍ସିଂ ଅଫିସରଙ୍କ ନିଯୁକ୍ତି ବନ୍ଦ କରିବା ଭଳି ଦାବି ରଖିଛି ସଂଘ ।

  • ୨୦୧୩ ପୂର୍ବରୁ ନିଯୁକ୍ତ ଷ୍ଟାଫଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମିଶାଇ ପଦୋନ୍ନତି
  • ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଷ୍ଠାଫଙ୍କୁ ପଦୋନ୍ନତି
  • ସହକାରୀ ନର୍ସିଂ ଅଧିକ୍ଷକ ପଦବୀରେ ପଦୋନ୍ନତି
  • ସ୍ଥିରୀକୃତ ଅବଧିକୁ କମ କରି ୧୬ ବର୍ଷରୁ ଅଧିକ ସମୟ ସେବା ଯୋଗାଉଥିବା ନର୍ସିଂ ଷ୍ଟାଫଙ୍କୁ ୨ଟି ପଦୋନ୍ନତି
  • ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ସରକାରୀ ନର୍ସିଂ ଷ୍ଟାଫଙ୍କୁ ସିଏଚଓ ପଦବୀରୁ ଫେରାଇ ସରକାରୀ ହସ୍ପିଟାଲରେ ନିୟୋଜିତ କରିବା
  • ଆଚାର୍ଯ୍ୟ ହରିହର ସ୍ନାତୋକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ନର୍ସିଂ ଅଫିସରଙ୍କୁ ଓଡ଼ିଶା ନର୍ସିଂ ସର୍ଭିସ କ୍ୟାଡର ଭୁକ୍ତ
  • ଡ୍ରେସ କୋଡ ପରିବର୍ତ୍ତନ ସହିତ ଠିକା ସଂସ୍ଥା ମାଧ୍ୟମରେ ହେଉଥିବା ନର୍ସିଂ ନିଯୁକ୍ତି ବନ୍ଦ କରିବା

ଭୁବନେଶ୍ବର/କଟକ/ବ୍ରହ୍ମପୁର/ କଳାହାଣ୍ଡି/ ସମ୍ବଲପୁର/ ବଲାଙ୍ଗୀର

Last Updated : 5 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.